ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୱାଇ.ଏମ.ଏଫ.ଆଇ ପକ୍ଷରୁ ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ୱାଇ.ଏମ.ଏଫ.ଆଇ ପକ୍ଷରୁ ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ରାଉରକେଲା : ୱାଇ.ଏମ.ଏଫ.ଆଇ ପକ୍ଷରୁ ଗତ ସପ୍ତାହରେ ଜାମ୍ମୁ କାଶ୍ମୀର ର ପହଲଗ୍ରାମରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ସମସ୍ତ ନିରୀହ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ତର୍ଜାତୀୟ ମାନବାଧିକାର କାଉନସିଲର ସୁନ୍ଦରଗଡ଼ ଜିଲ୍ଲା ସଭାପତି ଇଂ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ l ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଙ୍କ ଆବାହକତ୍ୱ ରେ ଆମ୍ବାଗାନ ନିକଟରେ ଆୟୋଜିତ ଶୋକସଭାରେ ସମାଜସେବୀ ଦୀପକ ଦାଶ ଅଧ୍ୟକ୍ଷତା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବସନ୍ତ କୁମାର ପାଠୀ, ସିଦ୍ଧିନାଥ ଜ୍ୟୋତିଷି,ମାନସ ରଞ୍ଜନ ଦାଶ, ସୁମିତ୍ରା ଦାଶ, ରଶ୍ମିତା ବିଶୋଇ, ପ୍ରିୟଙ୍କା ପାଣି, ରଶ୍ମିତା ମଲ୍ଲିକ,ମୋନାଲିସା ଗୌଡ଼, ନିତାଞ୍ଜଳି ପରିଡା, ଗୌରୀ ନାଗ,ସୋନାଲି ସରକାର, ସାଲୁ ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ଗଭୀର ଶୋକ ପ୍ରକାଶ କରିଥିଲେ l କାଶ୍ମୀର ପରି ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ଆତଙ୍କବାଦୀ ଙ୍କ ଏଭଳି ଅତର୍କିତ ଆକ୍ରମଣ ଘଟଣାକୁ ନିନ୍ଦା କରାଯିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଚିନ୍ତା ନିଦରେ ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଲୋକେ ହେଉଛନ୍ତି ହନ୍ତସନ୍ତ

Sunil Chandra Nayak

ଯୋଗାଣ ସହାୟକ ଙ୍କ ଅନୁପସ୍ଥିତ ରେ ତାଙ୍କ ସ୍ବାମୀ ଦେଉଥିଲେ ଚାଉଳ, ୩ମାସ ଚାଉଳ ନେଲେ ଏକ କିଲୋ ବି କମ୍ ନେବେ ନାହି ହିତାଧିକାରୀ

Sunil Chandra Nayak

ଇନ୍ଦ୍ରାବତୀ କୁ ମିଳିଲା ଆଉ ଏକ ଝଟକା :ଉଠାଇ ନିଆଗଲା ଅତିରିକ୍ତ ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ

Sunil Chandra Nayak

Leave a Comment

error: Content is protected !!