ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସମୃଦ୍ଧ ଓଡିଶା ଗଠନ ବିଜୁ ଜନତା ଦଳର ଲକ୍ଷ , ଧର୍ମଗଡ:ମୂଷାପାଲି-ଡ଼ହଗାଁ,ବିଜୁ ଜନତା ଦଳ ର ଜନସମ୍ପର୍କ ପଦଯାତ୍ରା

ସମୃଦ୍ଧ ଓଡିଶା ଗଠନ ବିଜୁ ଜନତା ଦଳର ଲକ୍ଷ

ଧର୍ମଗଡ:ମୂଷାପାଲି-ଡ଼ହଗାଁ,ବିଜୁ ଜନତା ଦଳ ର ଜନସମ୍ପର୍କ ପଦଯାତ୍ରା

ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା କୋକସରା ବ୍ଲକ ମୂଷାପାଲି -ଡହଗାଁ ପଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଧର୍ମଗଡ଼ ବିଧାୟକ ମୌସଧି ବାଗ,ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ,ଡହଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ବ୍ରଜ କିଶୋର ନାଏକ,ମୂଷାପାଲି ସରପଞ୍ଚ ଅକ୍ଷୟ କୁମାର ନାଏକ,କୋକସରା ବ୍ଲକ ସଭାପତି ସୁଶାନ୍ତ ବେହେରା,ପ୍ରମୋଦ ପ୍ରଧାନୀ,ବିବେକ ରଞ୍ଜନ ମିଶ୍ର,ଏନଏ ସି ଉପାଧ୍ୟକ୍ଷା ମନୀଷା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ଏହି ଜନସମ୍ପର୍କ ପଦ ଯାତ୍ରା ମୂଷାପାଲି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଦୀର୍ଘ ୫କିମି ଦୂର ଡ଼ହଗାଁ ଠାରେ ପହଞ୍ଚି ଥିଲା।ସେଠାରେ ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ସରକାର ଙ୍କ ବହୁମୁଖୀ ଜନକଲ୍ୟାଣ ଉପରେ ଅତିଥି ବୃନ୍ଦ ବକ୍ତବ୍ୟ ପ୍ରଦାନ କରିଥିଲେ।ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଙ୍କ ପାଇଁ ଅନେକ ବିକାଶ ମୂଳକ ଯୋଜନା ନିର୍ମାଣ କରିଛନ୍ତି।ଜନ୍ମ ଠାରୁ ମୃତ୍ୟୁ ପଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଯୋଜନା ହୋଇଥିବା ବେଳେ ଏହି ଯୋଜନା ମାଧ୍ୟମରେ ଗରିବ ରୁ ଗରିବ ଲୋକ ଉପକୃତ ହୋଉଛନ୍ତି।ମହିଳା ଙ୍କ ସଶକ୍ତି କରିବା ଓ ସ୍ୱାଭିମାନ ଭାବେ ବଞ୍ଚିବା କୁ ନାରୀଶକ୍ତି ତଥା ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ସରକାରୀ ସହାୟତା ଯୋଗାଇ ଦିଆଯାଇଛି।ଗାଁ ଗାଁ ବିକାଶ ମୂଳକ ରାସ୍ତା ଘାଟ,ବିଜୁଳି ସଂଯୋଗ କରଣ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ କାମ କରାଯାଇଛି।ଆଜି ଭାରତ ବର୍ଷରେ ଓଡିଶା ମାପକାଠି ସର୍ବପରି ଆଗେଇ ଥିବା ବେଳେ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ବଢ଼ିବାରେ ଲାଗିଛି।ଆଉ ସେହି ପେଟ ପୋଷଣ ଦରିଦ୍ର ଚିତ୍ର ଲୁପ୍ତ ହୋଇସାରିଛି।ଯାହା ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ସମ୍ଭବ ହୋଇପାରିଛି ବୋଲି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ନିଜ ଅଭିଭାଷଣ ରେ କହିଥିଲେ।ତେବେ ଏହି ବିକାଶ ପଥରେ ଆଜି ରାଜ୍ୟ ଆଗେଇ ଥିବା କେବଳ ଜନସାଧାରଣ ଆଶୀର୍ବାଦ ରୁ ସମ୍ଭବ ହୋଇପାରିଛି।ମୁଖ୍ୟମନ୍ତ୍ରୀ ଙ୍କୁ ଭରସା ଓ ବିଶ୍ୱାସ ନେଇ ସାଧାରଣ ଜନତା ବିଜୟୀ ଟୀକା ପିନ୍ଧାଉ ଛନ୍ତି ବୋଲି ବିଧାୟକ ମୌସୁଧି ବାଗ କହିଥିଲେ।ଏହି ପଦଯାତ୍ରା ରେ ହଜାର ହଜାର ମହିଳା ସମେତ ସାଧାରଣ ଲୋକ ସାମିଲ ହୋଇଥିବା ନଜର ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗ  ରାଜ୍ୟର ସମସ୍ତ ମଣ୍ଡଳରେ ହେବ “ଜନ ଆକ୍ରୋଶ ମହିଳା ପଦଯାତ୍ରା”: ଅନିତା ଶୁଭଦର୍ଶିନୀ ପଟ୍ଟନାୟକ

Sunil Chandra Nayak

ସାଇନିଂ କଳାହାଣ୍ଡି କୁ ମହଙ୍ଗା ପଡିଲା ମାଇନିଂ ଦାବି।  ବିଜୁ ଜନତା ଦଳରୁ ବିଦା ହେଲେ ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ..

Sunil Chandra Nayak

ଭାରତୀୟ ଜନତା ପାର୍ଟି ତରଫରୁ ବ୍ଲକ ଘେରାଉ ସମୟରେ ମହୁ ମାଛି ଆକ୍ରମଣ

masiha

Leave a Comment

error: Content is protected !!