ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମ ନବମୀ ଉତ୍ସବ କମିଟି ପକ୍ଷରୁ ସଂମ୍ବାଦିକ ସମ୍ମେଳନୀ , ଏକ ହି ନାରା ଏକ ହି ନାମ ଜୟ ଶ୍ରୀ ରାମ ‘ ରାମ ନବମୀ କମିଟି ‘

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ପ୍ରତି ବର୍ଷ ବଡ଼ ଧୁମଧାମରେ ଶ୍ରୀ ରାମ ନବମୀ ଉତ୍ସବ ପାଳନ ହୋଏ । ସେହିପରି ଚଳିତ ବର୍ଷ ମଧ୍ୟ ଏହି ପବିତ୍ର ଉତ୍ସବ ପାଳନ ବଡ଼ ଆଡମ୍ବର ରେ ପାଳନ କରିବା ନେଇ କମିଟି ର ସଭାପତି ଅଶୋକ ଛାପଡ଼ିଆଙ୍କ ନେତୃତ୍ୱରେ ସ୍ଥାନୀୟ ହରିଭାବନ ଠାରେ ସଂମ୍ବାଦିକ ସମ୍ମେଳନୀ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୩୦ ତାରିଖ ରେ ରାମ ଜନ୍ମଉତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ ରାମ ମନ୍ଦିରରେ ହେବାକୁ ଥିବାବେଳେ ଏଥିରେ କଥା ବାଚନ ରାମ ମଣ୍ଡଳୀ କରିବେ ବୋଲି , ସମଗ୍ର ସହର କୁ ଭଗୁଆ ରଙ୍ଗ କରା ଯିବା ବୋଲି କମିଟି ସମ୍ପାଦକ ଚିନ୍ମୟ ଯୋଶୀ ସୂଚନା ଦେଇଛନ୍ତି । ଅନ୍ୟ କାର୍ଯ୍ୟକ୍ରମ ର ବିବରଣୀ ରେ ସଭାପତି ନିଜର ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି ଯେ ସକାଳ ପ୍ରାୟ ୧୧ଟା ରେ ଗୋଟିଏ ମୋଟର ସାଇକେଲ ରେଲି ନଗର ପରିକ୍ରମା କରିବ ଓ ଦିନ ୩ଟା ସମୟ ରେ ରାମ ମନ୍ଦିର ରୁ ବିଶାଳ ଶୋଭାଯାତ୍ରା ନଗର ର ପ୍ରମୁଖ ରାସ୍ତା ଦେଇ ପରିକ୍ରମା କରିବା ପରେ ରାମ ମନ୍ଦିର ପହଞ୍ଚିବ, ଏହି ଶୋଭାଯାତ୍ରା ରେ ମୁଖ୍ୟ ଆକର୍ଷଣ କୋରାପୁଟ ର ଢେମ୍ସା ଗ୍ରୁପ , ରାମ ସେନା ଗ୍ରୁପ , ଶ୍ରୀ ରାମ ଝାଙ୍କି ଓ ବିଭିନ୍ନ ନୃତ୍ୟ ମଣ୍ଡଳୀ ଯୋଗ ଦେବା ସହ ସହରର ଓ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଶୋଭାଯାତ୍ରାରେ ସାମିଲ ହେବା ର କାର୍ଯ୍ୟକ୍ରମ ରହିଛି ଅନ୍ୟ ପକ୍ଷରେ ସ୍ଥାନୀୟ ବିଭିନ୍ନ ମହିଳା ଓ ପୁରୁଷ ସଂଗଠନ ଏବଂ ସମାଜସେବୀ ସଂସ୍ଥା ତାଙ୍କର ସହଯୋଗ ସହ ଏହି ୟାତ୍ରା ରେ ସାମିଲ ହେବେ ବୋଲି ସଭାପତି ସୂଚନା ଦେଇଛନ୍ତି । ଏହି ସମ୍ମେଳନୀ ରେ ଉପସଭାପତି ପ୍ରେମକିଶୋର ପଣ୍ଡା , ପୂର୍ବତନ ସଭାପତି ସଞ୍ଜୟ ଗାନ୍ଧୀ , ସହ ସମ୍ପାଦକ ପ୍ରଦୀପ ବାଗ , ସହ କୋଷାଧ୍ୟକ୍ଷ ନିଶି ମହାପାତ୍ର ଉପସ୍ଥିତ ଥିଲେ ।

କଣ୍ଟାବାଞ୍ଜି ରୁ ପ୍ରମୋଦ କୁମାର ବେହେରା ଙ୍କ ରିପୋର୍ଟ୍ 

Related posts

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

୬୮ ତମ ବ୍ୟାଙ୍କ ପ୍ରତିଷ୍ଠା ଦିବସ ଅବସରରେ ଆର୍ଥୀକ ସଚେତନତା ଶିବିର ଅନୁଷ୍ଠିତ

ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନାର ଶିକାର ହେଉଥିବା ଜୁନାଗଡ଼ ର ୪ ଜଣ ଶ୍ରମିକ ଉଦ୍ଧlର,  ବର୍ତ୍ତମାନ ଆଉ ୨୦ ଜଣ ଶ୍ରମିକ ଠିକାଦାର ଙ୍କ କବଜାରେ 

masiha

Leave a Comment

error: Content is protected !!