ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଗୁଣ୍ଡିଚା ସାଂସ୍କୃତିକ ସେବା ସମିତି ର ସାଂସ୍କୃତିକ କାର୍ଯ୍ୟକ୍ରମ 

ଶ୍ରୀଗୁଣ୍ଡିଚା ସାଂସ୍କୃତିକ ସେବା ସମିତି ର ସାଂସ୍କୃତିକ କାର୍ଯ୍ୟକ୍ରମ 

ରାଉରକେଲା: ଛେଣ୍ଡ ସ୍ଥିତ ଶ୍ରୀଗୁଣ୍ଡିଚା ସାଂସ୍କୃତିକ ସେବା ସମିତି ତରଫରୁ ରଥଯାତ୍ରା ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିଚିତ୍ରାନନ୍ଦ ପଢିଆରୀ ଓ ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନଅ ଦିନ ଧରି ମହାପ୍ରଭୁଙ୍କ ବିଭନ୍ନ ନୀତିକାନ୍ତି ସହ ଶ୍ରଦ୍ଧାଳୁ ଙ୍କ ନିମନ୍ତେ ପ୍ରସାଦ ବିତରଣ କରାଯାଇଥିଲା। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁଜାତା ସାହୁ ପାଲା ପରିବେଷଣ କରିଥିଲେ। ଅନ୍ୟପକ୍ଷେ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ପ୍ରସାଦ ବିତରଣ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ରେ ସମିତି ତରଫରୁ ସର୍ବଶ୍ରୀ କାମେଶ୍ବର ଦତ୍ତ,ରାଧାଶ୍ୟାମ ନାୟକ,ଚୈ।ଧୁରୀ ରମେଶ ଦାସ, ପ୍ରଭାତ ମହାପାତ୍ର, ବ୍ରଜକିଶୋର ପାଣି, ଭବାନୀ କବି, ପ୍ରସନ୍ନ କୁମାର ସାବତ, ରୁଦ୍ରନାରାୟଣ ତ୍ରିପାଠୀ, ସରୋଜ ଦାସ, ସୁରେଶ ପଣ୍ଡା, ରବିନ୍ଦ୍ର ମହାନ୍ତି, ଆଶିଷ ଦାସ, ରାଜୀବ ପ୍ରତିହାରୀ,ହାପି ମୋମେଣ୍ଟସ ତରଫରୁ ଇପ୍ସିତା ଦାସ, ରାଜେନ୍ଦ୍ର ପଣ୍ଡା, ରଶ୍ମିତା ଓ ଅନ୍ବେଷା ପଣ୍ଡା, ଚାରୁଲତା ସାମଲ, ଗଜେନ୍ଦ୍ର ମେହେର,ପ୍ରଦୀପ ବିଶୋୟୀ , କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲାବେଳେ ଶେଷଦିନ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଅତିଥି ଭାବେ ଯୋଗଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୧- ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ଓଡିଶା ରିଜିଅନ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ଉଦଘାଟିତ :୧୧ ଜଣ ଛାତ୍ର ଛାତ୍ରୀ ଜାତୀୟସ୍ତର ପାଇଁ ମନୋନୀତ,୨- ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳନ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ସରବେରଣୀ ଗ୍ରାମର ଯୁବ ଇଂଜିନିୟର ଲକ୍ଷ୍ମୀଧର ପାଣି ଚାଷ ଓ ଚାଷୀଙ୍କ ପାଇଁ ଆଣିଛନ୍ତି ନୁଆଁ ଦିଶା

ନିଟ୍ ଦୁର୍ନୀତି ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶାର ତୃଟି ପୂର୍ଣ ପାଠ୍ୟ ପୁସ୍ତକ ପ୍ରକାଶନ ପାଇଁ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦାବୀ-SFI-DYFI

Sunil Chandra Nayak

Leave a Comment

error: Content is protected !!