ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ 

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ 

ମୟୂରଭଂଜ- ତା :- ୨୪/୧୦/୨୦୨୫ ରିଖ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧ନଂ ୱାର୍ଡ ସ୍ଥିତ ବେଲଗଡ଼ିଆ ସରକାରୀ ଉଚ୍ଚ ପ୍ରାଥମିକ ଓ ଭଞ୍ଜଭୂମି ଉଚ୍ଚ ବିଦ୍ୟାଳୟ ପରିସରରେ ଠାକୁରାଣୀସାହି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ଓ ଉଚ୍ଚ ମାଧ୍ୟମିକ ସମେତ ମୋଟ ୧୫ ଟି ବିଦ୍ୟାଳୟର ପ୍ରାୟ ୩୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ବିଭିନ୍ନ ବିଭାଗରୁ ମୋଟ ୨୬ ଜଣ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି I ତତସହିତ ଭଂଜପୁର ବାଳିକା ଉଚ୍ଚ ବିଦ୍ୟାଳୟର ସାଂସ୍କୃତିକ ଦଳ ମଧ୍ୟ ଶ୍ରେଷ୍ଠ ସ୍ଥାନ ଅଧିକାର କରି ବ୍ଲକ ସ୍ତରକୁ ମନୋନୀତ ହୋଇଛନ୍ତି I ସି ଆର ସି ସି ପୂଜାରିଣୀ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ମହୋତ୍ସବରେ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ କାଉନସିଲର ସୁକେଶିନୀ ସେଠୀ, ସମଗ୍ର ଶିକ୍ଷାର ଆଦିବାସୀ ଶିକ୍ଷା ସଂଯୋଜକ ସପନ ପୃଷ୍ଟି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ, ଭଞ୍ଜଭୂମି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିତା କୁଅଁର, ବେଲଗଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧରିତ୍ରୀ ମହାନ୍ତ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ I କୃଷ୍ଣଚନ୍ଦ୍ର ବେହେରା, ଶୁଭେନ୍ଦୁ ଦଳବେହେରା, ମନୋଜ କୁମାର ଦାଶ, ଅଟଳ କୁମାର ମହାନ୍ତ, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ଇପ୍ସିତା ମଲ୍ଲିକ, ସୁଜାତା ସାହୁ, ମୀରା ଦାସ ମହାପାତ୍ର, ସରୋଜ କୁମାର ରାମ, ଶିକ୍ଷକ ନେତା ପ୍ରଦୀପ କୁମାର ନାଥ, ସିଦ୍ଧେଶ୍ୱର ମିଶ୍ର, ଗୋପାଳ ଲେଙ୍କା, ସୁଶୀଲ ପଣ୍ଡା, ଏବଂ ରାଜକିଶୋର ସେଠୀ, ପ୍ରଦୀପ କୁମାର ଦେ, ସୁନିତା ମାର୍ଣ୍ଡି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଶେଷରେ କାଉନସିଲର ଶ୍ରୀମତୀ ସେଠୀ ସମସ୍ତ ଗାଇଡ଼ ଶିକ୍ଷକ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ I

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପୂର୍ବତନ ବ୍ଲକ ଯୁବ ବିଜେଡି ସଭାପତି ଙ୍କ ବିୟୋଗରେ କ୍ୟାଣ୍ଡଲ ଶୋଭାଯାତ୍ରା

masiha

ବିଦ୍ୟୁତ ଆଘାତରେ କଳ୍ପେଶ୍ୱର ବେମାଲଙ୍କ ଗୁରୁତର ଘଟଣା ଡାକ୍ତର ଖାନାରେ ଜୀବନ ସହ ସଂଗ୍ରାମ ,  ସରକାରୀ ସହାୟତା ଶୁନ

Sunil Chandra Nayak

କାଳଷଣ୍ଢପୁର ଠାରେ ଠିକାଦାର ସଂଘର ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!