ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀ ରେ ବୁଡି ଯୁବକ ମୃତ

ଡାବୁଗାଁ, ୧୩/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଘୋଡ଼ାଖୁଣ୍ଟା ଗ୍ରାମରେ ପୋଖରୀ ରେ ବୁଡି ସୋମବାର ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି l ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଘୋଡ଼ାଖୁଣ୍ଟା ଗ୍ରାମର କାର୍ତ୍ତିକ ଶବର (୪୨) ନାମକ ଯୁବକ ଗାଈ ଚରାଇବାକୁ ଗ୍ରାମ ପାଖ ପଡିଆ କୁ ଯାଇଥିଲା l ଦିନ ପ୍ରାୟ ୧୨ ଘ. ସମୟରେ ଗ୍ରାମ ପାଖରେ ଥିବା ପୋଖରୀ ରେ ଗାଧୋଉ ଥିବା ସମୟରେ ଗୋଡ଼ ଖସି ଯାଇ ପାଣିରେ ବୁଡି ଯାଇଥିଲେ l ସେହି ସ୍ଥାନରେ ଗାଈ ଚରାଉଥିବା ଅନ୍ୟ ଗାଈ ଚରାଳି ମାନେ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ l ଏହାପରେ ଲୋକ ମାନେ ପୋଖରୀ ରେ ଖୋଜାଖୋଜି କରି ଅପରାହ୍ନ ରେ କାର୍ତ୍ତିକ ଙ୍କୁ ଉଦ୍ଧାର କରିଥିଲେ l ପରେ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ l ସେଠାରେ କାର୍ତ୍ତିକ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ପରେ ମୃତକ ଙ୍କ ବଡ଼ ଭାଇ ପ୍ରହଲ୍ଲାଦ ଶବର ଡାବୁଗାଁ ଥାନା ରେ ଏତଲା ଦେଇଥିଲେ l ଉକ୍ତ ଏତଲା କୁ ଭିତ୍ତି କରି ସିଂସାରୀ ଫାଣ୍ଡି ଅଧିକାରୀ ଗୋପାଳ କୃଷ୍ଣ ହାଲୱା ଘଟଣାସ୍ଥଳରେ ପହଁଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ l ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯିବ l ଏନେଇ ଥାନା କେସ ନଂ ୧୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଇଟାଲୀ ଭାଷାରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା 

masiha

ତେଲୁଗୁ ଅଞ୍ଚଳରେ ଓଡିଆ ଭାଷା ପ୍ରୀତି

ଭୁଶୁଡିଲା ଘର କାନ୍ଥ, ଅଳ୍ପକେ ବର୍ତ୍ତିଗଲା ପରିବାର

masiha

Leave a Comment

error: Content is protected !!