ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ଷ୍ଟ୍ରୋକ୍ ଦିବସରେ ଆପୋଲୋର ସଚେତନତା ଅଭିଯାନ – BEFAST ମନେ ରଖିବାକୁ ପରାମର୍ଶ

ବିଶ୍ୱ ଷ୍ଟ୍ରୋକ୍ ଦିବସରେ ଆପୋଲୋର ସଚେତନତା ଅଭିଯାନ – BEFAST ମନେ ରଖିବାକୁ ପରାମର୍ଶ

ରାଉରକେଲା: ବିଶ୍ୱ ଷ୍ଟ୍ରୋକ୍ ଦିବସ ଅବସରରେ ଆପୋଲୋ ହସ୍ପିଟାଲ୍ସ, ରାଉରକେଲା ପକ୍ଷରୁ ‘ଷ୍ଟ୍ରାଇକ୍ ଷ୍ଟ୍ରୋକ୍ – ସଠିକ୍ ପ୍ରତିକ୍ରିୟାର ଶକ୍ତି’ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅବସରରେ ଆପୋଲୋ ହସ୍ପିଟାଲ ପରିସରରେ ବିଶେଷଜ୍ଞଙ୍କ ସହ ଆୟୋଜିତ ଆଲୋଚନାଚକ୍ରର ନିଷ୍କର୍ଷ ଅନୁଯାୟୀ ମସ୍ତିଷ୍କକୁ ରକ୍ତ ଯୋଗାଣ ବନ୍ଦ ହେଲେ ବା ରକ୍ତନଳୀ ଫାଟିଗଲେ ଷ୍ଟ୍ରୋକ୍ ହୁଏ। ଏହାର ଲକ୍ଷଣ ଦେଖିଲେ ତୁରନ୍ତ ଜରୁରୀ ଚିକିତ୍ସା ନେବାକୁ ହସ୍ପିଟାଲ ପରାମର୍ଶ ଦେଇଛି। ଲକ୍ଷଣ କମିଗଲେ ମଧ୍ୟ ଅଣଦେଖା ନକରି ଡାକ୍ତରଙ୍କୁ ଦେଖାଇବା ଜରୁରୀ। ହସ୍ପିଟାଲରେ ୨୪ ଘଣ୍ଟା ଜରୁରୀ, କ୍ରିଟିକାଲ କେୟାର, ଷ୍ଟ୍ରୋକ୍ ଆସେସମେଣ୍ଟ, ଥ୍ରୋମ୍ବୋଲିସିସ୍, ସିଟି-ଏମଆରଆଇ, ଆଞ୍ଜିଓଗ୍ରାଫି,ନ୍ୟୁରୋ-ଏଣ୍ଡୋଭାସ୍କୁଲାର ପ୍ରକ୍ରିୟା ଓ ଡିକମ୍ପ୍ରେସିଭ୍ କ୍ରାନିଏକ୍ଟୋମି ସୁବିଧା ରହିଛି। ଏଥିସହ ଫାଇବ ଜି ଆମ୍ବୁଲାନ୍ସ, ଏଆଇ ଆସେସମେଣ୍ଟ, ୨୪ ଘଣ୍ଟା ପର୍ଯ୍ୟନ୍ତ ଥ୍ରୋମ୍ବେକ୍ଟୋମି, ରୋବୋଟିକ୍ ରିହାବ, ହୋମ୍ ନର୍ସିଂ ଓ ରିମୋଟ ମନିଟରିଂ ବ୍ୟବସ୍ଥା ରହିଛି। ଏସମ୍ପର୍କରେ ବରିଷ୍ଠ ନ୍ୟୁରୋ ସର୍ଜନ ଡା. ଆୟୁଷ୍ମାନ ସତପଥୀ କହିଛନ୍ତି, ଷ୍ଟ୍ରୋକ୍ ଓ ମସ୍ତିଷ୍କ ଆଘାତରେ ତୁରନ୍ତ ନିଷ୍ପତ୍ତି ନେଇ ମସ୍ତିଷ୍କକୁ ସୁରକ୍ଷିତ ରଖିବା ଜରୁରୀ। ବରିଷ୍ଠ ନ୍ୟୁରୋଲୋଜିଷ୍ଟ ଡା. ଦୀପ୍ତି ରଞ୍ଜନ ତ୍ରିପାଠୀ କହିଛନ୍ତି, ଉଚ୍ଚ ରକ୍ତଚାପ, ଡାଇବେଟିସ, କୋଲେଷ୍ଟ୍ରଲ, ହୃଦସ୍ପନ୍ଦନ ଅନିୟମିତତା ଭଳି ବିପଦକୁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଦ୍ୱାରା ଚିହ୍ନିବା ଦରକାର। ଡା. ଅଭିଷେକ ନନ୍ଦା କହିଛନ୍ତି, BEFAST ମନେ ରଖନ୍ତୁ – B- ବାଲାନ୍ସ ହରାଇବା, E- ଆଖି ଦୃଷ୍ଟି ବଦଳିବା, F- ମୁହଁ ବଙ୍କା ହେବା, A- ହାତ ଦୁର୍ବଳ, S- କଥାରେ ଅସୁବିଧା, T- ତୁରନ୍ତ ସାହାଯ୍ୟ ନିଅନ୍ତୁ। ଔଷଧ ସେବନ, ଡାକ୍ତର ପରାମର୍ଶ ଓ ରିହାବ ମଧ୍ୟ ଜରୁରୀ। ସେହିପରି ଡା ଚେତନ ରେଡି ଉପାଦେୟ ବକ୍ତବ୍ୟ ରଖିଥିଲେ। ଡା ଅନୁପମ ମହାପାତ୍ରଙ୍କ ସଂଯୋଜନାରେ ଏହି ଉପାଦେୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତଥା ବିଶେଷଜ୍ଞ ସହ ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିଲା। ହସ୍ପିଟାଲର ମୁଖ୍ୟ ପରିଚାଳକ ଡା ଅଖିଳ ଜୈନ ଓ ବରିଷ୍ଠ ଡ଼ାକ୍ତର ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ। ଆବଶ୍ୟକ ଷ୍ଟ୍ରୋକ୍ ଜରୁରୀ ସହାୟତା ପାଇଁ ୧୦୬୬ ନମ୍ବର ରେଆପୋଲୋ ହସ୍ପିଟାଲ୍ସ, ସେକ୍ଟର ୧୯, ରାଉରକେଲା ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ପକ୍ଷରୁ ମହାନ କ୍ରାନ୍ତିକାରୀ ନେତା ବିନାୟକ ଦାମୋଦର ସଭରକରଙ୍କ ଜୟନ୍ତୀ ଅନୁଷ୍ଠିତ

masiha

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବ ବିଦ୍ୟାଳୟ, ଆଞ୍ଚଳିକ କେନ୍ଦ୍ର ରାଇରଙ୍ଗପୁର ରେ ୮୦ ତମ ସ୍ବାଧୀନତା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!