ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ଟାଲଟୁଲ ନୀତି କୁ ନେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ

ଗୋଳାମୁଣ୍ଡା ୧୨/୨ /ମସିହା/ରାଜ୍ୟ ସରକାରଙ୍କ ଟାଲଟୁଲ ନୀତିକୁ ନେଇ ଆଜି ଶିକ୍ଷକ ସମାଜ ଖୋଭ ପ୍ରକାଶ କରିଛନ୍ତି, ଏଭଳି ଦେଖିବାକୁ ମିଳୁଛି,କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ସମସ୍ତ ମିଳିତ ପ୍ରାଥମିକ ଶିକ୍ଷକ ମାନ ଙ୍କୁ ନେଇ ଏକ ବୈଠକ ବୃନ୍ଦାବାହାଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶିକ୍ଷକ ଅତୁଳ ମେହେରଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ କରି ଅନେକ ସମସ୍ୟା ଉପରେ ଆଲୋଚନା କରିଥିଲେ । ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ବାତିଲ କରିବା, ୬ ବର୍ଷ ଠିକା କାର୍ଯ୍ୟକାଳକୁ ୬ଟି ଜାତୀୟ ଇଂକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା, କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା, ତିନି ଦଫା ଦାବିରେ ଗତ ୨୭ ନଭେମ୍ବର ୨୦୨୨ରୁ ତିନି ଧରି ବିଧାନ ସଭା ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଶିକ୍ଷକ ମହାସଂଘ ନେତୃତ୍ୱଙ୍କ ସହ ଆଲୋଚନା କରି ଡିସେମ୍ବର ୧୬ ରୁ ୨୦ ଭିତରେ ପ୍ରାଥମିକ ଶିକ୍ଷକ ମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ୨୧/୧୨/୨୦୨୨ରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା ଓ ୨୯/୧୨/୨୨ରେ ଶିକ୍ଷକ ମହାସଂଘ ସମସ୍ତ ଦାବିକୁ ମୁଖ୍ୟ ଶାସନ ସଚିବଙ୍କ ଆଗରେ ପୁଙ୍ଖାନୁପୁଙ୍ଖ ଭାବରେ ଉପସ୍ଥାପନ କରିଥିଲା । ଏହାପରେ ବିଭାଗୀୟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବି ପତ୍ର ସହ ମହାସଂଘର ନେତୃତ୍ୱ ଦେଖା କରୁଥିଲେ ମଧ୍ୟ ଆମର ନ୍ୟାୟଗତ ଦାବିକୁ ପୁରଣ କରିବାରେ ଟାଲଟୁଲ ନୀତି ଅବଲମ୍ବନ କରୁଥିବାରୁ ଆଜିକାର ସଭାରେ ଆଲୋଚନା ହୋଉଥିଲା । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ନିମନ୍ତେ ୧ ଲକ୍ଷ୍ୟ ୨୦ ହଜାର ଶିକ୍ଷକଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଧାନ ସଭା ଅଧିବେଶନ ପୂର୍ବରୁ ପ୍ରାଥମିକ ଶିକ୍ଷକ ମାନଙ୍କ ଦାବିକୁ ପୁରଣ କରାଯାଉ ନଚେତ ଶିକ୍ଷକମାନେ ବାଧ୍ୟ ହୋଇ ବିଧାନସଭା ଅଧିବେଶନ ସମୟରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଆଜିକାର ସଭାରେ ସଂଘର ସଭାପତି ଶିବରାମ ସୁନାନୀ, ସୌରାଜ ବାଗ, ବଲ୍ଲଭ କୁମାର ରାଉତ ପ୍ରତିକ୍ରିୟା ରଖି ଥିବା ବେଳେ ଅନ୍ୟତମ ଶିକ୍ଷକମାନେ ହେଲେ ସମ୍ପାଦକ ଗମ୍ବିର ନାଇକ, ବିନୋଦ ପାଣିଗ୍ରାହୀ, ଜନ୍ମେଜୟ ବିଶି, ଦୟାଧର ବିହାରୀ, ଚଉବନ ଗୋପାଳ, ରାଜପାଳ ହରିଜନ, ଅତୁଳ ମେହେର,ତିଳକ ରାମ ସୁନାନୀ ପ୍ରମୁଖ ଶିକ୍ଷକ ସରକାରଙ୍କୁ ଚେତାବନୀ ଦେଇଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ସେରୁବନ୍ଧ ଖଣି ଖନନ ପାଇଁ ଆସିଥ‌ିବା ଅଧୂକାରୀଙ୍କୁ ବିରୋଧ

Sunil Chandra Nayak

ଦାବି ପୂରଣ ପାଇଁ ଅମଲାମାନଙ୍କ ଆଜିଠାରୁ କଳା ଵ୍ଯାଜ୍ ପରିଧାନ

ବିଦ୍ଯୁତ୍ ସ୍ପର୍ଶରେ ମହିଳା ମୃତ 

Leave a Comment

error: Content is protected !!