ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ କବିତା ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ରାଉରକେଲା ଇସ୍ପାତ କାରଖାନାର ମହାପ୍ରବନ୍ଧକ ଗୁରୁ ଚରଣ ପଟ୍ଟନାୟକ , ମୁଖ୍ୟବକ୍ତା ଭାବେ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ରଥଯାତ୍ରା : ଆଧ୍ୟାତ୍ମିକ, ପରମ୍ପରା ଓ ଲୋକସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ରଥ, ଜଗନ୍ନାଥ, ମହୋଦଧି, ଶ୍ରୀମନ୍ଦିର ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଡା ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ଉତ୍କଳ ର ପ୍ରକୃତ ରାଜା ହେଉଛନ୍ତି ଶ୍ରୀଜଗନ୍ନାଥ । ସେହିପରି ରଥଯାତ୍ରା ର ଅନ୍ୟନାମ ହେଉଛି ପତିତପାବନ ଯାତ୍ରା। ଇନ୍ଦ୍ରୀୟ ଏପଟ ଘୋଡା କିପରି ରଥରେ ଯୋଚା ଯାଇଛି, ଶରଧାବାଲି ର ତତ୍ତ୍ବ ଓ ଉପନିଷଦରେ କପରି ରଥ ତତ୍ବ ସେ ସମ୍ପର୍କରେ ବିସ୍ତୃତ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ।ସଭାପତି ଶ୍ରୀ ସାବତ ଅତିଥି ପରିଚୟ ସଙ୍ଗେ ସଙ୍ଗେ ସ୍ୱାଗତ ଭାଷଣ ଦେଇଥିଲେ । ଦ୍ବିତୀୟ ପର୍ଯ୍ୟାୟରେ କିଶୋରୀ ମୋହନ କର *”ପୋଷ୍ୟ”* ଶୀର୍ଷକ ଗଳ୍ପ ପାଠ କରିଥିଲେ। ତୃତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ମଞ୍ଜୁଳା କୁମାରୀ ରଥ ଓ ସତ୍ୟ ଦାଶଙ୍କ ସଂଯୋଜନାରେ କରିଥିଲା ବେଳେ କବୀ ଦିପ୍ତୀ ମହାନ୍ତି, ସୁଭାଷିନୀ ସାହୁ, ବଳରାମ ଦାଶ, ସଂଯୁକ୍ତା ଦାଶ, ଅଶୋକ କୁମାର ପଟ୍ଟନାୟକ, କିଶୋରୀ ମୋହନ କର, ଜ୍ଞାନ ରଞ୍ଜନ ମିଶ୍ର, ନିକୁଞ୍ଜ ବିହାରୀ ଦାଶ, ବ୍ରହ୍ମାନନ୍ଦ ପାଢ଼ୀ, ସ୍ନେହ ପ୍ରିୟ ବଳ, ସଞ୍ଜୟ କୁମାର ଦେ ଓ ସଂଯୋଜକ ଦ୍ବୟ କବିତା ପାଠ କରିଥିଲେ | ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଶ୍ରୀ ଆଚାର୍ଯ୍ୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖିଥିଲେ ଏବଂ କାର୍ଯ୍ୟକାରୀ ସଭାପତି ସୁବାସ ମହାପାତ୍ର ପ୍ରାକ କଥନ ରଖିଥିଲେ | ଶେଷରେ ପ୍ରିୟା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଭୁଦତ୍ତ ବେହେରା, ନିରୁପମା ଚାନ୍ଦ, କମଳ ଆଚାର୍ଯ୍ୟ, ରମେଶ ଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ରାଉତ,ଗୈ।ତମ ଦାସ, ଶ୍ରୀକାନ୍ତ ପାଣିଗ୍ରାହୀ, ଶରତ କୁମାର ସ୍ୱାଇଁ, ଗୀତାଞ୍ଜଳି ମହାରଣା, କୌଶଲ୍ୟା ମହାରଣା, ପ୍ରଭାଷିନୀ ସାହୁ, ଭୁବନେଶ୍ୱରୀ ମହାପାତ୍ର, ରାଜଲକ୍ଷ୍ମୀ ସେନାପତି, ଅଜୟ ମହାନ୍ତି, ବସନ୍ତ କୁମାର ମହାରଣା, ସଞ୍ଜୟ କୁମାର ମିଶ୍ର, ସଂଗ୍ରାମ ପ୍ରିୟ ତନ୍ତୀ, ଶ୍ରେୟାନ୍ସି ନାୟକ, ଶର୍ମିଷ୍ଠା କବି ଶତପଥି, ନିରୁପମା ନାୟକ, ଅଜୟ କୁମାର ପ୍ରଧାନ ତ୍ରିଲୋଚନ ମିଶ୍ର, ସୁନୀଲ ମହାନ୍ତି, ବିଜୟ କୁମାର ବରାଳ, ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

masiha

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

Sunil Chandra Nayak

ସି ବି ଏସ୍ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

Leave a Comment

error: Content is protected !!