ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଆପଦର୍, କର୍ଲାପାଟ, କାଣିଗୁମାରେ ନୂତନ ଜିଓ ଟାୱାର ଉଦ୍ଘାଟନି ଉତ୍ସବ

କିଆପଦର୍, କର୍ଲାପାଟ, କାଣିଗୁମାରେ ନୂତନ ଜିଓ ଟାୱାର ଉଦ୍ଘାଟନି ଉତ୍ସବ

ଥୁଆମୂଳ ରାମପୁର, ୧୦/୦୩-(ମନିସ) :- ଦୁର୍ଗମ ଅଞ୍ଚଳରେ ଟେଲି ଯୋଗାଯୋଗ କ୍ଷେତ୍ରରେ ସହଜରେ ଉପଲବ୍ଧ କରିବା ଓ ପ୍ରତ୍ୟେକ ଇଣ୍ଟରନେଟ କାର୍ଯ୍ୟରେ ସୁବିଧା ଯୋଗାଇବାପାଇଁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଜିଲ୍ଲା ର ପ୍ରତ୍ଯେକ ବ୍ଲକ୍ ଓ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କୁ ଇଣ୍ଟରନେଟ ବା ଟାୱାର ର ସୁବିଧା ଯୋଗାଇଦେବା ଦେବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ଅନେକ ବ୍ଲକ୍ ତଥା ଅନେକ ଗ୍ରାମପଞ୍ଚାୟତ ମାନଙ୍କରେ ଟାୱାର କାମ ଶେଷ ହୋଇଯାଇଛି। ଏହାର ବ୍ୟବହାର ମଧ୍ୟ ଲୋକେ କରୁଥିବା ବେଳେ ପୁଣି ଶନିବାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଆଉ ତିନୋଟି ଗ୍ରାମ ପଞ୍ଚାୟତ ଯାହାକି କିଆପଦର୍, କର୍ଲାପାଟ, କଣିଗୁମା ଗ୍ରାମ ପଞ୍ଚାୟତରେ ଜିଓ ଟାୱାର ର ଶୁଭ ଉଦ୍ଘାଟନ ମାନ୍ୟବର ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ବ୍ଲକ୍ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି, ତହସିଲଦାର କବିରାଜ ପ୍ରଧାନ ଓ ଟେଲିକମ ମେମ୍ବର କଳାହାଣ୍ଡି ତଥା କଳାହାଣ୍ଡି ଲୋକସଭା ସାଂସଦ ପ୍ରତିନିଧି ବିଷ୍ଣୁ ନାଏକଙ୍କ କର କମଳରେ ଉଦଘାଟନ ହୋଇଯାଇଛି l ଏହି ଟାୱାର ଉଦ୍ଘାଟନ ସମୟରେ ଅଞ୍ଚଳ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ୱାର୍ଡମେମ୍ୱରଙ୍କ ସମେତ ଅଞ୍ଚଳର ଅନେକ ବୁଦ୍ଧିଜୀବୀ,ଜନସାଧାଣ ପ୍ରମୁଖ ଉପସ୍ଥିତ ରହି ଟାୱାର ର ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି ଜିଓ ଟାୱାର ବସିଥିବା ଯୋଗୁଁ ଅଞ୍ଚଳବାସୀ ବହୁତ ଖୁସି ହୋଇ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ କାହିଁକି ନା ଟାୱାର ନ ଥିବାରୁ ଅନେକ ଲୋକ ବୋହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ ଯାହାକି ଜଣେ ଗର୍ଭବତୀ ମହିଳା ଠାରୁ ଆରମ୍ଭ ରୋଗୀଙ୍କ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିବାକୁ ହେଲେ ପାହାଡ଼ ପର୍ବତ ଛଡ଼ି କୌଣସି ଏକ ଟାୱାର ଆସିବ ପଏଣ୍ଟ୍ କୁ ଯାଇ ଫୋନ ଯୋଗେ ଯୋଗାଯୋଗ କରିବାକୁ ପଡ଼ୁଥିଲା ଏବଂ ଅଞ୍ଚଳରେ ଅନେକ ସରକାରୀ, ବେସରକାରୀ ଅଫିସ୍, ଆର୍ ଆଇ ଅଫିସ, ସ୍କୁଲ, କଲେଜ, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଭଳି ଅନେକ କାର୍ଯ୍ୟାଳୟ ଥିବାରୁ ଇଣ୍ଟରନେଟ ବା ଟାୱାର ର ସୁବିଧାରୁ ବଞ୍ଚିତ ରହିଥିଲେ। ଏହା ସହିତ ଦେଶ ଦୁନିଆର କୌଣସି ଖବର ମଧ୍ୟ ପାଇ ପରୁନଥିଲେ l ତାହା ଆଉ ଏବେ ନାହିଁ ବର୍ତ୍ତମାନ ଘରେ ଘରେ ଟାୱାର ର ସୁବିଧା ଉପଲବ୍ଧ ହୋଇଗଲାଣି। ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ଅଞ୍ଚଳର ବିକାଶ ପାଇଁ ଅହରହ ଚେଷ୍ଟା କରୁଥିବା ଯୁବ ସମାଜ ସେବୀ ଟେଲିକମ ମେମ୍ବର କଳାହାଣ୍ଡି ତଥା ଲୋକସଭା ସାଂସଦ ପ୍ରତିନିଧି ବିଷ୍ଣୁ ନାଏକ ଙ୍କୁ ମଧ୍ୟ ଧନ୍ୟବାଦ୍ ଜଣାଇଛନ୍ତି। ଅଞ୍ଚଳବାସୀ l ଏଠାରେ ପ୍ରକାଶ ଥାଉକି ଟେଲିକମ ମେମ୍ବର କଳାହାଣ୍ଡି ତଥା କଳାହାଣ୍ଡି ଲୋକସଭା ସାଂସଦ ପ୍ରତିନିଧି ବିଷ୍ଣୁ ନାଏକ ଗଣମାଧ୍ୟମକୁ ଜଣାଇଛନ୍ତି କି ବହୁତ ଶୀଘ୍ର ଥୁଆମୂଳ ରାମପୁର ବ୍ଲକ୍ ମୁଖ୍ୟାଳୟରେ ରେ ଜିଓ ଟାୱାର ବସାଯିବ ସେ ଏହା ବି କହିଛନ୍ତି କି ଟାୱାର ଲାଗିବା ପାଇଁ ଜାଗାର ସମସ୍ୟା ଥିଲା ସେଥିପାଇଁ ଟାୱାର ଲାଗିପାରୁନଥିଲା ଯାହା ଫଳରେ ଅନେକ ଜିଓ ଉପଭୋକ୍ତା ଅନେକ ଅନଲାଇନ୍ କାମ ବା ଇଣ୍ଟରନେଟ ଯୋଡ଼ିତ ଅନ୍ୟାନ୍ୟ କାମ ପାଇଁ ହଇରାଣ ହେଉଥିଲେ ତାହାର ଅନ୍ତ ଘଟିଛି। ସେହିପରି ଥୁଆମୂଳ ରାମପୁର ସଦରମହୋକୁମା ଠାରେ ଜିଓ ଟାଓ୍ବାର ବସିବା ପାଇଁ ଜାଗାର ସମସ୍ୟା ରହିଥିଲା ତାହା ଆଉ ନାହିଁ ଜାଗା ଚୟନ ପ୍ରକ୍ରିୟା କାମ ଶେଷ ହୋଇଯାଇଛି ଟାୱାର ନିର୍ମାଣ ସଂସ୍ଥା ମଧ୍ୟ ତଦାରଖ କରି ଫେରିଛନ୍ତି। ବହୁତ ଶିଘ୍ର ଥୁଆମୂଳ ରାମପୁର ମୁଖ୍ୟାଳୟରେ ଜିଓ ଟାଓ୍ବାର ନିର୍ମାଣ କାର୍ଯ୍ଯ ଆରମ୍ଭ କରାଯିବ ବୋଲି ଶ୍ରୀ ନାଏକ ପ୍ରକାଶ କରିଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଢେଙ୍କାନାଳ ବ୍ରାହ୍ମଣୀ ନଦୀଗର୍ଭରେ ଫସିରହିଥିଲେ ଦୁଇ ଯୁବକ 

Sunil Chandra Nayak

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ତିନିଦିନିଆ ରାୟଗଡ ଜିଲ୍ଲା ଗସ୍ତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା

Sunil Chandra Nayak

ସାପ କାମୁଡାରେ ୮ ବର୍ଷ ର ନାବାଳିକା ଙ୍କ ମୃତ୍ୟୁ ସାପ କୁ ଧରି ମେଡିକାଲ ଆସିଲେ ପରିବାର ଲୋକେ

masiha

Leave a Comment

error: Content is protected !!