ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜନଗର ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେପି ସଙ୍ଗଠନ‌ ପର୍ବ ଓ ସଦସ୍ୟତା ଅଭିଯାନ ୨୦୨୪

ରାଜନଗର ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେପି ସଙ୍ଗଠନ‌ ପର୍ବ ଓ ସଦସ୍ୟତା ଅଭିଯାନ ୨୦୨୪

ରାଜନଗର-୫.୯.୦୨୪ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେପି ସଂଗଠନ ଓ ସଦସ୍ୟତା ଅଭିଯାନ ପର୍ଵ ୨୦୨୪ ଗୋପାଳପୁର ‌ସ୍ଥିତ‌ନିଳାଦ୍ରୀ ମଣ୍ଡପରେ ବିଧାୟକ ପ୍ରାର୍ଥୀ ତଥା ବିଜେପି ର‌ ବରିଷ୍ଠ ନେତା ଲଳିତ ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ‌ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପସଭାପତି ସଞ୍ଜୟ ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାଵେ ଜିଲ୍ଲା କୃଷକ ମୋର୍ଚ୍ଚା ପ୍ରଭାରୀ ଶ୍ରୀଧର ପ୍ରଧାନ,ରାଜନଗର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ସୁନାକର ପ୍ରଧାନ,୩୧ଯୋନର ପ୍ରଭାରୀ ଦିଲ୍ଲୀପ ରାଉତ ଯୋଗ ଦେଇ ଥିଲେ।ବିଜେପି ଦଳର ପ୍ରତି କୋଣ ଅନୁକୋଣରେ ସଦସ୍ୟତା ରହିବା ଆମର କର୍ତ୍ତବ୍ୟ ଜାରି ରଖିବା ସହ ସାଧାରଣ ଲୋକଙ୍କ ‌ସମସ୍ୟାରେ ନିଜକୁ ‌ଯୋଡି ସେଵା କରିବା ବୋଲି ବିଧାୟକ ପ୍ରାର୍ଥୀ ଲଳିତ ବେହେରା ମତଦେଇଥିଲେ। ସମ୍ମାନୀତ ଅତିଥି ଦିଲ୍ଲୀପ ରାଉତ ତାଙ୍କ ଭାଷଣରେ କହିଥିଲେ ଏକ ନୂଆ ଓଡିଶା ଗଠନ ଦିଗରେ ରାଜ୍ୟକୁ ବିକଶିତ କରିବାକୁ ଆମକୁ ସଙ୍କଳ୍ପ ନେଵାକୁ ହେବ।ପ୍ରଭାରୀ ସୁନାକର ପ୍ରଧାନ କହିଛନ୍ତି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି ଆମକୁ ଲୋକଙ୍କ ସେବା କରି ଦୁର୍ନୀତି ଭ୍ରଷ୍ଟାଚାର ଓ‌ ଭ୍ରଷ୍ଟାକୁ ପ୍ରଶ୍ରୟ ନଦେଇ ଆମ ଉପରେ ଯେପରି ଜନସାଧାରଣ ଆସ୍ଥା ପ୍ରକଟ କରିଛନ୍ତି,ସେହି ପରିପ୍ରେକ୍ଷୀରେ ଅଧିକରୁ ଅଧିକ ସଦସ୍ୟତା ଗ୍ରହଣ କରିବା ଆମର ଲକ୍ଷ୍ୟ। ଉପସଭାପତି ଶ୍ରୀ ରଥ କହିଥିଲେ ସେବା,ସୁଶାସନ ଏବଂ ଗରୀବ କଲ୍ୟାଣ ପ୍ରତି ସମର୍ପିତ ଆମର ଭାରତୀୟ ଜନତା ପାର୍ଟି ଏକ କାର୍ଯ୍ୟ କର୍ତ୍ତା କେନ୍ଦ୍ରୀତ,ରାଷ୍ଟ୍ରବାଦୀ ଓ ଜନ ଆଧାରିତ ଦଳ ଅଟେ ଏଥିରେ ଆମେ ସମସ୍ତେ ଜନ ସେଵା ଲକ୍ଷରେ ସଦସ୍ୟତା ‌ଆପଣେଇବା ଆମର କର୍ତ୍ତବ୍ୟ। ବିକଶିତ ଭାରତ ଆତ୍ମନିର୍ଭରଶୀଳ ଭାରତ ଏବଂ ଏକ ଭାରତ ‌ଶ୍ରେଷ୍ଠ ଭାରତ ନିର୍ମାଣ ପାଇଁ “ବିଜେପି ସଦସ୍ୟତା ଅଭିଯାନ ୨୦୨୪’.ସାମିଲି ହେବା ପାଇଁ ରାଜନଗର ନିର୍ବାଚନ ମଣ୍ଡଳୀର ସମସ୍ତ ଅଗଣିତ ଜନସାଧାରଣ ୮୮୦୦୦୦୨୦୨୪ ନମ୍ବର ରେ ‌ମିସକଲ କରି ବିଜେପି ସଦସ୍ୟତା ଗ୍ରହଣ କରିବାକୁ ଆହ୍ବାନ କରୁଛନ୍ତିି ‌ଵିଧାୟକ ପ୍ରାର୍ଥୀ ଲଳିତ ବେହେରା।ଏହି କାର୍ଯ୍ୟକ୍ରମରେ ମିଟୁ ମନୋଜ ନାୟକ,ବିକ୍ରମ ବାରିକ୍, ନିମାଇଁ ରାଉତ, ବିରେନ୍ଦ୍ର ପାତ୍ର,ରାଜୀବ ଲୋଚନ ନାୟକ,ଧିରେନ ଵିଶ୍ଵାଳ,ଦୀପକ ମଲ୍ଲିକ,ଅରକ୍ଷିତ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ବିକ୍ରମ ଦେବ କଲେଜକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୋରାପୁଟ ଜନ ଉପ ସଭାପତି ହିମାଂଶୁ ଜେନା

Sunil Chandra Nayak

ଜେଏମଏମ ଦଳର ଭିତରାମଦା ପଞ୍ଚାୟତ କମିଟୀ ଗଠିତ

Sunil Chandra Nayak

ସେମିଲିଗୁଡ଼ା ହେନା ଗାର୍ଡେନ ଠାରେ ବ୍ଲକ ସ୍ତରୀୟ ବିଜୁ ଯୁବ ଛାତ୍ର ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!