ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାହାନଗା ରେଳ ଦୁର୍ଘଟଣା ଗ୍ରସ୍ତ ପରିବାରଙ୍କୁ ସାହାଯ୍ଯାର୍ଥେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏଡିଶା ବ୍ରାହ୍ମଣ ମହାସଭାର,ଵାମନଘାଟି ତରଫରୁ ସହାୟତା

ମୟୂରଭଞ୍ଜ – ୧୩/୬ (ମସିହା)ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗା ଠାରେ ଚଳିତ ଶତାବ୍ଦୀର ଭୟଙ୍କର ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଶତାଧିକ ଲୋକ ମୃତ୍ୟୁ ବରଣ କରିବା ସହ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।ବହୁ ସଧବା ମୁଣ୍ଡରେ ସିନ୍ଦୂର ଲିଭି ଯାଇଛି ।କିଏ ବାପ ମାଆ ହରାଇଛନ୍ତି ତ କିଏ ରୋଜଗାରିଆ ପୁଅ ହରାଇଛନ୍ତି ।ସେହି ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାଯ୍ୟର୍ଥେ ଓଡ଼ିଶା ବ୍ରାହ୍ମଣ ମହାସଭାର,ବାମନଘାଟି ଶାଖା , ତରଫରୁ ରାଇରଙ୍ଗପୁର ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଚେକ୍ ଆକାରରେ କିଛି ଅର୍ଥ ସହାୟତା ପ୍ରଦାନ କରାଯାଇଛି । ମଙ୍ଗଳବାର ଦିନ ପୂର୍ବାହ୍ନରେ ଵାମନଘାଟୀ ବ୍ରାହ୍ମଣ ମହାସଭାର ବରିଷ୍ଠ ସଦସ୍ଯ ଦେବବ୍ରତ ରଥ ମହାପାତ୍ର,ସତ୍ୟ ରଂଜନ ମହାପାତ୍ର,କଟି ପଣ୍ଡା ପ୍ରମୁଖ କର୍ମକର୍ତ୍ତାଵୃନ୍ଦ ବାମନଘାଟୀ ଉପଜିଲ୍ଲାପାଳଙ୍କ ଦପ୍ତରରେ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କୁ ସାକ୍ଷାତ କରି ସହାୟତା ରାଶି ଚେକ୍ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦେଶ୍ୟରେ ପ୍ରଦାନ କରିଛନ୍ତି । ଅର୍ଥ କମ ହୋଇ ଥାଇପାରେ ସମୁଦ୍ର କୁ ଶଙ୍ଖେ ହେଲେ ମଧ୍ୟ କିଛିନା କିଛି ଏଭଳି ଅଭାବନୀୟ ଦୁଃଖଦ ସମୟରେ ସହାୟତାରେ କାହାର‌ ନା କାହା କାମରେ ଲାଗି ପାରିବ !

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ମହାଳିଙ୍ଗରେ ବଜ୍ରପାତ : ମହିଳା ଗୁରୁତର

Sunil Chandra Nayak

ଡବ୍ଳୁଓଡିସି ଅଧ୍ୟକ୍ଷଙ୍କୁ ସାକ୍ଷାତ କଲେ ଅବିନାଶ

Sunil Chandra Nayak

ଶିବିରରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ଫାୟାର ଆଣ୍ଡ ସେଫ୍ଟୀ ଅଫିସର (ଅଗ୍ନି ନିରାପତ୍ତା ଅଧିକାରୀ) ସମାଜସେବୀ ଇଂ.ମାନସ ରଞ୍ଜନ ମାଣ୍ଡୋଇ 

Leave a Comment

error: Content is protected !!