ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୱାଇ.ଏମ.ଏଫ.ଆଇ ପକ୍ଷରୁ ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ୱାଇ.ଏମ.ଏଫ.ଆଇ ପକ୍ଷରୁ ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ରାଉରକେଲା : ୱାଇ.ଏମ.ଏଫ.ଆଇ ପକ୍ଷରୁ ଗତ ସପ୍ତାହରେ ଜାମ୍ମୁ କାଶ୍ମୀର ର ପହଲଗ୍ରାମରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ସମସ୍ତ ନିରୀହ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ତର୍ଜାତୀୟ ମାନବାଧିକାର କାଉନସିଲର ସୁନ୍ଦରଗଡ଼ ଜିଲ୍ଲା ସଭାପତି ଇଂ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ l ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଙ୍କ ଆବାହକତ୍ୱ ରେ ଆମ୍ବାଗାନ ନିକଟରେ ଆୟୋଜିତ ଶୋକସଭାରେ ସମାଜସେବୀ ଦୀପକ ଦାଶ ଅଧ୍ୟକ୍ଷତା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବସନ୍ତ କୁମାର ପାଠୀ, ସିଦ୍ଧିନାଥ ଜ୍ୟୋତିଷି,ମାନସ ରଞ୍ଜନ ଦାଶ, ସୁମିତ୍ରା ଦାଶ, ରଶ୍ମିତା ବିଶୋଇ, ପ୍ରିୟଙ୍କା ପାଣି, ରଶ୍ମିତା ମଲ୍ଲିକ,ମୋନାଲିସା ଗୌଡ଼, ନିତାଞ୍ଜଳି ପରିଡା, ଗୌରୀ ନାଗ,ସୋନାଲି ସରକାର, ସାଲୁ ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ଗଭୀର ଶୋକ ପ୍ରକାଶ କରିଥିଲେ l କାଶ୍ମୀର ପରି ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ଆତଙ୍କବାଦୀ ଙ୍କ ଏଭଳି ଅତର୍କିତ ଆକ୍ରମଣ ଘଟଣାକୁ ନିନ୍ଦା କରାଯିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଖଡ଼ିଆଳ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧0୮ତମ ଜନ୍ମ ଜୟନ୍ତୀ ପାଳିତ

masiha

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପୋଲିସ କର୍ମାଚାରୀଙ୍କ ପୋଷାକ ଭତ୍ତା ଦ୍ବିଗୁଣିତ,  କନେଷ୍ଟବଳ, ହାବିଲଦାର ଓ ସିପାହୀ ମାନଙ୍କ ‘ଏକ୍‌ଷ୍ଟ୍ରା ଡ୍ୟୁଟି ପ୍ରୋତ୍ସାହନ ରାଶି’ରେ ମଧ୍ୟ ବୃଦ୍ଧି

masiha

ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗ

masiha

Leave a Comment

error: Content is protected !!