ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାନପୋଷରୁ ଆରଜିଏଚକୁ ସ୍ଥାନାନ୍ତରିତ ହେବ ଶବ ବ୍ୟବଚ୍ଛେଦ ଗୃହ: ଆରଏମସି କମିଶନର

ପାନପୋଷରୁ ଆରଜିଏଚକୁ ସ୍ଥାନାନ୍ତରିତ ହେବ ଶବ ବ୍ୟବଚ୍ଛେଦ ଗୃହ: ଆରଏମସି କମିଶନର

ରାଉରକେଲା, ୦୫ ଏପ୍ରିଲ ୨୦୨୫: ପାନପୋଷ ଅଞ୍ଚଳରେ ଥିବା ଶବ ବ୍ୟବଚ୍ଛେଦ ଗୃହକୁ ଖୁବ୍ ଶୀଘ୍ର ରାଉରକେଲା ସରକାରୀ ଚିକିତ୍ସାଳୟ ପରିସରରେ ଥିବା ଶବାଗାର ନିକଟକୁ ସ୍ଥାନାନ୍ତରିତ କରାଯିବ। ରାଜ୍ୟ ସରକାର ଓ ରାଉରକେଲା ମହାନଗର ନିଗମ ତରଫରୁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି।

ରାଉରକେଲା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି କହିଛନ୍ତି ଯେ, ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା କୌଣସି ଅପ୍ରତ୍ୟାଶିତ ମୃତ୍ୟୁ ପରେ ଏହାର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ଦରକାର ହେଉଥିବା ବେଳେ ବ୍ରିଟିଶ ଅମଳରେ ରାଉରକେଲା ସହର ପ୍ରତିଷ୍ଠାର ହୋଇ ନଥିବାରୁ ପାନପୋଷ ଉପଖଣ୍ଡ ନିମନ୍ତେ ସେହି ପାନପୋଷ ଚିକିତ୍ସାଳୟ ଅଞ୍ଚଳରେ ହିଁ ଶବ ବ୍ୟବଚ୍ଛେଦ ଗୃହ ତିଆରି କରାଯାଇଥିଲା। ପରେ ରାଉରକେଲା ସହର ତିଆରି ହେବା ପରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଜିଲ୍ଲା ସ୍ତରୀୟ ଚିକିତ୍ସାଳୟ ଭଳି ସୁବିଧା ଉପଲବ୍ଧ ଥାଇ ରାଉରକେଲା ସରକାରୀ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା। 

କିନ୍ତୁ ରାଉରକେଲା ସରକାରୀ ଡାକ୍ତରଖାନାରେ କୌଣସି ଶବ ବ୍ୟବଚ୍ଛେଦ ଗୃହ ନଥିବାରୁ ପାନପୋଷ ଠାରେ ହିଁ ଶବ ବ୍ୟବଚ୍ଛେଦ କରାଯାଉଥିଲା। ଯାହା ଫଳରେ ଡାକ୍ତର ବ୍ୟକ୍ତିକୁ ମୃତ ଘୋଷଣା କରିବା ପରେ ତା’ର ଶବକୁ ଆମ୍ବୁଲାନ୍ସରେ ନେଇ ରାଉରକେଲା ସରକାରୀ ଡାକ୍ତରଖାନାରୁ ପାନପୋଷ ଠାରେ ଥିବା ଶବ ବ୍ୟବଚ୍ଛେଦ ଗୃହକୁ ନେବା ଆଉ ପୁଣି ଥରେ ସେଠାରୁ ରାଉରକେଲା ଡାକ୍ତରଖାନାକୁ ଆଣିବା, ଏହିପରି ଭାବେ ନେବା ଆଣିବା ବହୁତ ସମୟସାପେକ୍ଷ ଥିବା ବେଳେ ଏଥିପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପୁଲିସ ପ୍ରଶାସନ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏଥିସହ ଶବ ବ୍ୟବଚ୍ଛେଦ ଗୃହକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ଅଭିଯୋଗ ଆଣିବା ସହ ଏହାର ସ୍ଥାନାନ୍ତରଣ ପାଇଁ ଦାବୀ କରୁଥିଲେ। ସେଥିପାଇଁ କିଛି ଦଶକ ଧରି ଏହି ଶବ ବ୍ଯବଚ୍ଛେଦ ଗୃହର ସ୍ଥାନାନ୍ତରଣ ପାଇଁ ଅଞ୍ଚଳବାସୀ ଯେଉଁ ଦାବୀ କରୁଥିଲେ ତାହାର ସମାଧାନ ଖୁବ୍ ଶୀଘ୍ର ହୋଇଯିବ। ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ଥିବା ଶବ ଗୃହ ନିକଟରେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ଚାଲିଛି ବୋଲି କମିଶନର କହିଥିଲେ। ରାଉରକେଲା ମହାନଗର ନିଗମ ତରଫରୁ ଏହି ଗୃହର ନିର୍ମାଣ କରାଯାଉଥିବା ବେଳେ ଏଥିପାଇଁ ଆବଶ୍ୟକ ସରଞ୍ଜାମ ନିମନ୍ତେ ଆରଏମସି ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ରାଉରକେଲା ମହାନଗର ନିଗମ ଆୟୁକ୍ତ ସୂଚନା ଦେଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନର୍ଲା କିନ୍ନର ମହାସଙ୍ଘ ତରଫରୁ ମା ମଞ୍ଜୁ ଦୁର୍ଗା ପରିବାରକୁ ଅର୍ଥ ସହଯୋଗ

Sunil Chandra Nayak

ବିକାଶନଗରସ୍ଥ ବାବା ସିଦ୍ଧେଶ୍ୱର ମନ୍ଦିରର ପରିସରରେ ମନ୍ଦିର ପାକଶାଳ ଗୃହ ପ୍ରତିଷ୍ଠା

Sunil Chandra Nayak

୭୯ ତମ ସ୍ବାଧୀନତା ଦିବସ ଅବସରରେ ରାଇରଙ୍ଗପୁର‌କ୍ରିକେଟ କ୍ଲବ ତରଫରୁ ତ୍ରିଦୀବସୀୟ ରକ୍ତଦାନ ଶିଵିର ଉପଜିଲ୍ଲାପାଳଙ୍କ ଦ୍ଵାରା ଶୁଭ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!