ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗ୍ୟାସ ସିଲିଣ୍ଡର ଦରବୃଦ୍ଧି ବିରୁଦ୍ଧରେ ମହିଳା କଂଗ୍ରେସ ର ବିକ୍ଷୋଭ

ଭବାନୀପାଟଣା 04.03.2023 //କେନ୍ଦ୍ର ମୋଦି ସରକାର ର ଦିନକୁ ଦିନ ରନ୍ଧନ ଗ୍ୟାସ କୁ ଅହେତୁକ ଭାବେ ମୂଲ୍ୟବୃଦ୍ଧି କରି ଚାଲିଛନ୍ତି lଏଥର ସିଧାସଳଖ 50 ଟଙ୍କା ପର୍ଯ୍ୟନ୍ତ ସିଲିଣ୍ଡର ପ୍ରତି ବୃଦ୍ଧି କରିଥିବାରୁ ସାଧାରଣ ଜନତା ଙ୍କ ଭିତରେ ଭାଳେଣି ପଡିଛି l ଦର ବୃଦ୍ଧିକୁ ନେଇ କେନ୍ଦ୍ର ଓ ରାଜ୍ୟ ଦୋଷ ଲଦାଲୁଦି ହେବାରେ ପଛଘୁଞ୍ଚା ଦେଉ ନାହାନ୍ତି l

    ମହିଳା କଂଗ୍ରେସ ସଭାନେତ୍ରୀ ମହେନ୍ଦ୍ରୀ ସାହୁଙ୍କ ନେତୃତ୍ୱରେ ଭବାନୀପାଟଣା ସହରର ଷ୍ଟାଚୁ ଛକ ନିକଟରେ ମହିଳା କଂଗ୍ରେସ ନେତ୍ରୀ ମାନେ ଗ୍ୟାସ ସିଲିଣ୍ଡର ଧରି ବିଭିନ୍ନ ସ୍ଲୋଗାନ ଦେଇ କେନ୍ଦ୍ର ବିଜେପି ସରକାର ବିରୁଦ୍ଧରେ ବିକ୍ଷୋବ ପ୍ରଦର୍ଶନ କରିଥିଲେ l କାର୍ଯ୍ୟକ୍ରମ ରେ ମହିଳାକଂଗ୍ରେସ ର ପୂର୍ବତନ ସଭାନେତ୍ରୀ ସୁକାନ୍ତି ସରାଫ, ପ୍ରମିଳା ବାତ୍ରା, ମୋତି କୈବର୍ତ,ମର୍ଜିନା ପ୍ରଧାନ,ଯୌତିର୍ମୟୀ ବାଗ,ରାଜକୁମାରୀ ସରାଫ, ରତ୍ନମାଳା ମାଝୀ, ସାଧନା ପଧାନ,ବିନ୍ଦୁ ମହାନନ୍ଦ,ବସୁମତୀ ବାଗ, ମମିତା ସାହୁ ଙ୍କ ସମେତ ଅନେକ ମହିଳା କଂଗ୍ରେସ କର୍ମୀ ସାମିଲଥିଲେ l ସେହିପରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ବେମାଲ, ଉପସଭାପତି ପରମାନନ୍ଦ ମାଝୀ, ରାଜ୍ୟ ଯୁବକଂଗ୍ରେସ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ,ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଟିକେମନ ଦୀପ,ପୂର୍ବତନ ଟାଉନ କାର୍ଯ୍ୟକାରୀ ସଭାପତି ତଥା ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ସଂଯୋଜକ ସରୋଜ ବାଗ, ସଦର ବ୍ଲକ ସଭାପତି ସୁବାଷ ପ୍ରଧାନ ଉପସ୍ଥିତ ଥିଲେ l

ମସିହା ନିଉଜ ସର୍ଭିସ୍ 

Related posts

ଧର୍ମଗଡ ସହରରେ ବିଜେପି ପକ୍ଷରୁ ଲୋକସଭା ପ୍ରାର୍ଥୀନୀ ଓ ଧର୍ମଗଡ ବିଧାନସଭା ପ୍ରାର୍ଥୀଙ୍କ ରୋଡ଼ ସୋ ଓ ପଥପ୍ରାନ୍ତ ସଭା

masiha

ମୋଦି ସରକାର ଙ୍କ ଜନ ବିରୋଧି ନୀତି ବିରୁଦ୍ଧରେ ୫ ଏପ୍ରିଲ ଦିଲ୍ଲୀ ଅଭିଯାନ କୁ ସଫଳ କରିବା ପାଇଁ ମିଳିତ କନଭେନସନ

Sunil Chandra Nayak

ନାରୀଶକ୍ତି ବନ୍ଦ ଅଧିନିୟମ ସଂସଦରେ ପାରିତ ନ ହେବାରୁ କଂଗ୍ରେସ ଓ ବିରୋଧୀଙ୍କ ବିରୋଧରେ ପ୍ରତିବାଦ ଆସନ୍ତା କାଲି ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବିଶାଳ “ମହିଳା ଜନ ଆକ୍ରୋଶ ସମାବେଶ”: ଡା.ଐଶ୍ଚର୍ଯ୍ୟା ବିଶ୍ୱାଳ

Sunil Chandra Nayak

Leave a Comment

error: Content is protected !!