ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିନ୍ନର ମାନଙ୍କ ଦ୍ଵାରା ଜଗତ କଲ୍ୟାଣ ନିମନ୍ତେ ହୋମ ଯଜ୍ଞ 

କିନ୍ନର ମାନଙ୍କ ଦ୍ଵାରା ଜଗତ କଲ୍ୟାଣ ନିମନ୍ତେ ହୋମ ଯଜ୍ଞ 

ନବରଙ୍ଗପୁର:(୨୨|୧୦)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ପକ୍ଷରୁ ସ୍ଥାନୀୟ ବିନାୟକ ଭବନ ପରିସରରେ ସଂଘର ଉପଦେଷ୍ଟା ଶର୍ମିଷ୍ଠା ଦେଓ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମୂର୍ଗି ମାତା ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା। ଜଜମାନ ରାମ ପୂଜାରୀ ଏହି ଅବସରରେ ପାରମ୍ପରିକ ରୀତିରେ ହୋମ ଯଜ୍ଞ କରିଥିଲେ । ଉକ୍ତ ପୂଜା ରେ ଜିଲ୍ଲାର କୋଣ ଅନୁ କୋଣରୁ ଆସିଥିବା କିନ୍ନର ମାନେ ଯୋଗ ଦେଇ ଦେଶର ସୁରକ୍ଷା ତଥା ଜଗତ କଲ୍ୟାଣ ନିମନ୍ତେ ହୋମ ଯଜ୍ଞ କରିଛନ୍ତି। ପୂଜା ନିମନ୍ତେ ଜିଲ୍ଲାର ପାରମ୍ପରିକ ବାଦ୍ୟ ଯନ୍ତ୍ର ଢୋଲ, ତାସା ଏବଂ ମହୁରୀ ବ୍ୟବହାର କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା କିନ୍ନର ମାନେ ଦେଶ ପାଇଁ ଏବଂ ଜଗତ କଲ୍ୟାଣ ନିମନ୍ତେ ପୂଜା କରିଥିବା ଜାଣି ସାଧାରଣ ଜନତା ବହୁତ୍ ଖୁସି ପ୍ରକଟ କରିବା ସାଥେ ସାଥେ ଏପରି ଏକ ଅଭିନବ ପ୍ରୟାସ କୁ ପ୍ରଶଂସା କରିଛନ୍ତି। ଜିଲ୍ଲା କିନ୍ନର ସଂଘ ର ଅଧକ୍ଷ ମନୋଜ କୁମାର ପଟ୍ଟନାୟକ , ପ୍ରୋଜେକ୍ଟ ଲିଡର ଏମ.ବାଲା କୃଷ୍ଣ ରାଓ, ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର ସମେତ ସଂଘର ଉପଦେଷ୍ଟା କିଶୋରୀ ପଟ୍ଟନାୟକ, ଡକ୍ଟର ସଂଯୁକ୍ତା ପଣ୍ଡା, ସ୍ଵର୍ଣାଲତା ପଟ୍ଟନାୟକ , ସାଗରିକା ମହାଙ୍କୁଡ, ନୀନୀବାବୁ ତ୍ରିପାଠୀ, ଅଖିଳ ଭଟ୍ଟ, ଦୁର୍ଗା ପାଢ଼ୀ ପ୍ରମୁଖ କିନ୍ନର ମାନଙ୍କ ଏହି ପଦକ୍ଷେପ କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ସଙ୍ଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୂମକି କିନ୍ନର, ସହ ସମ୍ପାଦକ ପ୍ରୀତି କିନ୍ନର, ବର୍ଷା, ରାଧା, କବିତା, ଶିବାନୀ, ବଇଦି, ଅନିତା, ଇପ୍ସିତା ସମେତ ଜିଲ୍ଲାର କୋଣ ଅନୁକୋଣ ରୁ ଅନେକ କିନ୍ନର ଯୋଗ ଦେଇଥିଲେ।ପୂଜା ଶେଷରେ ଆଖ ପାଖର ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ପବିତ୍ର ଦୀପାବଳି ଅବସରରେ କିନ୍ନର ମାନେ ନବରଙ୍ଗପୁର ସହର ର ବିଭିନ୍ନ ଦୋକାନ ବଜାରରୁ ପାଇଥିବା ଦାନ ଟଙ୍କାକୁ ଉପଯୋଗ କରି ଉକ୍ତ ପୂଜା ସମ୍ପନ୍ନ କରିଥିଲେ। ତେଣୁ କିନ୍ନର ସଂଘର ସମସ୍ତ ସଦସ୍ୟ ଜିଲ୍ଲା ବଣିକ ସଂଘର ସମସ୍ତ ସଦସ୍ୟ ଙ୍କୁ ସାଧୁବାଦ ଜଣାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳର ନେତା ବ୍ରଜ କିଶୋର ଧଳ 

Sunil Chandra Nayak

କରନବୀର ସିଂ ଙ୍କ ସାଇକେଲରେ ବିଶ୍ବ ଭ୍ରମଣ

Sunil Chandra Nayak

ରିଲ୍ସ କୁଇନ୍ ରୁକ୍‌ସାନା ବାନୋ ମୃତ୍ୟୁ ଘଟଣା କବର ଖୋଳିବାକୁ ବିରୋଧ କଲେ ମା’ ଓ ଭଉଣୀ। ହୋଇ ପାରିଲାନି ଶବ ବ୍ୟବଚ୍ଛେଦ,ମାଜିଷ୍ଟ୍ରେଟ୍, ପୁଲିସ ଅଧିକାରୀ ଫେରିଲେ….

masiha

Leave a Comment

error: Content is protected !!