ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେଶୀବେହେରା ସାହିସ୍ଥ ବିଜେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଗିରି ଗୋବର୍ଦ୍ଧନ ମହୋତ୍ସବ

ଦେଶୀବେହେରା ସାହିସ୍ଥ ବିଜେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଗିରି ଗୋବର୍ଦ୍ଧନ ମହୋତ୍ସବ

ବ୍ରହ୍ମପୁର,15/11 : ସ୍ଥାନୀୟ ଦେଶୀ ବେହେରା ସାହିରେ ବିଜେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଗିରି ଗୋବର୍ଦ୍ଧନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିଥର ଭଳି ଚଳିତ ବର୍ଷ ମନ୍ଦିର ପକ୍ଷରୁ ମହନ୍ତ ଅନିରୁଦ୍ଧ ରାମାନୁଜ ଦାସଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ପ୍ରାତଃରେ ବିଗ୍ରହଙ୍କୁ ସୁଗନ୍ଧିତ ଜଳରେ ସ୍ନାନ, ନୂତନ ବସ୍ତ୍ର ବେଶ ପରିପାଟିରେ ଆଭୂଷଣ କରାଯାଇ ନାନାଦି ସୁଗନ୍ଧିତ ପୁଷ୍ପ, ତୁଳସୀ ମାଳ, ଛପନ ଭୋଗ ନୈବେଦ୍ୟ ରୀତିନୀତିରେ ଭଜନ କିର୍ତ୍ତନ, ସଂଗୀତ ପରିବେଷଣ କରାଯାଇଥିଲା। ଶେଷରେ ଅଞ୍ଚଳର ସମସ୍ତ ସାହିବାସିନ୍ଦା ପ୍ରସାଦ ସେବନ କରି ଆତ୍ମତୃପ୍ତି ଲାଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ବିଜେଡି ନେତା ଟି. ଗୋପୀ, ବରିଷ୍ଠ ସାମ୍ୱାଦିକ ରବି ରଥ, ମେୟର ପ୍ରାର୍ଥିନୀ ମଞ୍ଜୁ ରଥ, ସମାଜସେବୀ ସବିତା ଦାସ, ଗଞ୍ଜାମ ଲ କଲେଜର ସହକାରୀ ପ୍ରଫେସର ସୁଦତ୍ତା ରଥ, ୱାର୍ଡ ନଂ 7ର ଟି. କିଶୋର କୁମାର ପାତ୍ର, ପୋଲାକି ପ୍ରଭାକର ରାଓ, ଇପାରି ପ୍ରତାପ ପ୍ରମୁଖ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରଭୁ କୃପା ଲାଭ କରିଥିଲେ।

ମସିହା ନୀୟୂଜ୍ ସର୍ଭିସ୍ 

Related posts

୮୫ ବର୍ଷୀୟ ବୃଦ୍ଧକୁ ଚାଉଳ କେନ୍ଦ୍ରକୁ ରିକ୍ସା ରେ ବୋହି ଆଣିଲେ ସମ୍ପର୍କୀୟ 

masiha

ଆନନ୍ଦ ମାର୍ଗ ପ୍ରଚାରକ ସଂଘ ତରଫରୁ ଦହି ସର୍ବତ ବଂଟନ

ବିଶୋଇରେ ଟିପିଏନଓଡିଏଲ ବିଦ୍ୟୁତ ସୁରକ୍ଷା ସପ୍ତାହ

Leave a Comment

error: Content is protected !!