ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ : ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଘେରାଉ

କନ୍ଧମାଳ,10/06.(ମନିସ): କନ୍ଧମାଳ ଜିଲ୍ଲାରେ ଗ୍ରେଡ଼ ୩କୁ ପଦୋନ୍ନତି ପାଇଥିବା ୪୪୨ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରୁ ୩୧୫ ଜଣଙ୍କ କାଉନସେଲିଂ ଚାଲିଥିବା ବେଳେ, ବିଭିନ୍ନ କାରଣ ଦର୍ଶାଇ ସେଥିରୁ ୧୧୬ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପଦୋନ୍ନତି ବାତିଲ କରି ଦେଇ ଥିବାରୁ ବାତିଲ ହୋଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଭବନକୁ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡଙ୍ଗୀଙ୍କୁ ଘେରାଉ କରିବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ତାଙ୍କ ଗାଡି ଆଗରେ ବସି ପଡ଼ିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଚାଲିଥିବା କାଉଁସିଲିଂକୁ ବାତିଲ କରିବା ପାଇଁ ଦାବି କରିଥିଲେ । ପୋଲିସର ହସ୍ତକ୍ଷେପ ପରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ କାଉନସେଲିଂ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ । ଅପର ପ୍ରାଇମେରୀ ୩୧୫ ଜଣ ଶିକ୍ଷକ ଲେବଲ ୪ ରୁ ଲେବୁଲ ୩ କୁ ପ୍ରମୋସନ ପାଇଁ ଚାଲିଛି କାଉନସେଲିଂ । କେଉଁ ପରିସ୍ଥିତିରେ ଓ କେଉଁ କାରଣ ପାଇଁ କଟାଗଲା ବୋଲି ପ୍ରଶ୍ନ ପଚାରିବାରୁ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡଙ୍ଗୀ କହିଥିଲେ ଯଦି କିଛି ଭୁଲ ହୋଇଥାଏ ପରେ ସମାଧାନ କରାଯିବ। ଗୋଷ୍ଠି ଶିକ୍ଷା ଅଧିକାରୀ ମାନେ କିଛି ଟା ଭୁଲ ରିପୋର୍ଟ ଦେଇଥିବା ଦ୍ବାରା ଏଭଳି ଘଟଣା ଘଟିଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି। ଏହା ପରେ ଚିଠି ମାଧ୍ୟମରେ ନିର୍ଦେଶଙ୍କୁ ଜଣାଯିବ। ଶିକ୍ଷକଙ୍କ ଅଭିଯୋଗ କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ୍ୟ ନ ଥିଲେ ସୁଦ୍ଧା ସେମାନଙ୍କୁ କିପରି ଏହି ପ୍ରମୋସନରେ ସାମିଲ କରାଗଲା। ଏହା ପଛରେ ଅର୍ଥ କାରବାର ହୋଇଥିବା କିଛି ଶିକ୍ଷକ ନିଜ ନାମ ଗୋପନ ରଖି କହିଛନ୍ତି। ଏ ନେଇ ଜିଲ୍ଲା ଶିକ୍ଷା ଅଧୂକାରୀ କହିଛନ୍ତି ଯଦି ସେପରି କିଛି ଭୁଲ ହୋଇଥାଏ ତାହା ସଂଶୋଧନ କରାଯିବ। ଅନ୍ୟ ପଟରେ ନିର୍ଦେଶକ ଙ୍କୁ ବାରମ୍ବାର ନୋଟିଫିକେସନ ବଦଳାଇ ବାକୁ ନେଇ ମଧ୍ୟ ଶିକ୍ଷକ ମାନେ ପ୍ରଶ୍ନ ଉଠାଇଛନ୍ତି। ଯଦି ଏହି ଶିକ୍ଷକ ମାନଙ୍କ ଦାବିକୁ ପୂରଣ କରାନଯାଏ ତାହା ହେଲେ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ଚେତାବନୀ ଦେଇଥ‌ିବା ଶୁଣିବାକୁ ମିଳିଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ରାୟଗଡ଼ା ଭାରତୀୟ ମଜଦୁର ସଂଘ ଏବଂ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ 

masiha

ରୁଷିଆରେ ବାଲୁକା କଳା ପ୍ରଦର୍ଶନ କରିବେ ଓଡ଼ିଆ ପୁଅ ଓମ୍‌ ପ୍ରକାଶ

ସମନ୍ଵିତ ଶିଶୁ ବିକାଶ କେନ୍ଦ୍ରରେ ଟଙ୍କା ଆତ୍ମସାତ , ବାଟବଣା ହୋଇଛି ଗର୍ଭବତୀ ମହିଳାଙ୍କ ଟଙ୍କା ,ନିରପେକ୍ଷ ତଦନ୍ତ ଦାବି

Sunil Chandra Nayak

Leave a Comment

error: Content is protected !!