ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ମତ୍ସ୍ୟ ଚାଷୀ ଦିବସ–୨୦୨୬ ପାଳିତ 

ଜାତୀୟ ମତ୍ସ୍ୟ ଚାଷୀ ଦିବସ–୨୦୨୬ ପାଳିତ 

ବ୍ରହ୍ମପୁର,୧୦/୦୭ ଜାତୀୟ ମତ୍ସ୍ୟ ଚାଷୀ ଦିବସ–୨୦୨୬ ଅବସରରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ଗଞ୍ଜାମଠାରେ ଏକ ସଚେତନତା ଓ ମତ୍ସ୍ୟଚାଷୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୫୦ରୁ ଅଧିକ ମତ୍ସ୍ୟଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHG) ସଦସ୍ୟ ଏବଂ ମତ୍ସ୍ୟ ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଡ଼ଃ ଅଞ୍ଜନ କୁମାର ଦାଶ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (CDVO), ଗଞ୍ଜାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟଚାଷରେ ଆଧୁନିକ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ, ପୌଷ୍ଟିକ ସୁରକ୍ଷା, ରୋଜଗାର ସୃଷ୍ଟି ଏବଂ ଗ୍ରାମୀଣ ଅର୍ଥନୀତିରେ ମତ୍ସ୍ୟ କ୍ଷେତ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ।

ଆମନ୍ତ୍ରିତ ଅତିଥି ଭାବେ ଶ୍ରୀ ସୁରେଶ ଚନ୍ଦ୍ର ବେହେରା, ଯୁଗ୍ମ ନିର୍ଦ୍ଦେଶକ, ମତ୍ସ୍ୟ ନିର୍ଦ୍ଦେଶାଳୟ ଶ୍ରୀ ସିଦ୍ଧାର୍ଥ ଶଙ୍କର ଦାସ, ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର (KVK), ଗଞ୍ଜାମ, ଶ୍ରୀ ସଞ୍ଜୀବ ମିଶ୍ର, ଜିଲ୍ଲା ବିକାଶ ପ୍ରବନ୍ଧକ (DDM), ନାବାର୍ଡ, ଶ୍ରୀ ହିମାଞ୍ଚଳ ସାହୁ, ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର (LDM), ଗଞ୍ଜାମ, ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ବିଭାଜିକା, ଗଞ୍ଜାମ ଏବଂ ଶ୍ରୀ ଦେବୀଦତ୍ତ ମହାନ୍ତି, ଅତିରିକ୍ତ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ), ଗଞ୍ଜାମ ଯୋଗଦେଇ ମତ୍ସ୍ୟ କ୍ଷେତ୍ରର ବିକାଶ, ବୈଜ୍ଞାନିକ ମତ୍ସ୍ୟଚାଷ ଓ ଚାଷୀଙ୍କ ଆୟ ବୃଦ୍ଧି ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ଭାରତରେ ହାଇପୋଫାଇଜେସନ୍ (Hypophysation) ଓ କାର୍ପ ମାଛର କୁତ୍ରିମ ପ୍ରଜନନ (Induced Breeding) ର ଇତିହାସ ଉପରେ ଏକ ବିଶେଷ ଉପସ୍ଥାପନା କରାଯାଇଥିଲା। ଏଥିରେ ବି. ଏ. ହାଉସେ, ରୋଡୋଲ୍ଫୋ ଭନ୍ ଇହେରିଙ୍ଗ, ହାମିଦ ଖାନ, ଡ଼ଃ ଏଚ୍. ଏଲ୍. ଚୌଧୁରୀ ଓ ଡ଼ଃ କେ. ଏଚ୍. ଆଲିକୁନ୍ହିଙ୍କ ଐତିହାସିକ ଅବଦାନ ସହ ଆଧୁନିକ ସିନ୍ଥେଟିକ୍ ହରମୋନ ଏବଂ ବୈଜ୍ଞାନିକ ହ୍ୟାଚେରୀ ପ୍ରଯୁକ୍ତି ମାଛ ଯାଆଁଳ ଉତ୍ପାଦନରେ ଆଣିଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଶ୍ରୀ ଭାରତ ଭୂଷଣ ସାହୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଗଞ୍ଜାମଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା। ସେ ମତ୍ସ୍ୟଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଯଥା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଇତ୍ୟାଦି ଜରିଆରେ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ କରି ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ମତ୍ସ୍ୟ ବିଭାଗର ଅଧିକାରୀ ଏଵଂ କର୍ମଚାରୀ ଉପସ୍ଥିତ ଥିଲେ।

Related posts

ମାନ୍ୟବର ଅଦାଲତ ନିର୍ଦ୍ଧେଶରେ ମର୍ଯ୍ୟାଦାହାନୀ ‘ନା’ ଷଡଯନ୍ତ୍ର?କେଉଁ ଆଇନରେ ଷ୍ଟାଫ ଦରମା ଦେବେ ଶ୍ରମିକଙ୍କୁ-ଏଡିଜି?

masiha

ଆଶା ର ପ୍ରଦୀପ ଜାଳି ଦୀପାବଳୀ ପାଳିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ପୁନର୍ଗଠିତ: ନୂତନ କର୍ମକର୍ତ୍ତା ଙ୍କୁ ସାମିଲ

masiha

Leave a Comment

error: Content is protected !!