ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପଞ୍ଚମୁଖୀ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସୀମାନ୍ତ କୁସୁମଯୋର ସ୍ଥିତ ଲଖନଡଙ୍ଗରୀ ଠାରେ ନିର୍ମିତ ହନୁମାନ ମନ୍ଦିର ଓ ପଞ୍ଚମୁଖୀ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓଁ ହଙ୍ଗ ହନୁମନ୍ତୟେ ରୁଦ୍ରତ୍ମକାୟ ହନୁମାନ ମନ୍ଦିର ଟ୍ରଷ୍ଟ, କୁସୁମଜୋର ସିନାପାଲି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯୋଗ୍ୟ ଯେ, ଏହି ଟ୍ରଷ୍ଟର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ,ସମ୍ପାଦକ ସୁବାଷ ଚନ୍ଦ୍ର ଅଗ୍ରୱାଲ ସମେତ ପ୍ରଭାସ ସାହୁ, ହରି ପ୍ରସାଦ ଅଗ୍ରୱାଲ, ପ୍ରଦୀପ ଜୈନ, ମଧୁ ଜୈନ, ରବୀନ୍ଦ୍ର ରାଉତ, ରମେଶ ଅଗ୍ରୱାଲ ଏବଂ ବିରୁ ଅଗ୍ରୱାଲ ଟ୍ରଷ୍ଟର ଉପଦେଷ୍ଟା ଅଟନ୍ତି । ଏହି ଅବସର ରେ ଷୋହଳ ପ୍ରହରୀ ନାମଯଜ୍ଞ ଚାଲିଛି। ଏଥିପାଇଁ ସୀମାନ୍ତ ଛତିଶଗଡ଼ ଓ ଓଡ଼ିଶା ର ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ବାହାରି ପୁର୍ଣ୍ଣ କଳସ ମନ୍ଦିର ନିକଟରେ ସ୍ଥାପନ ପରେ ନାମଯଜ୍ଞ ଆରମ୍ଭ ହୋଇଛି। ଗୁରୁବାର ଦିନ ଠାରୁ ନାମଯଜ୍ଞ ଆରମ୍ଭ ହୋଇଥିବା ବେଲେ ଶୁକ୍ରବାର ବିଗ୍ରହ ଦର୍ଶନ କାର୍ଯ୍ୟ ଓ ଶନିବାର ଦିନ ଯଜ୍ଞ ର ପୂର୍ଣ୍ଣାହୂତି ହେବ ବୋଲି କମିଟି ସୁତ୍ର ରୁ ଜଣାପଡ଼ିଛି। ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ର କର୍ତ୍ତା ଭାବରେ ରମେଶ ଅଗ୍ରୱାଲ ଓ ଧର୍ମପତ୍ନୀ କିରଣଦେବୀ ଅଗ୍ରୱାଲ ଦାୟିତ୍ବ ଗ୍ରହଣ କରିଥିବା ବେଳେ ପୂଜକ ରୂପରେ ଧ୍ରୁବ ଚରଣ ଷଡ଼ଙ୍ଗୀ କାର୍ଯ୍ୟ ନିର୍ବାହ କରୁଛନ୍ତି। ସେହିପରି ନାମଯଜ୍ଞ ର କର୍ତ୍ତା ଭାବରେ ବିରବଳ ଅଗ୍ରୱାଲ ଓ ଧର୍ମପତ୍ନୀ ଉଷାଦେବୀ ଅଗ୍ରୱାଲ ରହିଥିବା ବେଳେ ପୂଜକ ରୂପରେ ବାଳବ୍ରହ୍ମଚାରୀ ଦାଶ ବାବା କାର୍ଯ୍ୟ ରେ ନିୟୋଜିତ ରହିଛନ୍ତି। ଏହି ମନ୍ଦିର ର ନିର୍ମାଣ ୨୦୦୦ ମସିହାରେ ସିନାପାଲି ର ତତ୍କାଳୀନ ଥାନା ଅଧିକାରୀ ପ୍ରଭାସ ସାହୁ ଓ ଭବାନୀ ଶଙ୍କର ନିଆଲ ଙ୍କୁ ସ୍ବପ୍ନଦେଶ ହୋଇଥିଲା। ଫଳରେ ଏଠାରେ ସେହି ଦିନ ଠାରୁ ଅସ୍ଥାୟୀ ଭାବରେ ପୂଜାକାର୍ଯ୍ୟ ଚାଲୁ ରହିଥିଲା। ବର୍ତମାନ ନୂତନ ମନ୍ଦିର ଓ ପଞ୍ଚମୁଖୀ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଉଛି। ଏହି ପ୍ରତିଷ୍ଠା ଉତ୍ସବ ରେ ସୁବାସ ଅଗ୍ରୱାଲ, ପ୍ରଦୀପ ଜୈନ, ରବିନ୍ଦ୍ର ରାଉତ, ମଧୁ ଜୈନ, ବିରୁ ଅଗ୍ରୱାଲ, ହରି ଅଗ୍ରୱାଲ ଙ୍କ ନେତୃତ୍ଵ ରେ ପୂଜା କାର୍ଯ୍ଯ ଚାଲିଛି। ଏହି ଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳ ର ଶତାଧିକ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମି ରହିଛି।

ମସିହା ନିଉଜ ସର୍ଭିସ୍ 

Related posts

ବାଲିଗୁଡାରେ ଗଣେଷ ପୂଜା ପାଳିତ: ନୂତନ ଛାତ୍ର ଛାତ୍ରୀ ଖଡ଼ି ଛୁଆଁଇଲେ 

masiha

ଚଚରାଗୁଡା ସ୍ଥିତ ମା ଠାକୁରାଣୀ ଙ୍କ ନବ ଦିନାତ୍ମକ ଘଣ୍ଟଯାତ୍ରା ଶାନ୍ତି ଶୃଙ୍ଖଳିତ ଭାବେ ସମାପିତ 

Sunil Chandra Nayak

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ 

masiha

Leave a Comment

error: Content is protected !!