ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଶୋଇରେ ବିଜେଡିର ସାରସକଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା ସମାବେଶ

  ମୟୂରଭଞ୍ଜ – (ମସିହା)  ଓଡ଼ିଶାରେ ମହିଳା ସଶକ୍ତିକରଣ କିପରି ବୃଦ୍ଧି ପାଇଛି ତାହାର ଜଳନ୍ତ ଉଦ୍ଧାରଣ ଆଜି ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ବିଶୋଇ ଠାରେ ଦେଖିବାକୁ ମିଳିଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଅଛି ମହିଳା ସଶକ୍ତିକରଣ ର ପ୍ରକୁତ ରୁପ । ଏହି କାର୍ଯ୍ୟକ୍ରମରେ ସାରସକଣା ନିର୍ବାଚନ ମଣ୍ଡଳୀରୁ ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ ଯାହାକି ଆୟୋଜକ ଙ୍କ ଆକଳନ ଠାରୁ ଢେର ଅଧିକ ବୋଲି ଦେଖିବାକୁ ମିଳିଛି। ଆଦିବାସୀ ବହୁଳ ଏହି ନିର୍ବାଚନ ମଣ୍ଡଳୀରେ ମହିଳାଙ୍କ ଏଭଳି ସମାବେଶକୁ ଦେଖି ବିଜେଡି ଆଗାମୀ ନିର୍ବାଚନରେ ମହିଳା ଗେମ୍ ଚେଞ୍ଜର ହେବ ବୋଲି ଅନୁମାନ କରାଯାଏ। ଏହି ମହିଳା ସମାବେଶରେ ସରକାରଙ୍କ ବିଭିନ୍ନ ମହିଳା ସଶକ୍ତିକରଣ ଉପରେ ବିଭିନ୍ନ ଆଲୋଚନା କରିବା ସହିତ ଆଗକୁ କିପରି ମହିଳା ସଙ୍ଗଠନ ଅଧିକ ସଦୃଢ ହୋଇପାରିବ ସେହି ବିଷୟରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମମତା ମହାନ୍ତ ସଭାପତିତ୍ବ କରିଥିଲାବେଳେ , ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି, ବାସନ୍ତୀ ମାରାଣ୍ଡି, SDC ଅଧ୍ୟକ୍ଷ ଦେବାସିଶ ମାରାଣ୍ଡି, ସାନଦ୍ଦ ମାରାଣ୍ଡି, ଭାଧବ ହାନ୍ସଦା, ଅମରେଶ ପତି,ଦେବାଶିଷ ମହାନ୍ତି, ଅମରେନ୍ଦ୍ର କର, ତୁଳସୀ ସିକ୍ରି ହାନ୍ସଦା,ରାନି ମୁର୍ମୁ, ଚନ୍ଦ୍ର ମୋହନ ଗିରି, ଆରତୀ ମହାନ୍ତ, କାସିନାଥ ହେମ୍ରମ,ଭାରତୀ ହାନ୍ସଦା ପ୍ରଭୁତି ଅତିଥି ଭାବରେ ଯୋଗଦେଇ ଥିବା ବେଳେ ବିଜେଡି ବିଶୋଇ ବ୍ଲକ ସଭାପତି ଫାଗୁରାମ ମାରାଣ୍ଡି,ଯୁବ ନେତା ଖିରୋଦ କୁମାର ନନ୍ଦ, ସୁନିଲ୍ କୁମାର୍ ମହାପାତ୍ର, ସଚିଦ୍ର ମହାନ୍ତ,ସମସ୍ତେ ଆୟୋଜନ ର ମୁଖ୍ୟ ଭୂମିକା ନିଭାଇଥିଲେ। ଆଜିର ଏହି ମହିଳା ସମାବେଶରେ ମହିଳା ଜନତାଙ୍କ ଉପସ୍ଥିତିକୁ ଦେଖି ସାରସକଣା ବିଜେଡି ମୋହଲରେ ଖୁସିର ମାହୋଲ ସୃଷ୍ଟି ହୋଇଥିବା ବେଳେ ଆଗାମୀ ୨୦୨୪ ନିର୍ବାଚନରେ ସାରସକଣା ବିଧାୟକ ସିଟ୍ ବିଜେଡ଼ି ହାତେଇବା ସହିତ ରାଜ୍ୟରେ ପୁଣିଥରେ ସରକାର ଗଠନ କରିବ ବୋଲି ଆଶା ବାନ୍ଧିଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଜୟପୁର ମାଉଣ୍ଟ ଭେଲି ହୋଟେଲ ରେ ବିଜେପି ସେଲ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଅନାସ୍ଥା ପ୍ରସ୍ତାବ ଡ୍ରାମା  ଅଧ୍ୟକ୍ଷାଙ୍କ ବିପକ୍ଷରେ ସମସ୍ତ କାଉନସିଲର ଦେଲେ ଭୋଟ୍‌,ହାରିଗଲେ ଅଧ୍ୟକ୍ଷା

masiha

କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭା: ବିରୋଧୀଙ୍କ ଆତ୍ମ ପ୍ରଚାରରୁ ଦୂରେଇ ରହିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ବାନ

masiha

Leave a Comment

error: Content is protected !!