ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାନ୍ୟ ଝଡ଼ ପବନରେ ଷ୍ଟାଚ୍ୟୁ ଧରାଶାୟୀ – ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବିଜେପିର ଦାବି

ରାଉରକେଲା/ ବିଜେପି ର ଏକ ପ୍ରତିନିଧି ଦଳ , ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ ରାଉରକେଲା ସ୍ମାର୍ଟସିଟି ସି .ଇ. ଓ ଙ୍କୁ ଭେଟି ଗତ କାଲି ସାମାନ୍ୟ ଝଡ଼ ପବନରେ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁ ଧରାସାୟୀ ହୋଇ ଥିବା ବିରୁଦ୍ଧରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ନିର୍ମାଣ ସମୟରେ ତିଆରି ହୋଇଥିବା ଏହି ପ୍ରତିମୂର୍ତ୍ତି କିଭଳି ସାମାନ୍ୟ ଝଡ଼ ପବନରେ ଟଳି ପଡ଼ିଲା ତାହା ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋଟି କୋଟି ଟଙ୍କାରେ ତିଆରି ହୋଇଥିବା ଏହି ନିମ୍ନମାନର କାମ କିପରି ହେଲା ଏବଂ ପ୍ରଶାସନ କଣ କରୁଥିଲେ ବୋଲି ବିଜେପି ପ୍ରଶ୍ନ କରିଛି । ଏହାର ତୁରନ୍ତ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ଦାବି କରିଛି । ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି ବୋଲି ସି ଇ ଓ ପ୍ରକାଶ କରିଥିଲେ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଆଜିର ଏହି ପ୍ରତିନିଧି ଦଳ ରେ ସାମିଲ ହୋଇଥିଲେ ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରମିଳା ଦାସ, ଜିଲ୍ଲା ଉପସଭାପତି ସୁବ୍ରତ ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଜେନା, ଓ ବି ସି ରାଜ୍ୟ ଉପସଭାପତି କମାଲେଶ୍ୱର୍ ସାହା, ଜିଲ୍ଲା ସମ୍ପାଦକ ଅଜୟ କଂସାରୀ, ମଣ୍ଡଳ ସଭାପତି ହିରୋଜ ରାୟ, ବରିଷ୍ଟ ନେତା ଭବାନୀ କବି, କେଦାର ମହାନ୍ତି, , ମାଦ୍ରୁ ଓରାମ, ରନଧିର ଲେଙ୍କା, ଅରୂପ ନାୟକ, ଅଜିତ ସାହୁ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବାଦାମ ପାହାଡ଼ ରେଳ ଷ୍ଟେସନ ନିକଟରୁ ଜବରଦଖଲ ଉଚ୍ଛେଦ

masiha

କାବ୍ୟଗ୍ରନ୍ଥ ” ସାରା ଆକାଶ ତୁମର” ଲୋକାର୍ପିତ 

Sunil Chandra Nayak

ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଇଂ ରାଜେଶ ମହାକୁଡ଼

masiha

Leave a Comment

error: Content is protected !!