ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଗମ ଫୁଲଡୁମେରରେ ଦୀପାବଳି ପାଳିଲା ବ୍ଲକ ପ୍ରଶାସନ

ଦୁର୍ଗମ ଫୁଲଡୁମେରରେ ଦୀପାବଳି ପାଳିଲା ବ୍ଲକ ପ୍ରଶାସନ 

ଲାଞ୍ଜିଗଡ଼, ୨୨/୧୦ -ନିୟମଗିରି ପର୍ବତର ପାଦଦେଶରେ ଥିବା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଗାଁରେ ଆଲୋକର ପର୍ବ ଦୀପାବଳି ପାଳନ କରିଛି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ। ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଶଶାଙ୍କ ପାତ୍ରଙ୍କ ନେତୃତ୍ୱରେ ବ୍ଲକ ପ୍ରଶାସନର ଅନ୍ୟ ଅଧିକାରୀମାନେ ଫୁଲଡୁମେରଠାରେ ପହଞ୍ଚିବା ପରେ ଗାଁର ସମସ୍ତ ଆଦିବାସୀ ମହିଳା ଓ ପୁରୁଷ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ସମସ୍ତେ ମିଶି ହର୍ଷ ଉଲ୍ଲାସର ସହିତ ଦୀପାବଳି ପାଳନରେ ସାମିଲ ହୋଇଥିଲେ। ବ୍ଲକ ପ୍ରଶାସନର ଏହି ନିଆରା ପ୍ରୟାସକୁ ଫୁଲଡୁମେର ଗ୍ରାମବାସୀ ବେଶ ପ୍ରଶଂସା କରିଛନ୍ତି। ସେହିପରି ଭଟାଙ୍ଗପଦର ପଞ୍ଚାୟତର ସମିତିସଭ୍ୟ ତଥା ଯୁବ ସମାଜସେବୀ ରୂପେନ୍ଦ୍ର ଛତ୍ରିଆ ଭଟାଙ୍ଗପଦର ଆବାସିକ ବିଦ୍ୟାଳୟର ଅନ୍ତେବାସୀମାନଙ୍କ ସହିତ ସପରିବାର ଦୀପାବଳି ପାଳନ କରିବା ସହିତ ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ସହିତ ବିଦ୍ୟାଳୟର ଅନ୍ୟ କର୍ମଚାରୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

୪୨ ମୌଜା ବୃଦ୍ଧାଶ୍ରମରେ ଖାଦ୍ୟ ବଣ୍ଟନ କଲେ ସମାଜସେବୀ 

Sunil Chandra Nayak

ମାଟି କୁ ନମନ ଵିଁରୋ କା ବନ୍ଧନ କାର୍ଯ୍ୟକ୍ରମ

masiha

ହାତୀ ଆକ୍ରମଣ ପୀଡିତ ପରିବାରକୁ ଧମକ। ବଙ୍ଗୋମୁଣ୍ଡା ରେଞ୍ଜ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!