ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାମୁଁ ଘର ବୁଲି ଆସି ପୋଖରୀରେ ପଡ଼ି ଶିଶୁ ମୃତ 

ମାମୁଁ ଘର ବୁଲି ଆସି ପୋଖରୀରେ ପଡ଼ି ଶିଶୁ ମୃତ 

 ମୟୂରଭଞ୍ଜ – ୨୧/୦୪ // ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମକୁ ଝାରଖଣ୍ଡ ରାଜ୍ୟର ପରଶୁଡିହି ଥାନା ଅନ୍ତର୍ଗତ ଗଳାପତି ଗ୍ରାମର ରାଜେଶ ପାତ୍ରଙ୍କ ପୁଅ ଅଭିଷେକ ପାତ୍ର (୧୧)ମାମୁଁ ଘରକୁ ଖରା ଛୁଟିରେ ବୁଲିବାକୁ ଆସିଥିଲେ ।ଆଜି ୧୧ ଟା ପାଖରେ ମାମୁଁ ଘର ଗାଁ ପାଖକୁ ଶୌଚ ପାଇଁ ଯାଇ ପୋଖରୀ ଭିତରକୁ ଆସି ପଡ଼ି ବୁଡ଼ି ଯାଇଥିଲେ ।ଘରେ ଲୋକେ ଖୋଜାଖୋଜି କରି ପୋଖରୀରୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ପରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ଭଣଜାକୁ ହରାଇ ମାମୁଁ ଘର ଗାଁ ରେ ଏକ ଵୋକାକୁଳ ପରିବେଶ ହୋଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଭବାନୀପାଟଣା ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

ରେଳବାଇ ର ଅବହେଳା କୁ ବରଦାସ୍ତ କରାଯିବ ନାହିଁ, ଦାବି ହାସଲ ପାଇଁ ସମ୍ମିଳିତ ଲଢେଇ ର ଆହ୍ୱାନ

ହିଞ୍ଜିଳି ପୋଲିସ ପକ୍ଷରୁ “ଜୁଭେଣ୍ଟିକା” ସଚେତନତା କାର୍ଯ୍ୟକ୍ରମ 

Leave a Comment

error: Content is protected !!