ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଗୃହ ପ୍ରାଙ୍ଗଣ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ସଫେଇ କାର୍ଯ୍ୟକ୍ରମ

ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଗୃହ ପ୍ରାଙ୍ଗଣ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ସଫେଇ କାର୍ଯ୍ୟକ୍ରମ

ଗୋଲାମୁଣ୍ଡା ବ୍ଲକର ଅନ୍ତର୍ଗତ ବଡ଼ଚରେଗାଁ ଗ୍ରାମ ପଞ୍ଚାୟତର ମାଆ ଠାକୁରାଣୀ ଏସଏଚଜି, ବୋର୍ଡି ର ଜୟ ମାଆ ସମଲେଶ୍ଵରୀ, ବୃନ୍ଦାବାହାଲ ର ମାଆ ଗଜଲକ୍ଷ୍ମୀ, ଚାହକା ର ଓମ୍ ଶାନ୍ତି, ଚପ୍ରିଆ ର ମାଆ ମହାଲକ୍ଷ୍ମୀ, ଚିଚିଆ ର ମାଆ ବୃନ୍ଦାବତୀ, ଦସପୁର ର ମାଆ ତୁଳସୀ, ଧାମନପୁର ର ମାଆ ଠାକୁରାଣୀ, ଫରଙ୍ଗ ର ମାଆ ବୃନ୍ଦାବତୀ, ଗଣ୍ଡମେର ର ମହିଳା ମଣ୍ଡଳ, ଗୋଲାମୁଣ୍ଡା ର ମଙ୍ଗଳା,କେଗାଁ ର ଛୁଟିଗୁଡ଼ି, ଖଳିଆକାନି ର ମାଆ ମାଣିକେଶ୍ଵରୀ, ଖଲିଆପାଲି ର ମାଆ ସରସ୍ଵତୀ, ଖମାରହଳଦୀ ର ଜୟ ଭୀମ, କୁହୁରା ର ମହାଲକ୍ଷ୍ମୀ, ଲେତେର ର ମାଆ ସନ୍ତୋଷି, ମହାଲିଙ୍ଗ ର ମାଆ ଶକ୍ତି, ମାନଝେରି ର ମାଆ ଠାକୁରାଣୀ, ନକଟିକାନି ର ଜୀବନ ଜ୍ୟୋତି, ନୂଆଗାଁର ମାଆ ସମଲେଇ, ରେଙ୍ଗସାପାଲି ର ବୁଡ଼ାରାଜା, ସିନାପାଲି ର ଶିବଶକ୍ତି, ଟେମରି ର ମାଆ କମଳିନୀ, ଉଛଲା ର ମାଆ ମଙ୍ଗଳା, ଉଦେଶ୍ରୁଙ୍ଗ ର ମାଆ ଗାୟତ୍ରୀ ସ୍ଵଂୟ ସହାୟକ ଗୋଷ୍ଠୀ ଆଦି ୨୮ ଟି ସମସ୍ତ ଗ୍ରାମ ପଞ୍ଚାୟତର ସ୍ଵଂୟ ସହାୟକ ଗୋଷ୍ଠୀକୁ ସ୍ୱଚ୍ଛ ଭାରତର ଅଭିଯାନ ସଫେଇ କାର୍ଯ୍ୟକ୍ରମ ଦାୟିତ୍ଵ ଦିଆଯାଇଛି । ଏଥିରେ ସମସ୍ତ ସ୍ଵଂୟ ସହାୟକ ଗୋଷ୍ଠୀ ର ମହିଳାମାନେ ଯୋଗ ଦେଇଥିଲେ।ଗ୍ରାମ ପଞ୍ଚାୟତ ଗୁଡ଼ିକରେ ଥିବା ପ୍ରତ୍ୟେକ ଗ୍ରାମର ଅଙ୍ଗନୱାଡ଼ି କର୍ମୀ, ସ୍ବାସ୍ଥ୍ୟ କର୍ମୀ,ଏମବିକେ ଓ ସିଆରପି, ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡମେମ୍ବର ପ୍ରତିନିଧି, ଜନ ପ୍ରତିନିଧି ଓ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ମାଆମାନଙ୍କୁ ସହଯୋଗ କରିବା ନିମନ୍ତେ ବିଡିଓଙ୍କ ନିର୍ଦ୍ଦେଶ ଅଛି। ଆଜି ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ଶ୍ରୀ ଧର ପଣ୍ଡା ଓ ବ୍ଲକ କର୍ମଚାରୀ ବୃନ୍ଦ ନିଜେ ନିଜେ ଝାଡୁ, କୋଦାଳ ଧରି ସ୍ୱଚ୍ଛ ଭାରତ ଅଭିଯାନ ର ସଫେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ଏବଂ ଗୋଲାମୁଣ୍ଡା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ବ୍ଲକ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜୀବନ ସାଙ୍କ ରିପୋର୍ଟ

Related posts

କାହା ପାଇଁ ଆବାସ ଯୋଜନା ନିରୀହ ଗରୀବ ଭିନ୍ନକ୍ଷମ ଭୁଜବଳ ଆବାସ ଖଣ୍ଡିଏ ପାଇଁ ଜଗି ଜଗି ଶେଷରେ ଚାଲିଗଲା ଜୀବନ ,ଏବେ ଘରେ ବିଧବା ମା ,ସ୍ତ୍ରୀ ଓ ଚାରି ଛୁଆ ଅସହାୟ

masiha

ସରାଗୁଡ଼ା ରେ ପାଳିତ ହେଲା ସ୍ଵଛତାର ପର୍ବ ବଉଳାଣି ଯାତ୍ରା 

masiha

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!