ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ରେ ସ୍ୱାଗତ ସମାରୋହ ଆୟୋଜିତ 

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ରେ ସ୍ୱାଗତ ସମାରୋହ ଆୟୋଜିତ 

ଜୁନାଗଡ଼ ୧୪/୧୦(ମନୀସ) ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ରେ ନବାଗତ ଯୁକ୍ତ ଦୁଇ ପ୍ରଥମ ବର୍ଷ ଓ ଯୁକ୍ତ ତିନି ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା।ଅଧକ୍ଷ ପ୍ରତାପ ବଲ୍ଲଵ ପାଣିଗ୍ରାହୀଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଅନୁଷ୍ଠିତ ଜେନେସିସ ୨୦୨୫ ଉତ୍ସବରେ ଜୁନାଗଡ଼ ର ବିଶିଷ୍ଟ ସମାଜସେବୀ ଦୁର୍ଗା ପ୍ରସାଦ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜ ଛାତ୍ର ଜୀବନର ନେତୃତ୍ୱ ସମ୍ପର୍କରେ କହିଥିଲେ। ଏହି କଲେଜର ଜଣେ ପୁରାତନ ଛାତ୍ର ଭାବରେ ସେ ନିଜକୁ ଗର୍ବିତ ବୋଲି ପରିଚୟ ଦେଇଥିଲେ। ଜେନେସିସ କାର୍ଯ୍ୟକ୍ରମରେ ଶ୍ରୀମତୀ ସାଗରୀକା ଦାସ ସଭାପତିତ୍ୱ କରିଥିଲେ। ମଞ୍ଚରେ ପ୍ରାଧ୍ୟାପକ କୈଳାଶ ଚନ୍ଦ୍ର ମେହେର,ଆଦିତ୍ୟ ଖମାରି, ପ୍ରିୟବ୍ରତ ବାଣୁଆଁ, ନେତ୍ରାନନ୍ଦ ପଧାନ, ବିଶ୍ୱରଂଜନ ବେହେରା, ଜସ୍ମିନ ବନିତା ସାହୁ, ସ୍ୱପ୍ନାମୟୀ ପଧାନ, କଳ୍ପନା ଭୋଇ, ସମୀର ସାହୁ ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମ କୁ ସୁଭାଶିଷ ପାଣିଗ୍ରାହୀ ଓ ଅମିତା ମେହେର ସଂଯୋଜନା କରିଥିଲେ। ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁଭାଶିଷ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଅର୍ପିତା ଦଣ୍ଡସେନା, ବିଶ୍ୱଳତା ଶତନାମୀ, ପାୟଲ ସରାପ ସଂଯୋଜନା କରିଥିଲେ। ସ୍ବେଛାସେବୀ ଭାବରେ ରାହୁଲ କୈବର୍ତ୍ତ, ଧିରେନ ପ୍ରଧାନୀ, ଇନ୍ଦ୍ରାଶିଷ ବେହେରା, ବବୁନ ସାହୁ ଓ ମିଳନ ସାହୁ ସୁଚାରୁରୂପେ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। କଲେଜର ଅଧ୍ୟାପିକା ପୂର୍ଣ୍ଣମାସୀ ମାଝୀ ଜ୍ୟୋତି ରଂଜନ ପାତ୍ର, ବିକାଶ ବେହେରା, ବିଶ୍ୱଭୂଷଣ ପଣ୍ଡା, ତୁଷାର ସା, ଆକାଶ ମେହେର, ଜନ୍ମେଜୟ ମେହେର,ପ୍ରବୀଣ ପଣ୍ଡା ସୁଶାନ୍ତ କୈବର୍ତ୍ତ ଗୁପ୍ତେଶ୍ୱର ସ୍ୱାଇଁ, କୁନି ବେମାଲ, ତ୍ରିଭୁବନ ବେମାଲ, ଜିତେନ୍ଦ୍ର ନାଏକ, ବାବୁଲି ଗୋପାଳ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ।ଶେଷରେ ଜସ୍ମିନ ବନିତା ସାହୁ ଧନ୍ୟବାଦ ଦେଇଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

Deomali Cleaned Up After Filmmaker Highlights Trash Issue

masiha

ମୟୁରଭଞ୍ଜ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା )କମିଟିର ଅଷ୍ଟମ ବୈଠକ ଅନୁଷ୍ଠିତ.

masiha

ଘୋଟାଲାକାରୀଙ୍କ ଠାରୁ ବିପଦମୁକ୍ତରେ ରୁଙ୍ଗଟା” ନମୁନା ପରୀକ୍ଷା ନକରି, ସର୍ବାଧିକ ରାଜସ୍ବ ଦେବ ରୁଙ୍ଗଟା

masiha

Leave a Comment

error: Content is protected !!