ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଆଇନ ମହାବିଦ୍ୟାଳୟ କୁ ବି ଗ୍ରେଡ୍ ମାନ୍ୟତା, ଶୁଭେଚ୍ଛା ର ସୁଅ…

ରାଉରକେଲା/ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ରାଉରକେଲା ଆଇନ ମହାବିଦ୍ୟାଳୟ ନାକ୍ ଟିମ୍ ଦ୍ବାରା ମୂଲ୍ୟାୟନ ହୋଇ ‘ବି’ ଗ୍ରେଡର ମାନ୍ୟତା ହାସଲ କରିଛି । ଏହା ଓଡିଶାର ଏକମାତ୍ର ଆଇନ ମହାବିଦ୍ୟାଳୟ ଯେ କି ମଧୁସୂଦନ ଆଇନ ବିଶ୍ବ ବିଦ୍ୟାଳୟ ଅଧିନରେ ଥିବା ଏକ ମାତ୍ର ଆଇନ ମହାବିଦ୍ୟାଳୟ ଭାବେ ଏହି ମାନ୍ୟତା ହାସଲ କରିବାର ଗୌରବ ଲାଭ କରିଛି। ପ୍ରକାଶ ଥାଉକି ଓଡିଶାର ଅନ୍ୟ କୌଣସି ଆଇନ ମହାବିଦ୍ୟାଳୟ ଅଦ୍ୟାବଧି ନାକ୍ ଦ୍ବାରା ମାନ୍ୟତା ପାଇନାହାଁନ୍ତି। ଏନେଇ ଆଜି ଆଇନ ମହାବିଦ୍ୟାଳୟର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିଚାଳନା କମିଟିର ସଭାପତି ସାରଦା ପ୍ରସାଦ ନାୟକ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରା ଓ ପରିଚାଳନା କମିଟି ର କାର୍ଯ୍ୟକାରୀ ସଭାପତି ସଂଜୀବ କୁମାର ମହାନ୍ତି ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ଏହି ମାନ୍ୟତା ହାସଲ କରିବାପାଇଁ ମହାବିଦ୍ୟାଳୟର ପରିଚାଳନା କମିଟି, ପୂରାତନ ଛାତ୍ର ସଂଘ, ଅଧ୍ୟାପକ, କର୍ମଚାରୀ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କର ଅବଦାନ ତଥା ମଧୁସୂଦନ ଆଇନ ମହାବିଦ୍ୟାଳୟ ର କୁଳପତି ପ୍ରଫେସର ଡଃ କମଲଜିତ ସିଂହ ଙ୍କ ଅବଦାନକୁ ପ୍ରଶଂସା କରିଥିଲେ । ୪୩୯ ଛାତ୍ର ଛାତ୍ରୀ ଏଠାରେ ଅଧ୍ୟୟନ କରୁଥିବା ବେଳେ ୨୦୨୨- ୨୩ ରେ ଶତପ୍ରତିଶତ ସିଟ୍ ପୂରଣ ହେବା, ୫ ଏକର ଜମିରେ ଅବସ୍ଥିତ ଏହି ମହାବିଦ୍ୟାଳୟ ରେ ୯ଟି ଶ୍ରେଣୀ ଗୃହ, ସ୍ବତନ୍ତ୍ର ପୁରୁଷ ଓ ମହିଳା କମନରୁମ, ଲାଇବ୍ରେରୀ, ଜିମନାସିଅମ୍, ଲେଡିଜ ହଷ୍ଟେଲ, ଶିକ୍ଷକ ଓ ଷ୍ଟାଫ୍ ଙ୍କ ପାଇଁ ୧୪ଟି ବାସଗୃହ ର ସୁବିଧା ଓ ବିନାମୂଲ୍ୟରେ ଇଂରାଜୀ କଥନ ଆଦି ନାକ୍ ଟିମକୁ ସନ୍ତୋଷ ପ୍ରଦାନ କରିଥିଲା। ଫଳରେ ମହାବିଦ୍ୟାଳୟକୁ ୨.୨୯ ପଏଣ୍ଟ ମିଳିଥିଲା । ଏହାକୁ ଭିତ୍ତିକରି ଚଳିତ ବର୍ଷ ଏଲଏଲଏମ୍ ଓ ଇଣ୍ଟିଗ୍ରେଟେଡ ଲ ପାଇଁ ଆବେଦନ କରାଯାଇଛି ବୋଲି ଅଧ୍ୟକ୍ଷ ସୂଚନା ଦେଇଥିଲେ । ଏହି ମାନ୍ୟତା ପାଇବା ପରେ ସହରରେ ପରିଚାଳନା କମିଟି ଓ ଅଧ୍ୟକ୍ଷ ଙ୍କ ପଦକ୍ଷେପ କୁ ପ୍ରଶଂସା କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ମହମ୍ମଦ ରଫିକ,ଡଃ ପ୍ରଜ୍ଞା ପରମିତା ପଣ୍ଡା,ପରିଚାଳନା ସମିତିର କାଶୀନାଥ ପଣ୍ଡା, ଛବି ମହାନ୍ତି, ଜ୍ୟୋତି ଦୁଲରସା ଟେଟେ, ଡଃ ଦିବ୍ୟେନ୍ଦୁ କୁମାର ପଣ୍ଡା, ମନୋରଞ୍ଜନ ମହାନ୍ତି, ଦେବାଶିଷ ବେହେରା, ଅକ୍ଷୟ ଦାଶ, ପୁରାତନ ଛାତ୍ରସଂସଦର ମୁଖପାତ୍ର କୁଞ୍ଜବିହାରୀ ରାଉତ, ସହ ସଂପାଦକ ଦେବାଶିଷ ମହାନ୍ତି ଓ ପ୍ରଶାନ୍ତ ସେଠୀ ସହ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କାପୁଲୋଡା ପଞ୍ଚାୟତରେ ନିର୍ମାଣ ଧୀନ ନୂତନ ଲକ୍ଷ୍ମୀ ବସ ଷ୍ଟାଣ୍ଡ ସମ୍ପୂର୍ଣ ନିମ୍ନମାନର

masiha

ଓଭରବ୍ରିଜ ନିର୍ମାଣ ପାଇଁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ପ୍ରତିନିଧି ପକ୍ଷରୁ ଖଡଗପୁର ରେଳ ଡିଭିଜନର ବରିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା

Sunil Chandra Nayak

କଳାହାଣ୍ଡିରେ ସାର ବ୍ୟବସାୟୀଙ୍କ ଦୁର୍ଦ୍ଦଶା

Leave a Comment

error: Content is protected !!