ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କୁ ନବ ବର୍ଷ ଶୁଭେଚ୍ଛା ସହ ଦାବୀ ପତ୍ର ଦେଲେ ଇନ୍ଦ୍ରାବତୀ ବୁଡି ଅଞ୍ଚଳ ଗଣ ପରିଷଦ 

ତେନ୍ତୁଳିଖୁଣ୍ଟି ୧୦/୦୧/୨୩-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବୁଡି ଅଞ୍ଚଳ ଗଣପରିଷଦ ୧୪ ଦଫା ଦାବୀ ସହ ନବ ବର୍ଷର ଶୁଭେଚ୍ଛା ଜଣେଇଲେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି.ଆଓଙ୍କୁ । ବ୍ରହ୍ମପୁର କମିଶନର ଟି.ଆଓଙ୍କୁ ଇନ୍ଦ୍ରାବତୀ ବୁଢ଼ି ଅଞ୍ଚଳ ଗଣ ପରିସଦଙ୍କ ୧୪ ଟି ସମସ୍ୟାର ସମାଧାନ ସହ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ତା ସହ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ବିସ୍ଥାପିତ ଙ୍କ ସମସ୍ୟା ଯଥା ସମ୍ଭବ ସମାଧାନ କରିବାକୁ ଅନୁରୋଧ ରଖିଥିଲେ । ଏହି ସମୟରେ ଇନ୍ଦ୍ରାବତୀ ବୁଡି ଅଞ୍ଚଳ ଗଣପରିଷଦ ସମ୍ପାଦକ ସୁଧୀର ସୁନାଙ୍କ ସହ ସୁନୀଲ ଗରଡା,ସୁରେନ୍ଦ୍ର ମାଝୀ ଓ ଡମୁ ସାନ୍ତା ପ୍ରମୂଖ କମିଶନର କାର୍ଯ୍ୟାଳୟରେ ଯାଇ କମିଶନରଙ୍କୁ ଫୁଲତୋଡ଼ା ଦେଇ ଇଂରାଜୀ ନବ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ତିରିଶ ବର୍ଷ ବିତିଗଲାଣି ତଥାପି ବିସ୍ଥାପିତ ଙ୍କ ହକ କୁ ଅଣଶୁଣା କରା ଯାଉଛି , ବର୍ତ୍ତମାନ ଦୁଇ ବର୍ଷ ହେବ କିଛିଟା ସମାଧାନ ହେଉଛି କିନ୍ତୁ ଆହୁରି ଅନେକ ସମସ୍ୟା ରହିଛି ବିସ୍ଥାପିତ ଙ୍କ । ସେ ସବୁ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ସମ୍ପାଦକ ସୁଧୀର ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବେଲଗୁଣ୍ଠା ପୋଲିସ ପକ୍ଷରୁ ଗାଡ଼ି ଚେକିଂ 

Sunil Chandra Nayak

ଘରୋଇ ହିଂସା ବିରୁଦ୍ଧରେ ଗୋଷ୍ଠୀ କେନ୍ଦ୍ରିତ ଆଲୋଚନା ବୈଠକ କାର୍ଯ୍ୟକ୍ରମ

ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି ଅଖିଳ ଭାରତବର୍ଷ ଯାଦବ ମହା ସମାଜର ଉପ-ସଭାପତି ରୂପେ ମନୋନୀତ, ଖଡିଆଳ ଜିଲ୍ଲା ଓ ନଗର ଯାଦବ ସମାଜ ପକ୍ଷ ରୁ ବିପୁଳ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!