ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କୁ ନବ ବର୍ଷ ଶୁଭେଚ୍ଛା ସହ ଦାବୀ ପତ୍ର ଦେଲେ ଇନ୍ଦ୍ରାବତୀ ବୁଡି ଅଞ୍ଚଳ ଗଣ ପରିଷଦ 

ତେନ୍ତୁଳିଖୁଣ୍ଟି ୧୦/୦୧/୨୩-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବୁଡି ଅଞ୍ଚଳ ଗଣପରିଷଦ ୧୪ ଦଫା ଦାବୀ ସହ ନବ ବର୍ଷର ଶୁଭେଚ୍ଛା ଜଣେଇଲେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି.ଆଓଙ୍କୁ । ବ୍ରହ୍ମପୁର କମିଶନର ଟି.ଆଓଙ୍କୁ ଇନ୍ଦ୍ରାବତୀ ବୁଢ଼ି ଅଞ୍ଚଳ ଗଣ ପରିସଦଙ୍କ ୧୪ ଟି ସମସ୍ୟାର ସମାଧାନ ସହ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ତା ସହ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ବିସ୍ଥାପିତ ଙ୍କ ସମସ୍ୟା ଯଥା ସମ୍ଭବ ସମାଧାନ କରିବାକୁ ଅନୁରୋଧ ରଖିଥିଲେ । ଏହି ସମୟରେ ଇନ୍ଦ୍ରାବତୀ ବୁଡି ଅଞ୍ଚଳ ଗଣପରିଷଦ ସମ୍ପାଦକ ସୁଧୀର ସୁନାଙ୍କ ସହ ସୁନୀଲ ଗରଡା,ସୁରେନ୍ଦ୍ର ମାଝୀ ଓ ଡମୁ ସାନ୍ତା ପ୍ରମୂଖ କମିଶନର କାର୍ଯ୍ୟାଳୟରେ ଯାଇ କମିଶନରଙ୍କୁ ଫୁଲତୋଡ଼ା ଦେଇ ଇଂରାଜୀ ନବ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ତିରିଶ ବର୍ଷ ବିତିଗଲାଣି ତଥାପି ବିସ୍ଥାପିତ ଙ୍କ ହକ କୁ ଅଣଶୁଣା କରା ଯାଉଛି , ବର୍ତ୍ତମାନ ଦୁଇ ବର୍ଷ ହେବ କିଛିଟା ସମାଧାନ ହେଉଛି କିନ୍ତୁ ଆହୁରି ଅନେକ ସମସ୍ୟା ରହିଛି ବିସ୍ଥାପିତ ଙ୍କ । ସେ ସବୁ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ସମ୍ପାଦକ ସୁଧୀର ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଖାରବେଳନଗର ଶାଖା)ରାୟଗଡା ର ନିର୍ବାଚନୀ ବୈଠକ ଅନୁଷ୍ଠିତ

masiha

ଝରଡି ଉପସ୍ୱାସ୍ଥ୍ୟ କେନ୍ଦ୍ରର କରୁଣ ଚିତ୍ର , କେନ୍ଦ୍ରକୁ ଯିବାକୁ ବାଟ ନାହିଁ, ସ୍ୱସ୍ଥ୍ୟ ସେବା ଲୋକଙ୍କୁ ମିଳୁଥିବ କିଭଳି ? ତାହାକୁ ନେଇ ଉଠୁଛି ପ୍ରଶ୍ନ

masiha

ବିଭିନ୍ନ ସ୍ଥାନରେ ସ୍ବାଧିନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!