ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପଟାମୁଣ୍ଡାଇ ବ୍ଲକ ର ଖଣତା ଓ ଓଉପଦା ଗ୍ରାମ ପଂଚାୟତ ରେ ବିଜେଡି ବନ୍ଧୁମିଳନ ଉତ୍ସବ 

ପଟାମୁଣ୍ଡାଇ ବ୍ଲକ ର ଖଣତା ଓ ଓଉପଦା ଗ୍ରାମ ପଂଚାୟତ ରେ ବିଜେଡି ବନ୍ଧୁମିଳନ ଉତ୍ସବ 

କେନ୍ଦ୍ରାପଡ଼ା :-ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବିଜୟ କେତନ ସ୍ବାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ନିର୍ବାଚନ ମଣ୍ଡଳୀବୁଲି ନବୀନ ସରକାରଙ୍କ ସଫଳତାର ବାର୍ତା ପ୍ରଚାରକରିବା ସହିତ ବିଜେଡିର ଲୋକସଭା ଓ ବିଧାନସଭାପ୍ରାର୍ଥୀଙ୍କୁ ଯୋଡି ଶଙ୍ଖ ଚିହ୍ନରେ ମୋହର ମାରି ବିଜୟୀ କରିବାକୁ ଆହ୍ବା ଦେଇଛନ୍ତି । ଏଇ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ -ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଖଣତା ଓ ଓଉପଦା ପଂଚାୟତ ଠାରେ ବିଜେଡି ପକ୍ଷରୁ ଏକ ବନ୍ଧୁମିଳନ ଉତ୍ସବ ସଭା ଅନୁଷ୍ଠିତ ହୋଇଯାଇଛି । ଖଣତା ଗ୍ରାମ ପଂଚାୟତ ର ସରପଂଚ ଅନିଲ ଲେଙ୍କାଙ୍କ ପୌରହିତ୍ୟରେ ଖଣତା ଠାରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥ୍‌ ଭାବେରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବିଜୟ କେତନ ସ୍ବାଇଁ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସାରା ଓଡିଶା ସମେତ ପଟ୍ଟାମୁଣ୍ଡାଇ ଅଂଚଳର ଅଭୁତପୂର୍ବ ବିକାଶ ହୋଇଛି । ମାତ୍ର ଭୋଟ ହାତେଇବା ପାଇଁ ବିରୋଧୀ ବିଜେପି କଂଗ୍ରେସ ମିଥ୍ୟା ଅପପ୍ରଚାର ଚଲାଇଛନ୍ତି । ବିକାଶଧାରାକୁ ଆହୁରି ଆଗକୁ ନେବା ପାଇଁ ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦେଇ ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ଚରଣ ସାହୁ ଓ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ସେ ଆହ୍ବାନ ଦେଇଥିଲେ । ଏହି ବନ୍ଧୁମିଳନ ବୈଠକରେ ଖଣତା ପଂଚାୟତ ପୂର୍ବତନ ସମିତି ସଭ୍ୟ ତରଣୀ ମଲିକ ଯୁଧୂଷ୍ଠିର ପ୍ରଧାନ ଚରଣ ରାଉତ, ବିଘ୍ନଶ୍ବର ରାଉତ, ଅମର ଓଝା ଓ ବାବାଜୀ ଓଝା,ପ୍ରମୁଖ ଭାଷଣ ଦେଇ ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ଚରଣ ସାହୁଓ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ସଂଖ୍ୟା ରେ ଭୋଟରେବିଜୟୀ କରିବାକୁ ନିବେଦନ କରିଥିଲୋ ସେହିପରି ଓଉପଦା ଠାରେ ଆୟୋଜିତ ବନ୍ଧୁମିଳନ ଉତ୍ସବ ରେ ରାଜ୍ୟ ବିଜେଡି ସାଧାରଣସମ୍ପାଦକ ବିଜୟକେତନ ସ୍ବାଇଁ ଯୋଡି ଶଙ୍ଖରେ ଭୋଟ ଦେଇ ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ଆହ୍ବାନ ଦେଇଥିଲେ ।ଏଥିରେ ବ୍ରଜ କିଶୋର ଖଣ୍ଡାଇ , ପ୍ରତାପ ବଳ,, ପ୍ରିୟରଞ୍ଜନ ଦାସ, ଘନଶ୍ୟାମ ବଳ ,ସଞ୍ଜୟଖଣ୍ଡାଇ, ଅଭୟ ଖଣ୍ଡାଇ ଓ ପ୍ରଶାନ୍ତି ବଳ ଭାଷଣ ଦେଇ ବିଜେଡି ବିଧାୟକଧ୍ରୁବ ଚରଣ ସାହୁ ଓ ସାଂସଦ ପ୍ରାଥୀ ଅଂଶୁମାନ ମହାନ୍ତିଙ୍କୁ ଭୋଟରେ ବିଜୟୀ କରିବାକୁ ନିବେଦନ କରିଥିଲେ । ଏହି ଦୁଇଟି ପଂଚାୟତ ରେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ବହୁ ବିଜୁ ପ୍ରେମୀ ଓ ବିଜେଡି ସମର୍ଥକ ଓ କର୍ମୀ ମାନେ ଯୋଗ ଦେଇଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଯଶିପୁର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟ|ଳୟ ଘେରାଉ

masiha

ବିଧାୟକଙ୍କ ଉପସ୍ଥିତିରେ ବିଜେଡ଼ିର ଜରୁରୀ କାଳୀନ ବ୍ଲକସ୍ତରୀୟ ବୈଠକ 

masiha

Leave a Comment

error: Content is protected !!