ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ବିଦ୍ୟାଳୟ ପାଚିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ନବରଙ୍ଗପୁର-(ମସିହା) ନବରଙ୍ଗପୁର ମାଁ ଭଣ୍ଡାର ଘରଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଚିକା ସଂଘ ତରଫରୁ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ଓ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସଂଘ ର ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର ଓ ଉପଦେଷ୍ଟା ପ୍ରଭଞ୍ଜନ ତ୍ରିପାଠୀଙ୍କ ସହ ସଂଘ ର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପାଚିକା ମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅବଗତ କରିଥିଲେ। ପାଚିକା ମାନେ ପ୍ରତିଦିନ ସକାଳ ନଅଟା ରୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ଦୀର୍ଘ ଛଅ ଘଣ୍ଟା କାମ କରୁଥିଲେ ମଧ୍ୟ ସେମାନଙ୍କୁ ପାରିଶ୍ରମିକ ଭାବେ ମାସକୁ ମାତ୍ର ଚଉଦ ଶହ ଟଙ୍କା ନାମକୁ ମାତ୍ର ବେତନ ହିସାବରେ ଦିଆଯାଉଥିବା ଯୋଗୁଁ ସଂଘ ତରଫରୁ ସେମାନଙ୍କ ବେତନ ବୃଦ୍ଧି ପାଇଁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ଏହି ନାମକୁ ମାତ୍ର ବେତନ ରେ ସେମାନେ ନିଜ ପରିବାର ଭରଣପୋଷଣ ସହ ପିଲା ଛୁଆଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ଅସମର୍ଥ ହେଉଥିବା, ଉକ୍ତ ସ୍ମାରକ ପତ୍ର ରେ ଉଲ୍ଲେଖ କରିଛନ୍ତି। ଅନ୍ୟ ଜିଲ୍ଲାରେ ପାଚିକା ମାନଙ୍କ ବେତନ ଛଅ ରୁ ସାତ ହଜାର ଟଙ୍କା ଥିବାବେଳେ ନବରଙ୍ଗପୁର ଜିଲ୍ଲା ର ପାଚିକା ମାନଙ୍କୁ ମାତ୍ର ଚଉଦ ଶହ ଟଙ୍କା କିଭଳି ଦିଆଯାଉଛି ତାହା ଏହି ସ୍ମାରକ ପତ୍ର ଦ୍ୱାରା ଜଣାଇଛନ୍ତି। ରୋଷେଇ କାମ ସହ ସ୍କୁଲ ବଗିଚାରେ ପାଣି ଦେବା କାମ ରେ ମଧ୍ୟ ପାଚିକା ମାନଙ୍କୁ ନିୟୋଜିତ କରାଯାଉଥିବା ଯୋଗୁଁ ସେମାନେ ଉଭୟ ଶାରିରୀକ ଓ ମାନସିକ ଭାବେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଉକ୍ତ ସ୍ମାରକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ପୁଣି ପାଚିକା ମାନଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ବାର୍ଷିକ ଶାଢ଼ୀ ଓ ପୋଷାକ ଖର୍ଚ୍ଚ ନିୟମିତ ଦିଆଯାଉନଥିବାରୁ ଏହା ନିୟମିତ ଭାବେ ଦେବା ପାଇଁ ଅନୂରୋଧ କରାଯାଇଛି। ଜିଲ୍ଲାପାଳ ଏସବୁ ଗୁରୁତ୍ୱର ସହ ବିଚାର କୁ ନେଇ ସରକାରଙ୍କ ନିକଟରେ ସ୍ମାରକ ପତ୍ର ଟିକୁ ଉପସ୍ଥାପନ କରିବେ ବୋଲି କହିଛନ୍ତି। ସଂଘ ର ଅଧ୍ୟକ୍ଷା ଗୁରୁବାରୀ ପୁଜାରୀ, ଉପାଧ୍ୟକ୍ଷା ତିଳୋତ୍ତମା ପୁଜାରୀ, ସମ୍ପାଦିକା ସଞ୍ଜୁଲତା ନାୟକ, ସହ ସମ୍ପାଦିକା ପଦ୍ମିନୀ ଜାନୀ, କୋଷାଧ୍ୟକ୍ଷା ଲିଲି ସାହୁ, ନନ୍ଦେଇ ଭତରା, ଶୁକ୍ରି ବିନ୍ଧାଣୀ, ବନୀତା ବିଷୋୟୀ, ମେନ୍ତଲା ଗୌଡ଼, ଧନମତି ଗୌଡ଼, ଚନ୍ଦ୍ରାବତୀ ମାଝୀ, କୌଶଲ୍ୟା ଭୋଇ, ସୁରଭି ବିଷୋୟୀ, ଇନ୍ଦିରା ଭତରା, ସୁବାସିନୀ ଦାସ, ଡମୁଣୀ ଜାନୀ ପ୍ରମୁଖ ଯୋଗଦେଇ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶିକ୍ଷା ବ୍ୟବସ୍ଥା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଟାଟା କମ୍ପାନୀ ନିର୍ମିତ ସର୍ବସାଧାରଣଙ୍କ କୂଅ ଭିତରେ ମାଳ ମାଳ ବିଦ୍ୟୁତ ମୋଟର ରାତିଦିନ ଚାଲିଛି ବିଦ୍ବ୍ଯତ ସଂଯୋଗ କାହା ସ୍ବାର୍ଥରେ

masiha

କେନ୍ଦୁମୁଣ୍ଡି ଗ୍ରାମରେ ଜଳକଷ୍ଟ 

masiha

Leave a Comment

error: Content is protected !!