ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ୍ ଟି ଏସ୍ ସି ନିର୍ଯାତନା ଆଇନ ସଂଶୋଧନ ଆଦେଶ ପ୍ରତ୍ୟାହାର ଦାବିରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଦାବୀପତ୍ର

ଏସ୍ ଟି ଏସ୍ ସି ନିର୍ଯାତନା ଆଇନ ସଂଶୋଧନ ଆଦେଶ ପ୍ରତ୍ୟାହାର ଦାବିରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଦାବୀପତ୍ର

ଜୁନାଗଡ଼,୧୨/୯(ମନୀସ) ଏସ୍ ଟି ଏସ୍ ସି ମାନଙ୍କୁ ସମାଜିକ ସୁରକ୍ଷା ଦେବା ନିମନ୍ତେ ୧୯୮୯ ମସିହାରେ ପାର୍ଲିଆମେଣ୍ଟ ଦ୍ଵାରା ଏକ ଆଇନ ପାସ କରାଯାଇଥିଲା, କୌଣସି ଏସ୍ ଟି ଏସ୍ ସି ଙ୍କୁ ଜାତିଆଣ ଅତ୍ୟାଚାର ହେଲେ ଡିଏସପି ରେଙ୍କର ଅଫିସର ତଦନ୍ତ କରିବା ବ୍ୟବସ୍ଥା କରାଯାଇଥିଲା,ଏତେ କଡା ଆଇନ ଥିବା ସ୍ୱତେ ଆଜି ମଧ୍ୟ ସାରା ରାଜ୍ୟରେ ଏସ୍ ଟି ଏସ୍ ସି ମାନଙ୍କ ଉପରେ ଜାତିଆଣା ଅତ୍ୟାଚାର ବଢୁଛି,ଏହି ପରିପ୍ରେକ୍ଷୀରେ ରାଜ୍ଯ ସରକାରର ଗୃହ ବିଭାଗ ଗତ ତା ୩୦,୮,୨୦୨୫ ଦିନ atrocity ଆଇନକୁ ସଂଶୋଧନ କରି ଜାତିଆଣା ଅତ୍ୟାଚାର କେସ କୁ ଡିଏସପି ତଦନ୍ତ କରିବା ବଦଳରେ ଆଇଆଇସି ଏସଆଇ ମାନଙ୍କୁ ତଦନ୍ତ କରିବା ଦାୟିତ୍ବ ଦେବାର ନିଷ୍ପତ୍ତି ନିଆ ଯାଇଛି,, ଏସ୍ ଟି ଏସ୍ ସି ନିର୍ଯ୍ଯାତନା କେଶରେ ଡିଏସପି ରେଙ୍କର ଅଫିସର ହୋଇ ଉପଯୁକ୍ତ ତଦନ୍ତ କରିପାରି ନ ଥିବା ବେଳେ ଆଇଆଇସି ଏସ୍ଆଇ ହାତ ରେ atrocity କେସ ଦେବା atrocity ଆଇନକୁ କମ୍ ଜୋର୍ କରୁଥିବା ଜଣା ଯାଉଛି, , ରାଜ୍ଯ ସରକାରର ଏହି ନିଷ୍ପତ୍ତିକୁ ବିରୋଧ କରି ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଆଜି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଙ୍କ ନେତୃତ୍ଵରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମହାମହିମ ରାଜ୍ଯପାଲ ଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ଦିଆଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ସଭାପତି ବୃନ୍ଦାବନ ନାଗ, କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ମହାସଚିବ ଶତ୍ରୁଘ୍ନ ନାଏକ,,ସମ୍ପାଦକ ଇନ୍ଦ୍ରମଣି ବାଗ,, କଲମପୁର ବ୍ଳକ ସଭାପତି ବଳରାମ ଦୁର୍ଗା କେସିଙ୍ଗା ବ୍ଳକ ସଭାପତି ଭାଗିରଥି ନାଏକ,,ବେଣୁଧର ସୁନା,ଡିଙ୍ଗର ବାଗ,, ବିକ୍ରମ ହରପାଲ, ଡମ୍ବରୁଧର କରୁଆ,ଅର୍ଜୁନ ବିଶି,ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ।ମ, ରାଜ୍ଯ ସରକାର ଉକ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର ନ କଲେ ସାରା ରାଜ୍ୟରେ ଆନ୍ଦୋଳନ କରାଯିବା ପାଇଁ ରାଜ୍ଯ କମିଟି ନିଷ୍ପତ୍ତି ନେଇଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

୨୬ ବର୍ଷରେ ତେରେସିଂହା ମାଁ ଗଜଲକ୍ଷ୍ମୀ ପୂଜା

Sunil Chandra Nayak

ରାଇରଙ୍ଗପୁରରେ କୁମ୍ଭାର ଉନ୍ନୟନ ପରିଷଦର ଶାରଦୀୟ ବଂଧୁ ମିଳନ ଓ ବୈଠକ

masiha

ୱର୍କିଙ୍ଗ ଜର୍ଣାଲିଷ୍ଟ ୟୁନିୟନର ପ୍ରତିଷ୍ଠା ଦିବସ ପାଳିତ

masiha

Leave a Comment

error: Content is protected !!