ନିକଟରେ ବିଧାନସଭା ଗୃହରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ଧର୍ମଗଡ ଜିଲ୍ଲା ଦାବୀ ସରକାରଙ୍କ ବିଚାରାଧୀନ ଥିବା ପ୍ରକାଶ କରିଥିଲେ। ଧର୍ମଗଡ ଜିଲ୍ଲା ଦାବୀ ୧୯୯୩ ମସିହାରେ ୧୩ ରୁ ୩୦ ଜିଲ୍ଲା ହେବା ସମୟରୁ ହୋଇ ଆସୁଅଛି। ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ ଓ ପ୍ରଶାସନିକ ଭିତ୍ତି ଭୂମି ଥିବା ସତ୍ତ୍ବେ ଜିଲ୍ଲା ଗଠନ ଦାବୀ ରାଜ୍ୟ ସରକାର ଅଣଦେଖା କରୁଥିବାରୁ ଜନ ସାଧାରଣରେ ଅସନ୍ତୋଷ ରହିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରସ୍ତାବିତ ଧର୍ମଗଡ ସମୟରେ ଏହି ଦାବୀକୁ ଜୋର୍ ଦାର ଭାବେ ଉପସ୍ଥାପିତ କରିବା ପାଇଁ ଧର୍ମଗଡ ଜିଲ୍ଲା କ୍ରିୟାନଷ୍ଠାନ କମିଟି ସକ୍ରିୟ ହୋଇ ପଡିଛି।
ମୂଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ ପୁର୍ବରୁ ବିଜେଡି ରାଜ୍ୟ ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କୁ ଭେଟି ଜିଲ୍ଲା କ୍ରିୟାନଷ୍ଠାନ କମିଟି ର ଆବାହକ ତୁଷାର ରଞ୍ଜନ ପଟ୍ଟଯୋଷି,ସଂଯୋଜକ ହୃଷୀକେଶ ମିଶ୍ର, ଥବିର ପ୍ରସାଦ ସାହୁ,ବିବେକ ରଞ୍ଜନ ମିଶ୍ର, କଲ୍ୟାଣୀ ନାଏକ,ସୁଶ୍ରୀ ହୀରା ବାଗ, ମାନସ ବାଗ,ସ୍ଵାଧୀନ ବାଗ, ମନୀଷା ମୁଣ୍ଡ ମିଶ୍ର ପ୍ରମୁଖ ଭେଟି ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥଲେ।
ଆସନ୍ତାକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ ସମୟରେ କ୍ରିୟାନଷ୍ଠାନ କମିଟି ର ଏକ ପ୍ରତନିଧି ଦଳ ଭେଟି ଦାବୀପତ୍ର ଦେବା ପାଇଁ ଜିଲ୍ଲା ପ୍ରଶାସନ କୁ ଅନୁମତି ମାଗିଛନ୍ତି।ଧର୍ମଗଡ ଜିଲ୍ଲା ଗଠନ ନ ହେବା ଯାଏଁ କ୍ରମାଗତ ଭାବେ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ଆବାହକ ତୁଷାର ରଞ୍ଜନ ପଟ୍ଟଯୋଷି ପ୍ରକାଶ କରିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…


