ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କ କଥା ରଖିଲେ ବିଭାଗୀୟ ଅଧିକାରୀ, ମରାମତି ହେଲା ରାସ୍ତା

ସାମ୍ବାଦିକଙ୍କ କଥା ରଖିଲେ ବିଭାଗୀୟ ଅଧିକାରୀ, ମରାମତି ହେଲା ରାସ୍ତା

କଲମପୁର -୨୧/୧୧(ମସିହା) କଲମପୁର ବ୍ଲକର ସାମ୍ବାଦିକ ସୁରେନ୍ଦ୍ର କୁମାର ନାଏକ,ପରମା ନନ୍ଦ ଠାକୁର, ରାଜେଶ କୁମାର ସାହୁ,ସରତ କୁମାର ସୁନାନୀ ପ୍ରମୁଖ ରାସ୍ତା ଅବସ୍ଥା ଶୋଚନୀୟକୁ ନେଇ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଏହାପରେ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା, ଏହି ବ୍ଲକ ଅନ୍ତର୍ଗତ ଭାଲୁବୁଟ୍ରା ଗ୍ରାମରୁ ବଡଟେମରି ରାସ୍ତା ଗତ ନିର୍ବାଚନ ପୁର୍ବରୁ ନିର୍ମାଣ ହୋଇଥିଲା, ଏହାର ଅଟକଳ ମୁଲ୍ୟ ୨,୧୭,୬୩,୯୬୨ ରହିଥିବା ବେଳେ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଜନ ଦ୍ଵାରା ଏହି କାର୍ଯ୍ୟ ସଂପାଦନ ହୋଇଥିଲା,ଧର୍ମକଗଡ ଗ୍ରାମର ଠିକାଦାର ଜ୍ୟୋର୍ତିମୟ ସିଂ ଏହି ଟେଣ୍ଡର ପାଇଥିଲେ, ରାସ୍ତା କାର୍ଯ୍ୟ ଶେଷର ତିନି ମାସ ଭିତରେ ଶୋଚନୀୟ ହୋଇ ପଡ଼ିଥିଲା, ବିଭାଗୀୟ ସହକାରୀ ଯନ୍ତ୍ରୀ ରାଜିନ୍ଦ୍ର ମାଝି ଘଟଣାସ୍ଥଳ ପରିଦର୍ଶନ କରି ସଂପୃକ୍ତ ଠିକାଦାରଙ୍କୁ ତୁରନ୍ତ ମରାମତି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ, ସଂପୃକ୍ତ ଠିକାଦାର ଯୁଦ୍ଧ କାଳୀନ ଭିତ୍ତିରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି, ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ଶ୍ରୀ ମାଝି ସଂପୃକ୍ତ ଠିକାଦାର ନିଜସ୍ଵ ଖର୍ଚ୍ଚରୁ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି, ଖୁବଶିଘ୍ର ଏହି ରାସ୍ତାରେ ଚଳପ୍ରଚଳ ସ୍ଵଭାବିକ ହେବ ବୋଲି ମତବ୍ୟକ୍ତ କରିଥିଲେ, ସହକାରୀ ଯନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଦକ୍ଷତାକୁ ଜନ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ଯୋରଦା କଲ୍ଯାଣ ମଣ୍ଡପରେ ଲ୍ଯାମ୍ପସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

Sunil Chandra Nayak

ଡାବୁଗାଁ ପୋଲିସର ଆମ ପୋଲିସ କାର୍ଯ୍ୟକ୍ରମ

masiha

କବୟିତ୍ରୀ ଲୋପାମୁଦ୍ରା ଜେନା ସମ୍ମାନିତ

masiha

Leave a Comment

error: Content is protected !!