ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଲ୍ହାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ଆକସ୍ମିକ ବିୟୋଗରେ ମେଘାଚ୍ଛନ୍ନ ସାହିତ୍ୟ ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

କୋଲ୍ହାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ଆକସ୍ମିକ ବିୟୋଗରେ ମେଘାଚ୍ଛନ୍ନ ସାହିତ୍ୟ ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

 ମୟୂରଭଞ୍ଜ – ୧୭/୦୯ ( ମସିହା)ଓଡିଶାର ବିଚ୍ଛିନ୍ନ ଓଡିଆ ଅଞ୍ଚଳ ପଡଶୀ ଝାଡଖଣ୍ଡ ରାଜ୍ଯର ପଶ୍ଚିମ ସିଂହଭୂମ ଜିଲ୍ଲାର ଚାଇଁବସାସ୍ଥିତ କୋହ୍ଲାଣ ବିଶ୍ବବିଦ୍ଯାଳୟର ପୂର୍ବତନ କୁଳପତି ଏବଂ ସମ୍ପ୍ରତି ପୂର୍ବ ସିଂହଭୂମ ଜିଲ୍ଲାର ଜାମସେଦପୁର ସ୍ଥିତ ନେତାଜୀ ସୁଭାଷ ମାନିତ(Deemed) ବିଶ୍ବବିଦ୍ଯାଳୟର କୁଳପତି ଦାୟିତ୍ବ ନିର୍ବାହ କରୁଥିବା ପ୍ରଚଣ୍ଡ ବିଦ୍ବାନ୍ ଏବଂ ମହାନ୍ ଓଡିଆ ପ୍ରେମୀ ପ୍ରଫେସର୍ ଡକ୍ଟର୍ ଗଙ୍ଗାଧର ପଣ୍ଡାଙ୍କର ଆକସ୍ମିକ ବିୟୋଗ ଘଟିଯାଇଛି |ସେ ଏକାଧାରରେ ସଂସ୍କୃତ ବିଶାରଦ ଓ ବିଛିନ୍ନାଞ୍ଚଳର ଓଡ଼ିଆ ଭାଷା ପାଇଁ ସଂଗ୍ରାମୀ ନେତା ଥିଲେ |ତାଙ୍କ ସମୟରେ କୋଲ୍ହାଣ ବିଶ୍ୱବିଦ୍ୟାଳୟର ଅନେକ ଉର୍ନତି ମୂଳକ କାର୍ଯ୍ୟ ହୋଇ ପାରିଥିଲା |ଏହି ଦୁଃଖପୂର୍ଣ ସମୟରେ ମୟୂରଭଞ୍ଜ ଜିଲ୍ଲାର ଜାମଦା ଅଞ୍ଚଳର ମେଘାଚ୍ଛନ୍ନ ସାହିତ୍ୟ ସଂସଦର ସଭାପତି ବିକାଶ ନାୟକ, ଉପସଭାପତି ଉତ୍କଳ କେଶରୀ ପଣ୍ଡା, ଉପଦେଷ୍ଟା ଶ୍ରୀଯୁକ୍ତ ଡମ୍ବରୁ ମହାନ୍ତ, ସହ ସମ୍ପାଦକ ପ୍ରଶ୍ନ ଶତପଥୀ, ତୁଷାରକାନ୍ତ ମହାନ୍ତ,ପ୍ରଦୀପ ମହାନ୍ତ,ସରୋଜ ପ୍ରଧାନ ଏବଂ ରବୀନ୍ଦ୍ର ପଟ୍ଟନାୟକ ତାଙ୍କର ଶୋକସନ୍ତପ୍ତ ପରିବାରର ସଦସ୍ଯ ସଦସ୍ଯାମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଏହି ଅପୂରଣୀୟ କ୍ଷତିକୁ ସହନ କରିବା ନିମନ୍ତେ ସେମାନଙ୍କୁ ସାହସ ଓ ଧୈର୍ୟ ପ୍ରଦାନ କରିବାକୁ ଏବଂ ତାଙ୍କର ଅମର ଆତ୍ମାର ସଦ୍ ଗତି ନିମନ୍ତେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ

Sunil Chandra Nayak

ଓଷ୍ଟା ପକ୍ଷରୁ ୪୧ତମ ଶିଶୁ ମେଳା

masiha

ଷ୍ଟେପିଙ୍ଗ ଷ୍ଟୋନ୍ ଇଂଲିଶ ମିଡିଅମ୍ ସ୍କୁଲର ବାର୍ଷିକୋତ୍ସବ 

masiha

Leave a Comment

error: Content is protected !!