ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଇଚାରା ର ନିଆରା ବାର୍ତ୍ତା ଦେଲେ ବନ୍ଧଗୁଡା ଗ୍ରାମବାସୀ : ଖ୍ରୀଷ୍ଟିଆନ୍ ଓ ଆଦିବାସୀ୍ ମିଶି କରିଲେ ଶ୍ମଶାନ ରାସ୍ତା  

ତେନ୍ତୁଳିଖୁଣ୍ଟି -୨୮/୩/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କଣ୍ଟାଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୁଡ଼ା ଗ୍ରାମରେ ଶ୍ମଶାନ ରାସ୍ତା ନିର୍ମାଣ କରିବାକୁ ବିଧାୟକ ସାଂସଦ ବ୍ଲକ୍ ଜନ ପ୍ରତିନିଧି ପ୍ରଶାସକ ସମସ୍ତ ଙ୍କୁ ଗୁହାରୀ ଜଣାଇବା ପରେ ମଧ୍ୟ କୌଣସି ଜନ ପ୍ରତିନିଧି କିମ୍ବା ପ୍ରଶାସକ ଗ୍ରାମ ବାସିଙ୍କ ଅଭିଯୋଗ ଉପରେ ଦୃଷ୍ଟି ପାତ ଡେଇଁ ଥିଲେ। ଶେଷରେ ଏହାର ସମାଧାନ କରିବାକୁ ଗ୍ରାମ ବାସୀ ହିଁ ଅଣ୍ଟା ଭିଡ଼ି କାର୍ଯ୍ୟ କରିବାକୁ ଶପଥ ନେଇଥିଲେ। ରାସ୍ତା ପାଇଁ ଉଭୟ ଖ୍ରୀଷ୍ଟିଆନ ଓ ଆଦିବାସୀ ଗ୍ରାମ ବାସୀ ଏକ ହୋଇଥିବା ଦେଖିବାକୁ ମଳିୁଛି।ବହୁ ବର୍ଷ ହେଲା ଗ୍ରାମ ରେ କୌଣସି ବ୍ୟକ୍ତି ର ମୃତ୍ୟୁ ହେଲେ କବର ଦେବାକୁ(ଅନ୍ତିମ) ଶବ ସତ୍କାର କରିବାକୁ ହେଲେ କଥା ସରିଲା। ଜମିର ଦୁଇ ପାଶ୍ୱରେ ଖ୍ରୀଷ୍ଟିଆନ୍ ଓ ଆଦିବାସୀ ବ୍ୟକ୍ତି ଙ୍କ ଜମି ରହି ଥିବାରୁ ଏହା ଗ୍ରାମ ବାସି ଙ୍କୁ ଅକଲ ଗୁଡମ୍ ରେ କରୁଥିଲା। ବର୍ଷାଦିନ କୌଣସି ସମ୍ପ୍ରଦାୟ ର ବ୍ୟକ୍ତି ମୃତ୍ୟୁ ହେଲେ ମୃତ ଶବ କୁ ଶ୍ମଶାନ ରେ ଅନ୍ତିମ ସତ୍କାର କରିବାକୁ ମୁଣ୍ଡ ରେ ହାତ ଦେଇ ବସିବା ଛଡ଼ା କୌଣସି ଉପାୟ ନ ଥିଲା।ଏ ପରିକି ବର୍ଷା ଦିନ ରେ ଶବ ନେବା ବେଳେ ଜମି ମୁଣ୍ଡା ରେ କେତେ ଜଣ ଙ୍କ ଗୋଡ଼ ଖସି ପଡିଯାଇଥିବା ମଧ୍ୟ ନଜର ରହିଥିଲା। ଏହାର କିଭଳି ସ୍ଥାୟୀ ସମାଧାନ କରାଯିବ ବୋଲି ଗ୍ରାମବାସୀ ଉଭୟ ଆଦିବାସୀ ଓ ଖ୍ରୀଷ୍ଟିୟାନ ମୁଖ୍ୟ ମାନଙ୍କୁ ନେଇ ଗ୍ରାମ ରେ ବୈଠକ କରିଥିଲେ। ଶ୍ମଶାନ ରାସ୍ତା ଉଭୟ ପାଶ୍ୱରେ ରହିଥିବା ଦୁଇ ସମ୍ପ୍ରଦାୟ ର ଜମି ମାଲିକ ମଣ୍ଠୁ ବାଘ, ଗୋପୀ ମାଝୀ, ମନୋଜ ମାଝୀ ଙ୍କୁ ଡ଼ାକି ବୈଠକ ରେ ଆଲୋଚନା କରା ଯାଇଥିଲା। ଏଥିରେ ଉଭୟ ଜମି ମାଲିକ ସହମତି ପ୍ରକାଶ କରିଥିଲେ। ରାସ୍ତା ନିର୍ମାଣ ପାଇଁ ବାଟ ଫିଟିଲା ପରେ ଗ୍ରାମ ବାସି ନିଜ ନିଜ ମଧ୍ୟରେ ଚାନ୍ଦା ଆଦାୟ କରିଥିଲେ।ସେହି ଟଙ୍କା କୁ ବିନିଯୋଗ କରି ମେସିନ୍ ଲଗାଇ ୪ମିଟର ରାସ୍ତା ନିର୍ମାଣ କରିଥିଲେ ଗ୍ରାମ ବାସି ।ଏହା କରିବାକୁ ଗ୍ରାମ ବାସୀଙ୍କୁ ମାତ୍ର ୩ଦିନ ଲାଗିଥିଲା। ଶ୍ମଶାନ ରେ ପାଣି ପାଇଁ ଅସୁବିଧା ହେଉଥିବା ମନେ କରି ଖ୍ରୀଷ୍ଟିଆନ୍ ମିଶନ ଇଭାନ୍ଞ୍ଜଳି ନାମକ ସଂସ୍ଥା ର ରାଜ୍ୟ ସଂଯୋଜକ ତଥା ଗ୍ରାମର ଯୁବ ସମାଜ ସେବୀ ଥବିର ବାଘ ଙ୍କ ପ୍ରଚେଷ୍ଟା ରେ ଶ୍ମଶାନ ରେ ନଳକୁପ ଖନନ କରା ଯାଇଥିଲା। ଗ୍ରାମ ରେ ଏଭଳି ନିଆରା ଭାଇଚାରା ଓ ଏକତା ଜିଲ୍ଲା ପାଇଁ ଏକ ଉଦାହରଣ ସୃଷ୍ଟି କରିବ ବୋଲି ଜିଲ୍ଲା ବାସି ଙ୍କ ମନରେ ରେ ମତ ପ୍ରକାଶ ପାଇଛି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ନୂତନ ବର୍ଷ ଉପଲକ୍ଷେ ଅନନ୍ୟାର ଅନଲାଇନ କବିତା ଆସର, ପର୍ଯ୍ଯବେକ୍ଷଣରେ ବାଲେଶ୍ଵର 

Sunil Chandra Nayak

ଅନୁଗୁଳ ଆମ୍ବେଦକର ଭବନ ଉଚ୍ଛେଦ ନୋଟିସର ପ୍ରତିବାଦ ,  କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ବହୁଜନ ମିଳିତ ମହାସଂଘ

Sunil Chandra Nayak

ଦୁର୍ଘଟଣା ରେ ଦୁଇ ଗୁରୁତର

Sunil Chandra Nayak

Leave a Comment

error: Content is protected !!