ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ପୁଣି ତେଜିଲା

ଜୁନାଗଡ଼,୩/୩(ମ ନି ସ) କଳାହାଣ୍ଡି ଜିଲ୍ଲାର ବହୁ ପୁରାତନ ରାଜଧାନୀ ଜୁନାଗଡ଼କୁ ଜିଲ୍ଲା ଓ ଜୁନାଗଡ଼କୁ ଜିଲ୍ଲା ମହକୁମା ମାନ୍ୟତା ଦାବୀ ନେଇ ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟିରର ବୈଠକ ଜୁନାଗଡ଼ ଆରଏମସି ସଭା ଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ସହ ଏହାର ସଦର ମହକୁମା ଜୁନାଗଡ଼କୁ କରିବାପାଇଁ ଦୃଢ ଦାବୀ ପ୍ରସ୍ତାବ ଆସି ବିଭିନ୍ନ ପଦକ୍ଷେପ ନେବାକୁ କ୍ରିୟାନୁଷ୍ଠାନ କମିଟି ତରଫରୁ ନିଷ୍ପତି ନିଆଯାଇଛି। 

ଗତ ୩୦୩ ବର୍ଷ ତଳେ ଗଡ଼ଜାତ ସମୟରେ କଳାହାଣ୍ଡିର ରାଜଧାନୀ ଜୁନାଗଡ଼ ଥିଲା । ଏହି ଜୁନାଗଡ଼ ସେତେବେଳେ ଜେନାବଳୀ ପାଟଣା ନାମରେ ପରିଚିତ ଥିଲା । ଏହା ଜୁନାଗଡ଼ର ଦଧିବାମନ ମନ୍ଦିରର ଶିଳାଲିପିରେ ଲେଖା ହୋଇଥିବା ଅକ୍ଷରରୁ ଜଣାପଡେ । ପରବର୍ତ୍ତୀ ସମୟରେ ୧୮୪୯ ମସିହାରେ କଳାହାଣ୍ଡି ମହାରାଜା ଫତେ ନାରାୟଣ ଦେଓଙ୍କ ସମୟରେ କଳାହାଣ୍ଡିର ରାଜଧାନୀ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା । ହଜାରେ ବର୍ଷର ମନ୍ଦିର ମାଳିନୀ ସହର ଜୁନାଗଡ଼ ଛଅକୋଡ଼ି ବନ୍ଧକୁ ନଅ କୋଡ଼ି ତୋଟା ଏବେ ମଧ୍ୟ ମୂକସାକ୍ଷୀ ଅଛି । 

ଜୁନାଗଡ଼ ବ୍ଲକ ଓ ଏନଏସିର ଲୋକ ସଂଖ୍ୟା ୧ଲକ୍ଷ ୮୮ ହଜାର ୪୦୩ ଜଣ ଅଛନ୍ତି । ଜୁନାଗଡ଼ ଏନଏସି ୧୯୭୦ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ୫୨ ବର୍ଷରେ ପଦାର୍ପଣ କରି ସାରିଛି । ସେହିଭଳି ଜୁନାଗଡ଼ ସହରକୁ ରେଳପଥ, ଜାତୀୟ ରାଜପଥ ସଂଯୋଗ ହୋଇଛି । ଜୁନାଗଡ଼ ସହର ଭବାନୀପାଟଣା, ଥୁଆମୂଳ ରାମପୁର, ଧର୍ମଗଡ଼, ଗୋଲାମୁଣ୍ଡା, କୋକସରା, ଜୟପାଟଣା, ବ୍ଲକର ମଧସ୍ଥଳୀ ଅଟେ । ବ୍ୟବସାୟିକ କ୍ଷେତ୍ର ମଧ୍ୟରେ ଆଗରେ ଥିବା ବେଳେ ଏଠାକୁ ଜିଲ୍ଲା ସମସ୍ତ ୧୩ ଟି ବ୍ଲକର ଲୋକେ, ଏବଂ ଜିଲ୍ଲା ବାହାର ଲୋକେ ଏବଂ ପଡ଼ୋଶୀ ଛତିଶଗଡ଼ର ଲୋକେ ଏଠାକୁ ବ୍ୟବସାୟ କରିବା ପାଇଁ ଆସିଥାନ୍ତି । ସମସ୍ତ କ୍ଷେତ୍ରରେ ଆଗରେ ଥିବା ଯୋଗୁଁ ଜୁନାଗଡ଼ ବ୍ଲକ ଓ ଏନଏସି , ଧର୍ମଗଡ଼ ବ୍ଲକ ଓ ଏନଏ ସି, କଲମପୁର, ଗୋଲାମୁଣ୍ଡା, କୋକସରା, ଜୟପାଟଣା ବ୍ଲକ ତଥା ଥୁଆମୂଳ ରାମପୁର ବ୍ଲକ ର ୧୫ ଟି ପଞ୍ଚାୟତକୁ ନେଇ ଜୁନାଗଡ଼ ଜିଲ୍ଲା ମାନ୍ୟତା ଓ ଜୁନାଗଡ଼ କୁ ଜିଲ୍ଲା ମହକୁମା ମାନ୍ୟତା ଦାବୀ ନେଇ ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟି ଦାବୀ କରିଛନ୍ତି । ଜିଲ୍ଲା ଦାବୀ ନେଇ ଜୁନାଗଡ଼ ବାସୀ ପକ୍ଷରୁ ଗତ ୨ ବର୍ଷ ତଳେ ବନ୍ଦ ପାଳନ କରିବା ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳକୁ ଚିଠି ମଧ୍ୟ ପ୍ରେରଣ କରାଯାଇଥିଲା । ବର୍ତ୍ତମାନ ପୁଣିଥରେ ଜୁନାଗଡ଼ ବାସୀ ଏକଜୁଟ ହୋଇ ଜିଲ୍ଲା ମାନ୍ୟତା ଦାବୀ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଆଜି ଆରଏମସି ଠାରେ ବସିଥିବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଜିଲ୍ଲା ଦାବିକୁ ଦୃଢ ଉପସ୍ଥାପନା କରାଯାଇଛି। ଆଗାମୀ ଦିନରେ ପୁଣି ଥରେ ଏହି ହକକୁ ପାଇବା ପାଇଁ ଜୋରଦାର ଲଢେଇ କରାଜୀବ ବୋଲି ମତପ୍ରକାଶ ପାଇଥିଲା ।ଏହି କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଠାନରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ।ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ନାଗରିକ କମିଟିରୁ ଅଶୋକ ପାତ୍ର, , ବ୍ୟବସାୟୀ ସଂଘର ପ୍ରଭାତ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଶ୍ମି ନାୟକ, ଓକିଲ ସଂଘ ସମ୍ପାଦକ ହିମାଂଶୁ ବରାଡ଼, ସାମ୍ବାଦିକ ସଂଘ ସମ୍ପାଦକ ନରେନ୍ଦ୍ର କ୍ଷୀତି, ବିମଲ ସଥପତି,,ବରିଷ୍ଠ ସଂଗଠକ ଓ ରାଜ୍ୟ ସାମ୍ବାଦିକ ସଂଘ ଉପ ସଭାପତି ଦୁଷ୍ମନ୍ତ ପଣ୍ଡା, ଦାମୋଦର ବେହେରା, କୁବଳେ ପାଣିଗ୍ରାହୀ, ଅନୀଲ ପଣ୍ଡା, ରଜନୀ ମିଶ୍ର, ରାକେଶ ବେମାଲ, ବିଭୁ ପ୍ରସାଦ ପାଢ଼ୀ, ନାଗରିକ କମିଟିରୁ ସନ୍ତୋଷ ସିଂହଦେଓ, ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳନ

masiha

ଧର୍ମାନୁଷ୍ଠାନ ପରେ ଏବେ ବସ ସେବା:: ପଞ୍ଚାୟତ ରୁ ବ୍ଲକ୍ ୩୩ ବସ , ବ୍ଲକ୍ ରୁ ଜିଲ୍ଲା ମୁଖ୍ୟାଳୟ ସଂଯୋଗ କରିବ ୯ ସରକାରୀ ବସ , ୨୦୨୪ନିର୍ବାଚନ ଆଗରୁ ଭେଳିକି

ଆଦର୍ଶ ପାଠାଗାରର ସାଧାରଣ ପରିଷଦର ବୈଠକରେ ଭଞ୍ଜଭଵନ ସ୍ଥିତି ନେଇ ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲରେ ଉଦବେଗ

masiha

Leave a Comment

error: Content is protected !!