ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ମ ସମାଜର ବିଶାଳ ଦିଆଲି ସମାବେଶ

ଡ଼ମ ସମାଜର ବିଶାଳ ଦିଆଲି ସମାବେଶ 

ବନ୍ଧୁଗାଁ ତା ୧୭/୧୧/୨୫ ବନ୍ଧୁଗାଁ ବ୍ଲକ ଡମ ସମାଜ ପକ୍ଷରୁ ଦିଆଲି ପରବ ଭେଟ ଘାଟ ସମାବେଶ ଧୁମ ଧାମରେ ଅନୁଷ୍ଠିତ ହୋଇଯାଇଛି। ଡମ ସମାଜର ଉତ୍ତମ ନାୟକ, ଅଶୋକ କାଲପା,ଜଗେଶ ମହାନନ୍ଦିଆ ଓ ଶଙ୍କର ଦେବରପଲ୍ଲୀ ତତ୍ତ୍ଵାବଧାନରେ ଶୋଭାଯାତ୍ରା ସହ ତହସିଲ କାର୍ଯ୍ୟାଳୟ ର ସମ୍ମୁଖ ଖେଳ ପଡିଆରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଥା ଅନୁଯାୟୀ ବିଭିନ୍ନ ଗାଁ ରୁ ଆସିଥିବା ସୁସ୍ୱାଦ ଖାଦ୍ୟ କୁ ମଞ୍ଚ ସମ୍ମୁଖ ରେ ଥିବା ବାଲିରେ ନିର୍ମିତ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ୨୭ ଖଣ୍ଡ ଗ୍ରାମର ନାଇକ ଓ ଧାଂଗଡା ମାଝି ଙ୍କ ଦ୍ଵାରା ଡମ ସମାଜର ପୂଜା ଅର୍ଚ୍ଚନା ପରେ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଭାବେ ଲକ୍ଷଣ ଖୋସଲା, ବାଲା ନାଗ, ଦୂର୍ଯ୍ୟ ନାଗ ସମ୍ମାନିତ ଅତିଥି ଭାବେ ଇଷ୍ଟ ସାଗରୀୟ, ରାଜେନ୍ଦ୍ର ଗାଣ୍ଠା ପତାଲେଶ ଖୋରା, ବୁଲୁ ଖୋରା,, ଦୀନବନ୍ଧୁ ହିଆଲ୍, ଚିତ୍ରସେନ ବାଘ, ନମିତା ବୌଧ ଓ ମଧୁ ହିଆଳ ପ୍ରମୁଖ ଉପସ୍ଥିତ ରହି ଥିଲେ। ଅତିଥି ମାନେ ଶିକ୍ଷା ଗୁରୁତ୍ଵ ଦେଇ ଆଗାମୀ ଦିନରେ ନିଜ ପୁଅ ଝିଅଙ୍କୁ ଶିକ୍ଷିତ କରିବାକୁ ପରାମର୍ଶ ଦେଇଥିଲେ। ବ୍ଲକରେ ଥିବା ୨୭ ଖଣ୍ଡ ଗ୍ରାମର ନାଇକ ଓ ଧାନଙ୍ଗଡ଼ା ମାଝୀ , ଶତାଧିକ ଗ୍ରାମର ଯୁବକ ଯୁବତୀ ଓ ବୃଦ୍ଧ ବୃଦ୍ଧା ଉପସ୍ଥିତ ରହି ଥିଲେ। ସ୍ଥାନୀୟ ପୋଲିସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଯୋଗାଇ ଦେଇ ଥିଲେ। ଏଥି ସହିତ ସମସ୍ତ ମଦ ଦୋକାନ ବନ୍ଦ ରହି ଥିଲା।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

କାଙ୍କେରି ମଣ୍ଡି ରେ ଆରମ୍ଭ ରୁ ଅବ୍ୟବସ୍ଥା,ପଡ଼ି ରହିଛି ହଜାର ହଜାର ବସ୍ତା ଧାନ 

5T କାର୍ଯ୍ୟ ନିମ୍ନ ମାନର ଶିକ୍ଷକ ସାଜିଛନ୍ତି ଠିକାଦାର 

Sunil Chandra Nayak

ଶ୍ରୀ ଶ୍ରୀ କୋଶଳେଶ୍ୱର ମାଳି ସମାଜ ନୁର୍ତନ ଅଞ୍ଚଳ କମିଟି ଚୟନ ପ୍ରକ୍ରିୟା ସମାବେଶ 

Sunil Chandra Nayak

Leave a Comment

error: Content is protected !!