ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ବାବା ଗୋରେଖନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ 

ରାଜ୍ୟସ୍ତରୀୟ ବାବା ଗୋରେଖନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ 

କଟକ : କୈବଲ୍ୟ ସାହିତ୍ୟ ସଂସଦ, କଟକ ତରଫରୁ ଜଗତସିଂହପୁର ଗୋରେଖନାଥ ପୀଠରେ ରାଜ୍ୟସ୍ତରୀୟ ବାବା ଗୋରେଖ ନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶାର ବହୁତ୍ ଜିଲ୍ଲାରୁ ବହୁତ୍ ସଂଖ୍ୟାରେ କବି କବୟିତ୍ରୀ ସମାଜସେବୀ ଆଧ୍ୟାତ୍ମିକ ପ୍ରବକ୍ତା ଯୋଗଦାନ କରିଥିଲେ । ଦୁଇଟି ଅଧିବେଶନରେ ରାଜ୍ୟସ୍ତରୀୟ କବିତା ପାଠ ଏବଂ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମହାଦେବ ଶକର ଏବଂ ଜଗନ୍ନାଥଙ୍କ ସମ୍ପର୍କରେ ଆଧ୍ୟାତ୍ମିକ ଭାବନା ଭିତରେ ଶତାଧିକ କବି କବୟିତ୍ରୀ କବିତା ପାଠ କରିଥିଲେ । ଲୋକ ସାହିତ୍ୟରେ ତନ୍ତ ମନ୍ତ୍ରର ପ୍ରଭାବ ଶୀର୍ଷକ ଆଲୋଚନାରେ ଅତିଥିମାନେ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଉକ୍ତ ସମ୍ମିଳନୀରେ ଉଦ୍ଘାଟକ ଭାବେ ସ୍ବାମୀ ଚିଦାନନ୍ଦ ପର୍ବତ ମହାରାଜ, ନାମ ବ୍ରହ୍ମ ସେବାଶ୍ରମ, ବେଲ ବଣ ମଠ, ଖୋରତ, ଜଗତସିଂହପୁର ଯୋଗଦେଇ ବାବା ଗୋରେଖ ନାଥଙ୍କ ମହିମା ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ନିହାର ରଞ୍ଜନ ଦାସ ଯୋଗଦେଇ ମାନବ ସମାଜ କଲ୍ୟାଣ ପାଇଁ ଆଧ୍ୟାତ୍ମିକ ସାହିତ୍ୟ ଏବଂ ସାହିତ୍ୟିକଙ୍କ ବିଷୟରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ବକ୍ତଭାବେ ପ୍ରାକ୍ତନ ପ୍ରାଧ୍ୟାପକ ମେଜର ପୂର୍ଣ୍ଣଚନ୍ଦ୍ର ସାହୁ ଆଧ୍ୟାତ୍ମିକତା ସରଳ ଏବଂ ସୁସ୍ଥ ଜୀବନଯାପନର ମାଧ୍ୟମ ।

ସମ୍ମାନିତ ଅତିଥିଭାବେ ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ହିମାଂଶୁ ଭୂଷଣ ଜେନା, ବଟକୃଷ୍ଣ ସାହୁ,ସତ୍ୟ ପ୍ରକାଶ କର ,ଡ଼କ୍ଟର ଶରତ କୁମାର ମହାରଣା ପ୍ରାଧ୍ୟାପକ, ଓଡ଼ିଆ ବିଭାଗ,ଡ଼କ୍ଟର ଲକ୍ଷ୍ମଣ ସାହୁ , ଅଧ୍ୟକ୍ଷ ଏବଂବରିଷ୍ଠ ସ୍ତମ୍ବକାର,ଡ଼କ୍ଟର ବିଜୟ କୁମାର ବିଶ୍ଵାଳ,ଅଧ୍ୟକ୍ଷ, ଡ଼କ୍ଟର ସ୍ନେହାଶ୍ରୀ ସ୍ୱାଇଁ ,ସୁ ସାହିତ୍ୟିକା ଯୋଗଦେଇ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ମତବ୍ୟକ୍ତ କରିଥିଲେ । ନୃତ୍ୟଶିଳ୍ପୀ ସାଇ ଋତୁପର୍ଣ୍ଣା ପରିଡ଼ା ଜଗନ୍ନାଥ ଅଷ୍ଟକମରେ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରିଥିଲେ ।ଶ୍ରୀମତୀ ସରୋଜିନୀ ରଥ, (ପ୍ରେରଣାଦାୟୀ ବକ୍ତା ) ଏବଂଶ୍ରୀମତୀ ତପସ୍ଵିନୀ ଶାନ୍ତି (କବୟିତ୍ରୀ )ଙ୍କୁ କୈବଲ୍ୟ ସାହିତ୍ୟର ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ସମ୍ମାନ ପ୍ରଦାନ କରାଯାଇଥିଲା । କୈବଲ୍ୟ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ଓ ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ଦୁଇଟି ଅଧିବେଶନରେ ସଭାପତିତ୍ବ କରିଥିଲେ ।କବିଏବଂକବୟିତ୍ରୀମାନେ ଜଗନ୍ନାଥଙ୍କ ଜଣାଣ ଗାନ କରିଥିଲେ । ଦୁଇଶହରୁ ଉର୍ଦ୍ଧ ସାହିତ୍ୟିକଙ୍କୁ ବାବା ଗୋରଖନାଥ ସାରସ୍ବତ ସମ୍ମାନ ଏବଂ ପନ୍ଦର ଜଣଙ୍କୁ ବାବା ଗୋରେଖନାଥ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶହେରୁ ଅଧିକ ଗୀତା ବଣ୍ଟନ କରାଯାଇଥିଲା । କବୟିତ୍ରୀ ଶ୍ରୀମତୀ ଯଶୋବନ୍ତି ରାଉତ, ଜଗତସିଂହପୁର,କବୟିତ୍ରୀ ଶ୍ରୀମତୀ ମହାସ୍ମୀତା ଓଝା,ଏବଂ କବୟିତ୍ରୀ ସୁରଭି ଦ୍ବିବେଦୀ ମଞ୍ଚ ପରିଚାଳନା କରିଥିଲେ ।କବି ସୁଭବ୍ରତ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । କବୟିତ୍ରୀ ପୁଷ୍ପଲତା ମିଶ୍ର ଶାନ୍ତି ପାଠ କରିଥିଲେ ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ବ୍ରହ୍ମପୁରରେ “ସଂସାର” ପକ୍ଷରୁ ପୃଥିବୀ ଦିବସ ପାଳନ, ସ୍ଥାୟୀ ଜୀବନଯାପନ ପାଇଁ ଆହ୍ୱାନ

Sunil Chandra Nayak

ବୁଢ଼ୀଦର ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ, କୁନିକଳାକାରଙ୍କ ଗହଣରେ ନାଚିଲେ ଜୁନାଗଡ଼ ବିଧାୟକ

masiha

ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!