ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ଓଜୋନ ସ୍ତର ସୁରକ୍ଷା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

ଅନ୍ତର୍ଜାତୀୟ ଓଜୋନ ସ୍ତର ସୁରକ୍ଷା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

ରାଉରକେଲା : ସାରା ବିଶ୍ୱରେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଅପ୍ରତ୍ୟାଶିତ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ସମସ୍ତେ ଚିନ୍ତିତ। ଏଭଳି ସମୟରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କର ଅତି ବାଇଗଣି ରଶ୍ମିର ପ୍ରଭାବରୁ ବିଶ୍ୱବାସୀଙ୍କୁ ରକ୍ଷା କରୁଥିବା ଓଜୋନ ଗ୍ୟାସ୍‌ ଆସ୍ତରଣ ଧିରେ ଧିରେ କମିବାରେ ଲାଗିଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖରେ ପାଳନ ହୋଇଥାଏ ଆନ୍ତର୍ଜାତୀୟ ଓଜୋନ ସ୍ତର ସୁରକ୍ଷା ଦିବସ। କାରଣ ୧୯୮୭ ମସିହାର ଏହିଦିନ କାନାଡ଼ା ଦେଶର ମଣ୍ଟ୍ରିଲଠାରେ ବିଶ୍ୱର ବିଭିନ୍ନ ଦେଶର ନେତୃବୃନ୍ଦ ଏକତ୍ରିତ ହୋଇ ଓଜୋନ୍‌ ସ୍ତର ହ୍ରାସକୁ କମାଇବା ସମ୍ପର୍କରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ଥିଲା ‘ମଣ୍ଟ୍ରିଲ ଚୁକ୍ତିନାମା : ଜଳବାୟୁ ସମ୍ପରିତ ଅଧିକ ସଚେତନତା’। ଏହି କ୍ରମରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଏହି ଦିବସ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି ଓଡ଼ିଆ ଏବଂ ଇଂରାଜୀ ବିଷୟରେ ବକ୍ତୃତା ପ୍ରତିଯୋଗିତା। ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ସମୀର ସୌରଭ ପୃଷ୍ଟିଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବିଭାଗୀୟ ଅଧ୍ୟାପିକା ରାଧା କୁମାରୀ ଏବଂ ଡ ଲାରିକା ମହନ୍ତ ଏବଂ ବିଭାଗୀୟ କର୍ମଚାରୀ ରାଜେଶ ବନଛୋର। ପ୍ରତିଯୋଗିତାର ବିଚାରକ ମଣ୍ଡଳୀରେ ଓଡ଼ିଆ ବିଭାଗର ମୁଖ୍ୟ ଡ ସୁଷମା ମୋଦି, ଇଂରାଜୀ ବିଭାଗର ଅଧ୍ୟାପକ ପ୍ରଦୀପ ଟପ୍ପୋ ଏବଂ ଅଧ୍ୟାପିକା ପି ସୋନାଲୀ ମୋସୁମୀ। ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପରବର୍ତ୍ତୀ ସମୟରେ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏମଜିପିଏଲର ରାଇରଙ୍ଗପୁର ବ୍ଳକ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ 

Sunil Chandra Nayak

ସର୍ପାଘାତରେ ମହିଳା ମୃତ 

masiha

ମହାଳିଙ୍ଗରେ ବଜ୍ରପାତ : ମହିଳା ଗୁରୁତର

Sunil Chandra Nayak

Leave a Comment

error: Content is protected !!