ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜମରା ସରକାରି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ବିଜମରା ସରକାରି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ପିଏମଶ୍ରୀ ସ୍ୱାମୀ ବିବେକାନନ୍ଦ ସରକାରୀ ଉଚ୍ଚ ଵିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦୁଇଦିନ ଧରି ସୁବର୍ଣ୍ଣ ଜୟନ୍ତୀ ସମାରୋହ ମହା ସମାରୋହରେ ପାଳନ କରାଯାଉଛି l ଵିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ୱର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନି ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରଚଳିତ ଶିକ୍ଷା ପଦ୍ଧତିକୁ ପରିବର୍ତ୍ତନ କରି ନୂତନ ଶିକ୍ଷା ପଦ୍ଧତି ପ୍ରଚଳନ, ଛାତ୍ର ଏବଂ ଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ ଏବଂ ନୈତିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ପ୍ରଦାନ କରୁଥିବା ତାଙ୍କ ବକ୍ତବ୍ୟରେ କହିଥିଲେ l ସେଭଳି ଡ଼. ଉମେଶ ଚନ୍ଦ୍ର ଶତପଥୀ ପ୍ରଚଣ୍ଡ ସାଧନା ସିଦ୍ଧିର ମାର୍ଗ ପ୍ରାପ୍ତି ପାଇଁ ପଥ ଉନ୍ମୁକ୍ତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ।ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ବ୍ଲକ ଅଧ୍ୟକ୍ଷା ଜ୍ୟୋତି ନାଏକ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l      ଏହି ସମାରୋହରେ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ପକ୍ଷରୁ ପ୍ରଥମେ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ଓ ପୂଜ୍ୟପୂଜା କରାଯିବାପରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା l ଦିବଂଗତ ଶିକ୍ଷକ କର୍ମଚାରୀ, ସଦସ୍ୟ ମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା l ଅତିଥୀ ମାନଙ୍କ ଦ୍ୱାରା “ତରଙ୍ଗିଣୀ ” ସ୍ମରଣିକା ଉନ୍ମୋଚନ କରାଯାଇଥିଲା l ଵିଦ୍ୟାଳୟର ପୂର୍ବତନ ଛାତ୍ର ଅଶ୍ୱିନ କୁମାର ମୁଣ୍ଡ ଏବଂ ପୂର୍ବତନ ଛାତ୍ରୀ ପୁଣ୍ୟତୋୟା ପଧାନ ମଞ୍ଚ ପରିଚାଳନା କରିଥିବାବେଳେ ବିଜୟଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ସୁଧାଂଶୁ ପଣ୍ଡା, ସମ୍ପାଦକ ପ୍ରଦ୍ୟୁମ୍ନ ମହାନ୍ତି, କୋଷାଧକ୍ଷ ଗଣେଶ ସାହୁ, ଗଣେଶ ଦଳେଇ ଏବଂ ସମସ୍ତ କର୍ମକର୍ତ୍ତା, ପୂର୍ବତନ ଛାତ୍ର ଛାତ୍ରୀ ଅଞ୍ଚଳର ଗଣ୍ୟମାନ୍ୟ ବ୍ୟକ୍ତି ଏହି ସମାରୋହରେ ଉପସ୍ଥିତ ଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ଊଦଯାପିତ

Sunil Chandra Nayak

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

REVENUE INSPECTOR OF KALOSIHIRA CIRCLE UNDER KUARMUNDA TAHASIL, DIST-SUNDARAGADA NABBED BY ODISHA VIGILANCE WHILE TAKING BRIBE FOR ISSUANCE OF LAND DEMARCATION REPORT

Sunil Chandra Nayak

Leave a Comment

error: Content is protected !!