ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡି. ଆଇ. ଇ. ଟି. ଢେଙ୍କାନାଳ ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ :୨୦୨୪-୨୫ ବର୍ଷ ଲାଗି ପାଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଡି. ଆଇ. ଇ. ଟି. ଢେଙ୍କାନାଳ ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ :୨୦୨୪-୨୫ ବର୍ଷ ଲାଗି ପାଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର:

ପୁରସ୍କାରରେ ରେ ୧୦ ଲକ୍ଷ ଅର୍ଥରାଶି ସହ ସ୍ମୃତି ଫଳକ ଓ ମାନପତ୍ର:
ଗୁଣାତ୍ମକ ଶିକ୍ଷକ ପ୍ରଶିକ୍ଷଣ ଓ ଅଭିନବ ଶୈକ୍ଷିକ କାର୍ଯ୍ୟ ଲାଗି ସ୍ୱୀକୃତି:
ଶ୍ରେଷ୍ଠତ୍ୱର ସୀମା ନାହିଁ କି ସଫଳତାର ଶେଷ ନାହିଁ :
ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତି ଅବସରରେ ଡି.ଆଇ.ଇ.ଟି. ,ଢେଙ୍କାନାଳ ରେ “ଉଲ୍ଲାସ” କାର୍ଯ୍ୟକ୍ରମ-୨୦୨୫ ଅନୁଷ୍ଠିତ :
ପୁରସ୍କାର ଆନନ୍ଦ ଆଣିବା ସହ ଦାୟିତ୍ୱ ବଢ଼ାଉଛି :

ଢେଙ୍କାନାଳ: ତା୧୦.୦୯.୨୦୨୫ରିଖ :  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଉଲ୍ଲେଖନୀୟ ଅବଦାନ ଲାଗି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ( ଡି.ଆଇ. ଇ.ଟି. ) ବିଭାଗରେ ଢେଙ୍କାନାଳ ଡି.ଆଇ.ଇ.ଟି. ରାଜ୍ୟ ସ୍ତରରେ ଶ୍ରେଷ୍ଠ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମlଝିଙ୍କ ଠାରୁ ପୁରସ୍କୃତ ହୋଇଛି । ରାଜ୍ୟ ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ -୨୦୨୫ ଅବସରରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଯୁକ୍ତ ତଥା ପ୍ରମୁଖ ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରୁ ଡି.ଆଇ.ଇ.ଟି.ଢେଙ୍କାନାଳର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ଓ ଶିକ୍ଷକ ପ୍ରଶିକ୍ଷକ ପ୍ରଭାତୀ ସ୍ୱାଇଁ ପୁରସ୍କାର ସ୍ୱରୂପ ସ୍ମୃତି ସନ୍ତକ ଓ ମାନପତ୍ର ମୁଖ୍ୟଅତିଥି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମlଝିଙ୍କ ଠାରୁ ଗ୍ରହଣ କରିଛନ୍ତି । ଅତ୍ୟାଧୁନିକ ଭିତ୍ତିଭୂମି, ଜିଲ୍ଲାରେ ଶିକ୍ଷାର ଉନ୍ନତିରେ ଉତ୍ତମ ଯୋଗଦାନ ଓ ଶିକ୍ଷକ ତାଲିମ କ୍ଷେତ୍ରରେ ଅଭିନଵ ପଦକ୍ଷେପ ସହିତ ବହୁ ନୂତନ ଯୋଜନା ପାଇଁ ଢେଙ୍କାନାଳ ଡି. ଆଇ. ଇ.ଟି.ରାଜ୍ୟରେ ଅନ୍ୟ ଜିଲ୍ଲା ଲାଗି ପ୍ରେରଣା ସାଜିଛି । ପ୍ରତିଷ୍ଠାନ ପକ୍ଷରୁ ମଡେଲ ଶିଶୁବାଟିକା ନିର୍ମାଣ କରାଯାଇଛି ଯେଉଁଥିରେ ସାକ୍ଷରତା କୋଣ,ସଂଖ୍ୟାଜ୍ଞାନ କୋଣ,ସୃଜନାତ୍ମକ କୋଣ,ବାଲୁକା କୋଣ, ଆଦିର ବ୍ୟବସ୍ଥା କରାଯାଇ ଶିଶୁବାଟିକାକୁ ଅଧିକ ଛାତ୍ରୀ,ଛାତ୍ର ଉପଯୋଗୀ କରାଯାଇପାରୁଛି । ଜିଲ୍ଲାରେ ଶିକ୍ଷଣ କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ପାରୁ ନ ଥିବା ବିଦ୍ୟାଳୟ ଗୁଡିକୁ ଚି଼ହ୍ନଟ କରାଯାଇ ଛାତ୍ରଛାତ୍ରୀଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ କରାଯାଇଛି । ସେହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦlନ ଶୈଳୀରେ ଅଭିବୃଦ୍ଧି କରାଯାଇଛି । ଏହା ସହ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପରିପୂର୍ଣ ବିକାଶ ନିମନ୍ତେ ପ୍ରତିଷ୍ଠାନର ଦିଗଦର୍ଶନରେ ଶତ ପ୍ରତିଶତ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯାଦୁପେଡ଼ି ପ୍ରସ୍ତୁତ କରିଛନ୍ତି । ଶିକ୍ଷାଦlନ ପାଇଁ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କୁ ସୃଜନାତ୍ମକ ଢଙ୍ଗରେ ଶିକ୍ଷା ଦିଆଯାଉଛି ।କମ୍ପୋଜିଟ ପିରିୟଡ଼ର ପରିକଳ୍ପନା ଓ ରୂପାୟନ,କର୍ମଶାଳା, ଆଲୋଚନାଚକ୍ର ଓ ଗବେଷଣା କ୍ଷେତ୍ରରେ ଏହାର ଅଭିନବ କାର୍ଯ୍ୟକ୍ରମ ଓ ନୂଆ ପଦକ୍ଷେପ ଅନ୍ୟ ପ୍ରତିଷ୍ଠାନ ଠାରୁ ଏହାକୁ ସ୍ୱତନ୍ତ୍ର କରିପାରିଛି । ଆଜିର ଏହି ସମାବେଶରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ତଥା ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ଓସେପl ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଓ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ମନୋଜ ପାଢ଼ୀ ମଂଚାସୀନ ଥିବା ବେଳେ ବିଭାଗର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ।

ସଫଳତା ରାତାରାତି ମିଳେ ନାହିଁ ।ଏହା ଦିନେ ଦି ଦିନରେ ଆସେ ନାହିଁ ।ଏଥିଲାଗି ନିରନ୍ତର ଉଦ୍ୟମ ଆବଶ୍ୟକ। ପୁରସ୍କାର ପାଇବାର ମାନେ ନୁହେଁ କି ସଫଳତାର ସବୁ ସୋପାନ ଅତିକ୍ରମ କରିଗଲେ । ସଫଳତା ଏକ ଯାତ୍ରା । ଏହି ଯାତ୍ରାରେ ଯୋଗଦାନ ଦେଇ ପାରିଲେ ନିଜର ବୃତ୍ତିଗତ ଜୀବନରେ ସାର୍ଥକତା ଆସେ ବୋଲି ସ୍ଥାନୀୟ ଡି. ଆଇ. ଇ. ଟି. ଠାରେ ଆୟୋଜିତ ଉଲ୍ଲାସ କାର୍ଯ୍ୟକ୍ରମ -୨୦୨୫ରେ ଢେଙ୍କାନାଳ ପୌରପାଳିକାର ପୌରାଧ୍ୟାକ୍ଷା ଜୟନ୍ତୀ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ।ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ରାଜ୍ୟ ସ୍ତରରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସଫଳତାକୁ ସହାଭାଗୀମାନଙ୍କ ସହ ବାଣ୍ଟିବା ଅବସରରେ ଆୟୋଜିତ ଉଲ୍ଲାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ସଭାପତିତ୍ୱ କରିଥିବାବେଳେ ଅନ୍ୟତମ ଅତିଥିଭାବେ ଶିକ୍ଷାବିତ ଡ଼ଃ ସୁସନ୍ଧ୍ୟା ମହାନ୍ତି,ପୌର୍ଣ୍ଣମାସୀ ମହାପାତ୍ର ଓ ହିନ୍ଦୋଳ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହର ଦେହୁରୀ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲା ରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ତିନିଜଣ ସିଆରସିସି ରାଜେଶ କୁମାର ସାହୁ, ଦିପୁନା ପlତ୍ର ଓ ମହେଶ୍ୱର ସାହୁଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ l ବିଭିନ୍ନ ବ୍ଲକ ର ଶିକ୍ଷା ଅଧିକାରୀ,ଶିକ୍ଷକ ଓ ସିଆରସିସି ମାନେ ଡି.ଆଇ.ଇ.ଟି.ର ଏହି ସଫଳତାରେ ଅଧ୍ୟକ୍ଷଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୁରସ୍କାର ପାଇ ଆମେ ଯେତିକି ଗର୍ବିତ ସେତିକି କୃତଜ୍ଞ ଓ ଏହି ପୁରସ୍କାର ଆମର ଦାୟିତ୍ୱବୋଧକୁ ବଢ଼ାଉଛି ବୋଲି ସମ୍ବର୍ଦ୍ଧନାର ଉତ୍ତରରେ ଅଧ୍ୟକ୍ଷ ଶ୍ରୀସାହୁ ମତବ୍ୟକ୍ତ କରିଥିଲେ ।ସେହିପରି ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବଳିତ ନ୍ୟୁଜ୍ ଲେଟର “ନଟିଆ”କୁ ଅତିଥିମାନେ ଉନ୍ମୋଚନ କରିଥିବା ବେଳେ ପ୍ରାଚୀର ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟା “ଉଲ୍ଲାସ” କୁ ମୁଖ୍ୟ ଅତିଥି ଶ୍ରୀମତୀ ପାତ୍ର ଅନାବରଣ କରିଥିଲେ ।ଏଭଳି ବିରଳ ସଫଳତା ପ୍ରଶିକ୍ଷଣ ପ୍ରତିଷ୍ଠାନର ସମସ୍ତ କର୍ମଚାରୀଙ୍କ ଯୋଗୁଁ ସମ୍ଭବ ହେଇଥିବାରୁ ପ୍ରତିଷ୍ଠାନର ସବୁ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଆଜିର ସଭାକୁ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ କଲ୍ୟାଣୀ ସାହୁ ସଂଯୋଜନା କରିଥିବାବେଳେ ସ୍ନେହଲତା ରାଜ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ ।ଅନ୍ୟତମ ପ୍ରଶିକ୍ଷିକା ସୌମ୍ୟା ପଟ୍ଟନାୟକ, ବିଦ୍ୟୁତ୍ ପ୍ରଭା ଶତପଥି ଓ ସ୍ଵାଗତିକା ସ୍ୱାଇଁ ଅନୁଭୂତି ବିତରଣ କରିଥିବାବେଳେ ପ୍ରଭାତୀ ସ୍ୱାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବନ୍ଧରେ ବିଶଦ ଆଲୋଚନା ରଖିଥିଲେ ଓ ପ୍ରଭାତୀ ଦଳେଇ ଧନ୍ୟବାଦ ଦେଇଥିଲେ । ସଭାଶେଷରେ ଚିତ୍ତାକର୍ଷକ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇଥିଲା । ଆଜିର ଉତ୍ସବରେ ପ୍ରତିଷ୍ଠାନର ସମସ୍ତ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲାବେଳେ,ସି.ଏସ.ଏଫ. ପ୍ରତିନିଧି ଏବଂ ଶତାଧିକ ଶିକ୍ଷୟିତ୍ରୀ,ଶିକ୍ଷକ ଓ ଗୁରୁଛାତ୍ରୀ,ଛାତ୍ର ଉପସ୍ଥିତ ଥିଲେ ।ପ୍ରଶିକ୍ଷଣ ପ୍ରତିଷ୍ଠାନର ଏହି ସଫଳତାରେ ଅଧ୍ୟକ୍ଷ ଶ୍ରୀ ସାହୁ ରାଜ୍ୟ ସରକାର,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଡ଼ା.ଦେବୀ ପ୍ରସାଦ ମିଶ୍ର,ରାଜ୍ୟ ପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ, ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ,ଓଡ଼ିଶା ତଥା ଆଜୀବନ ସଦସ୍ୟ,ଢେଙ୍କାନାଳ ଜିଲ୍ଳା ଆବାହକ,ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶା,ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ,ସୁସାହିତ୍ୟିକ, ସାମାଜିକ କର୍ମୀ ତଥା ଭ୍ରାମ୍ୟମାଣ ଅବୈତନିକ ସମ୍ବାଦଦାତା ଭାବରେ ଡି.ଆଇ.ଇ.ଟି.ଢେଙ୍କାନାଳର ଏହି ଅଭୂତପୂର୍ବ ସଫଳତାରେ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ନେତୃତ୍ୱ ଓ ସଫଳ ମାର୍ଗଦର୍ଶନ,ସମସ୍ତ ଅଧ୍ୟାପିକା,ଅଧ୍ୟାପକ ଓ କର୍ମଚାରୀବୃନ୍ଦଙ୍କର ସାମଗ୍ରିକ ନିଷ୍ଠାପର ଉଦ୍ୟମ ପାଇଁ ସମ୍ଭବପର ହୋଇପାରିଛି ଓ ଏହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇପାରିଛି ବୋଲି ଦୃଢ଼ ମତପୋଷଣ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ବଧେଇ ଜଣାଇଛନ୍ତି।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଆମ ସଂକଳ୍ପ “ନିଶା ନୁହେଁ, ଜୀବନ” ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୁଦ୍ଧରେ ସଚେତନତା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ 

masiha

ତ୍ରିଶକ୍ତି ଫାଉଣ୍ଡେସନର ମହାନ କାର୍ଯ୍ୟ,କ୍ୟାନ୍ସର ପୀଡିତ ଙ୍କୁ ଆର୍ଥିକ ସହାୟତା ସହିତ ଯୋଗାଇଦେଲେ ରାସନ

Sunil Chandra Nayak

ବନ୍ଧୁଗାଁ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ

masiha

Leave a Comment

error: Content is protected !!