ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ 

ଡାବୁଗାଁ, ୩/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟ ପରିସରରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି | ଏଥିରେ ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ସଙ୍ଗୀତ, ଲେମ୍ବୁ ଚାମଚ ଓ ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଶେଷରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭଗବାନ ମାଝି, ଉପବିଭାଗୀୟ ଅଧିକାରୀ ବ୍ରଜେନ୍ଦ୍ର କୁମାର ମିଶ୍ର, କନିଷ୍ଠ ସହାୟକ ଧନଞ୍ଜୟ ବିଶୋଇ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ଗୀତାଞ୍ଜଳୀ ବସ୍ତିଆ, ଧନଞ୍ଜୟ ବଡଜେନା, ଗୁପ୍ତେ ପ୍ରସାଦ ନାଗ, ହେମନ୍ତ କୁମାର ପଣ୍ଡା ଓ ହେମେନ୍ଦ୍ର ନାଥ ବେହେରା, ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା, ରାଇସିଂ ପୂଜାରୀ, ଜଗନ୍ନାଥ ରାଓ, ପ୍ରତାପ ଦାସ, ସତ୍ୟ ନାରାୟଣ ମାହାଳିକ, ରଞ୍ଜିତା ଦାଶ ଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ଓ ଭିନ୍ନକ୍ଷମ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସଵ ଅନୁଷ୍ଠିତ

Sunil Chandra Nayak

ଖରିଫ ନୀତି ନିର୍ଦ୍ଧାରଣ କମିଟି ବୈଠକ 

masiha

ରାଇରଙ୍ଗପୁର ରେ ନୂତନ ଫ୍ୟୁଚର ଓଡ଼ିଶା ପଵ୍ଳିକ ସ୍କୁଲ ସାଂସଦଙ୍କ କରକମଳରେ ଶୁଭ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!