ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷା ପାଣି, ଡ୍ରେନ ଜାମ ଯୋଗୁଁ ଜନଜୀବନ ପ୍ରଭାବିତ

ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷା ପାଣି, ଡ୍ରେନ ଜାମ ଯୋଗୁଁ ଜନଜୀବନ ପ୍ରଭାବିତ

ବାଲିଗୁଡା, ତା, ୨୭/୦୫ : (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ବୁଧବାର ସନ୍ଧ୍ୟା ସମୟରେ ପ୍ରାୟ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ସହ ଘଡଘଡି ଓ ବିଜୁଳି ମାରିଥିବା ଦେଖିବାକୁ ମିଳିଥିଲା। ହଠାତ୍ ଆରମ୍ଭ ହୋଇଥିବା ଏହି ବର୍ଷାରେ ବାଲିଗୁଡା ବସଷ୍ଟାଣ୍ଡ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଥିଲା। ବସଷ୍ଟାଣ୍ଡରେ ଥିବା ଡ୍ରେନ କୁ ଏନ ଏ ସି ନିୟମିତ ସଫା କରୁ ନ ଥିବାରୁ ଜାମ ହୋଇ ବର୍ଷା ପାଣି ଠିକ ଭାବେ ନିଷ୍କାସନ ହୋଇପାରୁ ନାହିଁ । ଫଳରେ ରାସ୍ତା ଉପରେ ପାଣି ଲହଡ଼ି ମାରୁଥିବା ଦେଖାଯାଇଥିଲା। ଏହା ଯୋଗୁଁ ଯାତ୍ରୀ, ବ୍ୟବସାୟୀ ଓ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେତେକ ସ୍ଥାନରେ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ପରେପରେ ସ୍ଥାନୀୟ ଲୋକମାନେ ଡ୍ରେନ ସଫା କରି ପାଣି ନିଷ୍କାସନ ପାଇଁ ପଦକ୍ଷେପ ନେଇଥିଲେ। ତେବେ ବର୍ଷା ଋତୁ ଆସୁଥିବାରୁ ବାଲିଗୁଡା ସହରର ଡ୍ରେନ ବ୍ୟବସ୍ଥାକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି। ଆଗାମୀ ଦିନରେ ଏପରି ପରିସ୍ଥିତି ଏଡ଼ାଇବା ପାଇଁ ପ୍ରଶାସନ କେମିତି ପଦକ୍ଷେପ ନେଉଛି, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

masiha

ନବଯୁଗ ଜନକଲ୍ୟାଣ ପରିଷଦ ପକ୍ଷରୁ କନିକା ପ୍ରଜାଆନ୍ଦୋଳନର ଅନ୍ୟତମ ନେତା କୃଷ୍ଣଚନ୍ଦ୍ର ପରିଡା ଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି:ମହୁମାଛି ଆକ୍ରମଣରେ ଜଣେ ମୃତ,୪ ଆହତ

masiha

Leave a Comment

error: Content is protected !!