ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଙ୍କଡ ଦେଉଛି ମାନବିକତାର ଶିକ୍ଷା 

ଏରସମା :-04/03/23:- ମାଙ୍କଡ଼ରୁ ମଣିଷର ରୂପାନ୍ତର ହୋଇଛି ବୋଲି ବିଜ୍ଞାନ ଆମକୁ ଶିକ୍ଷା ଦିଏ ! ଅର୍ଥାତ ମଣିଷର ପୂର୍ବ ପ୍ରତିରୂପ ଥିଲା ମାଙ୍କଡ ! ଆଉ ସେଇ ମାଙ୍କଡ ନିଜର ମଣିଷ ପଣିଆକୁ ଦେଖେଇଛି ,ସ୍ଥାନୀୟ ଜନସାଧାରଣଙ୍କୁ ! ଜଣେ ମୃତ ସ୍ତ୍ରୀ ଲୋକ ପାଖରେ ହନୁ ମାଙ୍କଡ ଟିଏ ବସିରହି ଆଖିରୁ ଲୁହ ଢାଳୁଛି ଆଉ ମୃତ ଶରୀରକୁ ଆଉଁସି ପକାଉଛି ଠିକ ଆପଣାର ମଣିଷଟିଏ ପରି ! ଯେତେ ଯିଏ ତାକୁ ଯିବାକୁ କହିଲେ, କାହାରି କଥା ଶୁଣୁନାହିଁ ! ପାଠକବନ୍ଧୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନିରାଟସତ୍ୟ ଘଟଣା ! ଏହି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି,ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ନୂଆଗାଁ ଗ୍ରାମରେ ! ଯେଉଁଠି ଜଣେ ମହିଳାଙ୍କ ମୃତଦେହ ନିକଟରେ ଗୋଟିଏ ହନୁ ମାଙ୍କଡ଼, ନିଜର ମଣିଷପଣିଆ ଜାହିର କରିବା ସହିତ, ପାଖରେ ବସି ତାର ସମବେଦନା ଜଣାଉଛି ! ଖବର ଅନୁସାରେ ନୂଆଗାଁ ଗ୍ରାମର ମଞ୍ଜୁଲତା ଦାସ ନାମକ ମହିଳାଙ୍କର ଦେହାନ୍ତ ହୋଇଯିବା ପରେ, ଜ୍ଞାତି କୁଟୁମ୍ବ ମାନେ ତାର ସଂସ୍କାର ପାଇଁ କୋକେଇ ସଜାଡୁଥିଲେ ! ହଠାତ ଏକ ହନୁମାଙ୍କଡ କୁଆଡୁ ଆସି ମଞ୍ଜୁ ର ଶବ ନିକଟରେ ପହଂଚି, ତାକୁ ଆଉଁସି ପକେଇଲା ! ସତେ ଯେପରି ମାଙ୍କଡର ଅତି ନିଜର କେହି ଦେହତ୍ୟାଗ କରିଛି ! ଆଖିରୁ ବହିଆସୁଛି ଲୁହ ! କେତେବେଳେ ଶବ ପାଖରେ ସୋଇ ଯାଉଛି ତ କେତେବେଳେ ଗୋଡ଼ପାଖେ ଆଉଁସି ଦେଉଛି ! ଏହି କରୁଣ ଦୃଶ୍ୟକୁ ଉପଭୋଗ କରିବାକୁ ସହସହ ଲୋକଙ୍କ ଭିଡ ଲାଗିଯାଇଥିବାର ଦେଖିବାକୁ ମିଳିଥିଲା ! କେହି କେହି କହୁଥିଲେ କି ଜଣେ ଧର୍ମପ୍ରାଣ ମହିଳା ଥିଲେ ମଞ୍ଜୁ, ଆଉ କେହି ମଞ୍ଜୁଙ୍କୁ ମହାବୀର ଙ୍କ ଭକ୍ତ ବୋଲି ଚର୍ଚ୍ଚା କରୁଥିବାର ଶୁଣିବାକୁ ମିଳିଥିଲା ! ସେ ଯାହା ହେଉନା କାହିଁକି, ବର୍ତ୍ତମାନ ସମୟରେ ମଣିଷ ନିଜର ମାନବିକତା କୁ ହରେଇଥିବା ବେଳେ ମାଙ୍କଡଟିଏ ନିଜର ମାନବିକତା କୁ ଜାହିର କରି ମଣିଷ ମାନଙ୍କୁ ସୂଚେଇ ଦେଉଛି ଯେ ଏବେବି ପଶୁ ବୋଲି ମନେ କରୁଥିବା ପ୍ରାଣୀ ମାନଙ୍କ ଠାରେ ମଣିଷପଣିଆ ବଞ୍ଚି ରହିଛି ! ସତରେ କଣ ମାଙ୍କଡ ଠାରୁ,ମଣିଷ କିଛି ଶିକ୍ଷା କରିବା ଦରକାର ?

ଏରସମା ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଜଳସମ୍ପଦ ବିଭାଗ ଭୁଲିଯାଇଛି ଇନ୍ଦ୍ରାବତୀ ରେ କିଛି କାର୍ଯ୍ୟାଳୟ ଅଛି ବୋଲି

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳିକା ପରିସରରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

masiha

Tributes Paid to Rabindranath Tagore on His Death Anniversary.

Sunil Chandra Nayak

Leave a Comment

error: Content is protected !!