ରାଜ୍ୟସ୍ତରୀୟ ବାବା ଗୋରେଖନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ
କଟକ : କୈବଲ୍ୟ ସାହିତ୍ୟ ସଂସଦ, କଟକ ତରଫରୁ ଜଗତସିଂହପୁର ଗୋରେଖନାଥ ପୀଠରେ ରାଜ୍ୟସ୍ତରୀୟ ବାବା ଗୋରେଖ ନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶାର ବହୁତ୍ ଜିଲ୍ଲାରୁ ବହୁତ୍ ସଂଖ୍ୟାରେ କବି କବୟିତ୍ରୀ ସମାଜସେବୀ ଆଧ୍ୟାତ୍ମିକ ପ୍ରବକ୍ତା ଯୋଗଦାନ କରିଥିଲେ । ଦୁଇଟି ଅଧିବେଶନରେ ରାଜ୍ୟସ୍ତରୀୟ କବିତା ପାଠ ଏବଂ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମହାଦେବ ଶକର ଏବଂ ଜଗନ୍ନାଥଙ୍କ ସମ୍ପର୍କରେ ଆଧ୍ୟାତ୍ମିକ ଭାବନା ଭିତରେ ଶତାଧିକ କବି କବୟିତ୍ରୀ କବିତା ପାଠ କରିଥିଲେ । ଲୋକ ସାହିତ୍ୟରେ ତନ୍ତ ମନ୍ତ୍ରର ପ୍ରଭାବ ଶୀର୍ଷକ ଆଲୋଚନାରେ ଅତିଥିମାନେ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଉକ୍ତ ସମ୍ମିଳନୀରେ ଉଦ୍ଘାଟକ ଭାବେ ସ୍ବାମୀ ଚିଦାନନ୍ଦ ପର୍ବତ ମହାରାଜ, ନାମ ବ୍ରହ୍ମ ସେବାଶ୍ରମ, ବେଲ ବଣ ମଠ, ଖୋରତ, ଜଗତସିଂହପୁର ଯୋଗଦେଇ ବାବା ଗୋରେଖ ନାଥଙ୍କ ମହିମା ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ନିହାର ରଞ୍ଜନ ଦାସ ଯୋଗଦେଇ ମାନବ ସମାଜ କଲ୍ୟାଣ ପାଇଁ ଆଧ୍ୟାତ୍ମିକ ସାହିତ୍ୟ ଏବଂ ସାହିତ୍ୟିକଙ୍କ ବିଷୟରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ବକ୍ତଭାବେ ପ୍ରାକ୍ତନ ପ୍ରାଧ୍ୟାପକ ମେଜର ପୂର୍ଣ୍ଣଚନ୍ଦ୍ର ସାହୁ ଆଧ୍ୟାତ୍ମିକତା ସରଳ ଏବଂ ସୁସ୍ଥ ଜୀବନଯାପନର ମାଧ୍ୟମ ।
ସମ୍ମାନିତ ଅତିଥିଭାବେ ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ହିମାଂଶୁ ଭୂଷଣ ଜେନା, ବଟକୃଷ୍ଣ ସାହୁ,ସତ୍ୟ ପ୍ରକାଶ କର ,ଡ଼କ୍ଟର ଶରତ କୁମାର ମହାରଣା ପ୍ରାଧ୍ୟାପକ, ଓଡ଼ିଆ ବିଭାଗ,ଡ଼କ୍ଟର ଲକ୍ଷ୍ମଣ ସାହୁ , ଅଧ୍ୟକ୍ଷ ଏବଂବରିଷ୍ଠ ସ୍ତମ୍ବକାର,ଡ଼କ୍ଟର ବିଜୟ କୁମାର ବିଶ୍ଵାଳ,ଅଧ୍ୟକ୍ଷ, ଡ଼କ୍ଟର ସ୍ନେହାଶ୍ରୀ ସ୍ୱାଇଁ ,ସୁ ସାହିତ୍ୟିକା ଯୋଗଦେଇ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ମତବ୍ୟକ୍ତ କରିଥିଲେ । ନୃତ୍ୟଶିଳ୍ପୀ ସାଇ ଋତୁପର୍ଣ୍ଣା ପରିଡ଼ା ଜଗନ୍ନାଥ ଅଷ୍ଟକମରେ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରିଥିଲେ ।ଶ୍ରୀମତୀ ସରୋଜିନୀ ରଥ, (ପ୍ରେରଣାଦାୟୀ ବକ୍ତା ) ଏବଂଶ୍ରୀମତୀ ତପସ୍ଵିନୀ ଶାନ୍ତି (କବୟିତ୍ରୀ )ଙ୍କୁ କୈବଲ୍ୟ ସାହିତ୍ୟର ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ସମ୍ମାନ ପ୍ରଦାନ କରାଯାଇଥିଲା । କୈବଲ୍ୟ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ଓ ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ଦୁଇଟି ଅଧିବେଶନରେ ସଭାପତିତ୍ବ କରିଥିଲେ ।କବିଏବଂକବୟିତ୍ରୀମାନେ ଜଗନ୍ନାଥଙ୍କ ଜଣାଣ ଗାନ କରିଥିଲେ । ଦୁଇଶହରୁ ଉର୍ଦ୍ଧ ସାହିତ୍ୟିକଙ୍କୁ ବାବା ଗୋରଖନାଥ ସାରସ୍ବତ ସମ୍ମାନ ଏବଂ ପନ୍ଦର ଜଣଙ୍କୁ ବାବା ଗୋରେଖନାଥ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶହେରୁ ଅଧିକ ଗୀତା ବଣ୍ଟନ କରାଯାଇଥିଲା । କବୟିତ୍ରୀ ଶ୍ରୀମତୀ ଯଶୋବନ୍ତି ରାଉତ, ଜଗତସିଂହପୁର,କବୟିତ୍ରୀ ଶ୍ରୀମତୀ ମହାସ୍ମୀତା ଓଝା,ଏବଂ କବୟିତ୍ରୀ ସୁରଭି ଦ୍ବିବେଦୀ ମଞ୍ଚ ପରିଚାଳନା କରିଥିଲେ ।କବି ସୁଭବ୍ରତ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । କବୟିତ୍ରୀ ପୁଷ୍ପଲତା ମିଶ୍ର ଶାନ୍ତି ପାଠ କରିଥିଲେ ।