ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପର ଲାନ୍ଥ ଡ୍ୟାମ ପ୍ରକଳ୍ପକୁ ନେଇ ଆଦିବାସୀ ପରିବାରଙ୍କ ନ୍ୟାୟ ଦାବି 

ଅପର ଲାନ୍ଥ ଡ୍ୟାମ ପ୍ରକଳ୍ପକୁ ନେଇ ଆଦିବାସୀ ପରିବାରଙ୍କ ନ୍ୟାୟ ଦାବି 

ପ୍ରସ୍ତାବିତ ବିସ୍ଥାପିତ ଆଦିବାସୀ ପରିବାରଙ୍କ ପାଇଁ ସମ୍ପୂର୍ଣ୍ଣ ପୁନର୍ବାସ ପ୍ୟାକେଜ ଦାବି କଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ 
ଅପର ଲାନ୍ଥ ପ୍ରକଳ୍ପ ପାଇଁ ଜମି, ଜୀବିକା ଓ ସାମ୍ବିଧାନିକ ସୁରକ୍ଷା ଦାବି କଲା ସଂଘ 
ଜମି ଅଧିଗ୍ରହଣ ପୂର୍ବରୁ ଗ୍ରାମସଭା ସମ୍ମତି ଓ ଯଥୋଚିତ କ୍ଷତିପୂରଣ ଦାବି କଲା ଆଦିବାସୀ ସଂଘ 

ବଲାଙ୍ଗିର /ପାଟଣାଗଡ ୨୭ /୫  —  ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଏକ ବୈଠକ ପଣ୍ଡକିମାଲ ଠାରେ ଅନୁଷ୍ଠିତ ହୋଇଯାଇଛି l ପଣ୍ଡକିମାଲ,ଜାମଜୁରୀ, ଟେଙ୍ଗନାବାସା, ଡୁମେରବାହାଲ, ବlଦି ମାଲ, ବେନ୍ଦେର ଓ ଚହକପଡା ଗ୍ରାମର ଲୋକ କୃଷି, ଜମି, ଜଙ୍ଗଲ, ଜଳସମ୍ପଦ ଓ ପାରମ୍ପରିକ ଜୀବିକା ଉପରେ ନିର୍ଭରଶୀଳ। ଆଇନ ଅନୁସାରେ ପୁନର୍ବାସ ଓ କ୍ଷତିପୂରଣ ବିନା ବିସ୍ଥାପନ ସେମାନଙ୍କ ସାମ୍ବିଧାନିକ, ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଅଧିକାରକୁ ଗୁରୁତର ଭାବେ ପ୍ରଭାବିତ କରିବ।

ସଂଘ ପକ୍ଷରୁ “ଭୂମି ଅଧିଗ୍ରହଣ, ପୁନର୍ବାସ ଓ ପୁନସ୍ଥାପନରେ କ୍ଷତିପୂରଣ ଏବଂ ପାରଦର୍ଶିତା ଅଧିକାର ଅଧିନିୟମ, ୨0୧୩ ” ଏବଂ ଓଡିଶା RFCTLARR ନିୟମ, 2016 ର କଡାକଡି ପାଳନ ଦାବି କରାଯାଇଛି।

ମୁଖ୍ୟ ଦାବିଗୁଡିକ:• ସାମାଜିକ ପ୍ରଭାବ ମୂଲ୍ୟାୟନ ଗ୍ରାମ ସଭାର ୭0 ପ୍ରତିଶତ ଲୋକଙ୍କ ପୂର୍ବ ସମ୍ମତି, ଗ୍ରାମାଞ୍ଚଳ ଜମି ପାଇଁ ଚାରିଗୁଣ କ୍ଷତିପୂରଣ,ଜମି ବଦଳରେ ଜମି ପ୍ରଦାନ,ସ୍ଥାୟୀ ଘର ଓ ପୁନର୍ବାସ ସୁବିଧା, ପ୍ରତ୍ୟେକ ବିସ୍ଥାପିତ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି, ଜଙ୍ଗଲ ଓ ଗୋଷ୍ଠୀଗତ ସମ୍ପଦ ପାଇଁ କ୍ଷତିପୂରଣ, ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଙ୍କ ଜଙ୍ଗଲ ଅଧିକାର ଆଇନ ପାଳନ କରିବାକୁ ଦାବୀ କରାଯାଇଛି l ସମ୍ପୂର୍ଣ୍ଣ ପୁନର୍ବାସ ପୂର୍ବରୁ କୌଣସି ପରିବାରକୁ ବେଦଖଲ ନକରିବାକୁ ବୈଠକ ରେ ନିଷ୍ପତ୍ତି କରାଯାଇଛି lଏହାସହ ଜିଲ୍ଲାସ୍ତରୀୟ ମନିଟରିଂ କମିଟି ଗଠନ କରି ପ୍ରଭାବିତ ଗ୍ରାମବାସୀ ଓ ଆଦିବାସୀ ପ୍ରତିନିଧିମାନଙ୍କୁ ସାମିଲ କରିବାକୁ ସଂଘ ଦାବି କରିଛି।

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ପ୍ରଶାସନଙ୍କୁ ଆଦିବାସୀ ସମୁଦାୟର ସାମ୍ବିଧାନିକ ଅଧିକାର ସୁରକ୍ଷା ସହ ନ୍ୟାୟସଂଗତ ଓ ସମ୍ମାନଜନକ ପୁନର୍ବାସ ସୁନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି। ସଭା ରେ ବିଶିଷ୍ଟ ସମାଜ ସେବୀ ବନମାଳୀ ଖମାରି ସଭାପତିତ୍ବ କରିଥିଲେ l ପୂର୍ବତନ ସାଂସଦ ନିରଞ୍ଜନ ବିଶି, ପରିବେଶବିତ ସତ୍ୟ ବନଛୋର, ନୃପ ସାହୁ, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବେଲପଡା ର ବ୍ଲକ ସଭାପତି ରସିକ ଧରୁଆ, ଉପସଭାପତି ଧନିରାମ ମିର୍ଦ୍ଧା, ମିନିକେତନ ଧରୁଆ, ଗିରିଧାରୀ ଭୋଇ, ପ୍ରମୁଖ ଉଦବୋଧନ ଦେଇଥିଲେ l

Related posts

ଧଅଁରାଭଟାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ପ୍ରତିନିଧି

Sunil Chandra Nayak

ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ପାଇଁ ଚିତ୍ରାଙ୍କନ ପ୍ରତିଯୋଗୀତା 

masiha

ସତର ବର୍ଷ ଧରି ବ୍ୟକ୍ତିଗତ ଘରେ ପାଠପଢା, ବହୁବାର ଅଭିଯୋଗ ସତ୍ତ୍ବେ ହୋଇପାରୁନି ଅଙ୍ଗନବାଡ଼ି ଗୃହ ନିର୍ମାଣ 2-ମଟରସାଇକେଲ-ସ୍କୁଟି ଧକ୍କା ,୧ ମୃତ ଓ ଜଣେ ଗୁରୁତର

masiha

Leave a Comment

error: Content is protected !!