ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ୍ସକ୍ୟାଡ଼ର ଶିକ୍ଷକ ଙ୍କ ରଣ ହୁଙ୍କାର ଦାବି ପୂରଣ ନହେଲେ ପୁନର୍ବାର ଆନ୍ଦୋଳନ : ରାଜ୍ୟ ମହାସଂଘ

ଭୁବନେଶ୍ୱର. ରୁପ୍ରା ତା.12/06(ମନିସ) ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘର ସମସ୍ତ ବ୍ଲକ, ଜିଲ୍ଲା ଓ ରାଜ୍ୟ କର୍ମକର୍ତ୍ତା ମାନଙ୍କର ଏକ ସମାବେଶ ସ୍ଥାନୀୟ ଭଞ୍ଜ କଳାମଣ୍ଡପ ପରିସର ରେ ଗତ 12/06ରିଖ ସୋମବାର ମହାସଂଘ ର ସଭାପତି ଶରତ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ସମାବେଶ ପ୍ରାରମ୍ଭରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ରଂଜୁ ଅମାତ ସମସ୍ତଙ୍କୁ ସ୍ୱାଗତ ସଙ୍ଘଠନ ର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ପ୍ରଶାନ୍ତ ଖମାରୀ ସମାବେଶ ର ଗୁରୁତ୍ୱ, ଆବଶ୍ୟକତା ଓ ଆଭିମୁଖ୍ୟ ଉପରେ କହିଥିଲେ l ଅନ୍ୟ କାର୍ଯ୍ୟକର୍ତା ଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଜୟନ୍ତୀ ଲାଲ ସାହୁ,ଅଲେଖ ସାହୁ,ମହାସଚିବ ହାନେସ ପାତ୍ର ବାଗ, କୋଷାଧ୍ୟକ୍ଷ ବିଜୟ ମିଶ୍ର, ଉପ ସଭାପତି ବିଶ୍ୱରଞ୍ଜନ ଦାସ,ସୁରେନ୍ଦ୍ର ମଲିକ,ସପ୍ତମ କିଶୋର ବେହେରା,ରାଜୀବ ଲୋଚନ ପ୍ରଧାନ,ଉମେଶ ସ୍ୱାଇଁ, ମାନସ ସାହୁ,ସଂପାଦକ ପ୍ରମୋଦ ବେହେରା,,ଆଲୋକ ରାୟ, ସୁଦର୍ଶନ ବରାଳ, ରାଜୁ ବାରିକ,,ଶୁଭେନ୍ଦୁ ଲେଙ୍କା,ଜିତେନ୍ ପାଣି ପ୍ରମୁଖ ରାଜ୍ୟ କର୍ମକର୍ତ୍ତା ଯୋଗଦେଇ ଏକ୍ସକ୍ୟାଡ଼ର ଶିକ୍ଷକ ମାନଙ୍କ ସମସ୍ୟା ଯଥା:- ସମଗ୍ର ଶିକ୍ଷା ରେ କରାଯାଇଥିବା ଡେପୁଟେସନ ବାତିଲ କରି ଏକ୍ସକ୍ୟାଡ଼ର ଉଚ୍ଛେଦ, ସମସ୍ତ ଶିକ୍ଷକ ଙ୍କୁ ଇଂକ୍ରିମେଣ୍ଟ ପ୍ରଦାନ ସହିତ ନିୟମିତ ଶିକ୍ଷକରୁ ବଂଚିତ ଶିକ୍ଷକକୁ ତୁରନ୍ତ ନିୟମିତ କରଣ କରିବା ନେଇ ଅନେକଥର ଦାବି କରାଯାଉଥିଲେ ମଧ୍ୟ ସରକାର ଜାଣିଶୁଣି ଅବହେଳା କରୁଥିବାରୁ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ l ଉପସ୍ଥିତ ବ୍ଲକ ଓ ଜିଲା ସ୍ତର ର ଶିକ୍ଷକ ନେତାମାନେ ସରକାର ଆସନ୍ତା ମାସେ ମଧ୍ୟରେ ଦାବି ପୂରଣ ନ କଲେ ସାରା ରାଜ୍ୟରେ ନିଆଁ ଲାଗିବ ବୋଲି ଚେତାବନୀ ଦେଇ ଥିଲେ ।ଶିକ୍ଷକଙ୍କୁ ନ୍ୟାୟ ନମିଳିବା ଏକ ଦୁଃଖର କଥା,ଏ ଅସନ୍ତୋଷ ର ନିଆଁ କୁହୁଳିଲାଣି ଏହାକୁ ସରକାର ଆୟତ ନକଲେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ଉପୁଜିବ ସରକାର ତାହା ଭୋଗିବେ ,ଏହାକୁ ଆମେ ଛାଡିବାର ପ୍ରଶ୍ନ ଉଠୁନାହିଁ ବୋଲି ରାଜ୍ୟ ସଭାପତି ଶରତ ନାୟକ କହିବା ସହ ରାଜ୍ୟର 22 ହଜାର ଶିକ୍ଷକ ପରିବାର ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ।କର ବା ମର ନୀତିରେ ଲଢେଇର ଆରମ୍ଭ ବୋଲି ଶିକ୍ଷକ ନେତାମାନେ କହିଥିବାବେଳେ ସାଧାରଣ ସଂପାଦକ ପ୍ରଶାନ୍ତ ଖମାରୀ ସରକାର ଏହାର ତୁରନ୍ତ ସମାଧାନ ନକଲେ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି ଜଣେଇଛନ୍ତି । ଶେଷରେ ମହାସଂଘର ଉପସଭାପତି ସପ୍ତମ କିଶୋର ବେହେରା ଧନ୍ୟବାଦ ଦେଇଥିଲେ।

ପ୍ରଦୀପ କୁମାର ସେନାପତି ଙ୍କ ରିପୋର୍ଟ

Related posts

ବାଣପୁର ରେ ଅକ୍ଷୟ ତୃତୀୟାରେ ବ୍ଲକ ସ୍ତରୀୟ କୃଷକ ଦିବସ, ଅଖି ମୁଠି ଅନୁକୂଳ କଲେ କୃଷି ଆତ୍ମାର ଅଧ୍ୟକ୍ଷ 

Sunil Chandra Nayak

ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ସିଜିନ ୧୧ ପାଇଁ ପଞ୍ଜିକରଣ ଆରମ୍ଭ  , ଅଭିଭାବକ ଓ ପ୍ରତିଯୋଗୀ ଙ୍କ ମଧ୍ୟରେ ଉତ୍ସାହ

Sunil Chandra Nayak

ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଭା ପକ୍ଷରୁ ବିଶାଳ ସଭା ଅନୁଷ୍ଠିତ

Leave a Comment

error: Content is protected !!