ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଟ୍ ଦୁର୍ନୀତି ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶାର ତୃଟି ପୂର୍ଣ ପାଠ୍ୟ ପୁସ୍ତକ ପ୍ରକାଶନ ପାଇଁ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦାବୀ-SFI-DYFI

ନିଟ୍ ଦୁର୍ନୀତି ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶାର ତୃଟି ପୂର୍ଣ ପାଠ୍ୟ ପୁସ୍ତକ ପ୍ରକାଶନ ପାଇଁ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦାବୀ-SFI-DYFI

ବ୍ରହ୍ମପୁର,୧୦/୦୭ ନିଟ୍ ପରୀକ୍ଷାରେ ବାରମ୍ବାର ଜାଲିଆତି ହେବା, NTA ଦ୍ୱାରା କରାଯାଉଥିବା ପରୀକ୍ଷା ଗୁଡିକରେ ଦୁର୍ନୀତି ରୋକିବାରେ କେନ୍ଦ୍ର ଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।ଏହାର ମୁଖ୍ୟ ଭାବେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାକୁ ଦାବି କରାଯାଇଛି। ସେହିଭଳି ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରସ୍ତୁତ ପାଠ୍ୟ ପୁସ୍ତକ ଗୁଡ଼ିକ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ।ଏହା ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଜଡିତ। ଦ୍ଵିତୀୟରେ ଏଥିପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିପାଇଁ ସ୍ବତନ୍ତ୍ରଭାବେ ବ୍ୟବସ୍ଥା ଓ ବିଭାଗ ରହିଛି।କିନ୍ତୁ ରାଜ୍ୟର ବିଜେପି ସରକାରର ବେପୁରୁଆ ମନୋଭାବ ଯୋଗୁଁ ଦେଶରେ ରାଜ୍ୟର ପ୍ରସାଶନର ଦକ୍ଷତା ଓ ସମ୍ମାନରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ଏଥିପାଇଁ ଦାୟୀ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା ଜରୁରୀ। 

ସେହିଭଳି ତୃଟି ପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରକାଶନ ପାଇଁ ଦାୟୀ ଅଫିସର, ପ୍ରସ୍ତୁତ କର୍ତ୍ତା, ବିଶେଷଜ୍ଞ, ଯାଞ୍ଚ ଦାୟିତ୍ୱ ବହନ କରି ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି। ସେହିଭଳି ଓଡ଼ିଆ ଭାଷାର ଜଣେ ଦକ୍ଷ ଅଫିସରଙ୍କୁ ବିଭାଗର ସଚିବ ଭାବେ ଅବସ୍ଥାପିତ କରି ତ୍ରୁଟିମୁକ୍ତ ପାଠ୍ୟ ପୁସ୍ତକ ପ୍ରକାଶିତ କରି ଅତିଶୀଘ୍ର ଛାତ୍ର ଛାତ୍ରୀଙ୍କୁ ବଣ୍ଟନ କରିବା ପାଇଁ ଦାବୀ କରାଯାଇଛି। ପାଠ୍ୟ ପୁସ୍ତକ ଉପଲବ୍ଧ ହେବା ପର୍ଯ୍ୟନ୍ତ ପୁରୁଣା ପୁସ୍ତକରେ ପାଠ ପଠାଇବା ବ୍ୟବସ୍ଥା କରିବା ପାଇଁ ଦାବୀ କରାଯାଇଛି। ଆଜିର ଏହି କାର୍ଯ୍ୟ କ୍ରମରେ ପୂର୍ବତନ DYFI ନେତା ଯୁଧିଷ୍ଠିର ବେହେରା, ଦିଲିପ ଛୋଟରାୟ, SFIର ଗୋକୁଳ ତ୍ରିପାଠୀ, ଲୋକନାଥ ଖୁଣ୍ଟିଆ, dyfi ନେତା ଅଜିତ ପାଣିଗ୍ରାହୀ, ଶ୍ରୀଧର ସ୍ବାଇଁ, ସୁଶାନ୍ତ ବିଶୋଇ,SFI ନେତା ଚନ୍ଦ୍ର ଶେଖର ନାୟକ, ଲକୀର ଛୋଟରାୟ, ହିମାଂଶୁ ଛଟେଇ ପ୍ରମୁଖ ନେତୃତ୍ୱ ନେଇଥିଲେ। ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

Related posts

ନୂଆପଡା ଜିଲ୍ଲାରେ ନୂତନ ଏସପି ହେଲେ ରାଘବେନ୍ଦ୍ର ଗୁଣ୍ଡଲା ରେଡି 

Sunil Chandra Nayak

ପ୍ରଶାସନ ପହଞ୍ଚିଲା ହିତାଧିକାରୀ ନିକଟରେ :ଶହେରୁ ଉର୍ଦ୍ଧ୍ଵ ପାଇଲେ ସେମାନଙ୍କ ଚାରି ପାଞ୍ଚ ମାସର ପ୍ରାପ୍ୟ ଭତ୍ତା  

Sunil Chandra Nayak

ସଚେତନ ନାଗରିକ ମଞ୍ଚର ନବମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର ଆସନ୍ତା ୧୬ ରେ…

Sunil Chandra Nayak

Leave a Comment

error: Content is protected !!