ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ପୁଣି ଏକ ନିଛକ ଓଡିଆ କାହାଣୀକୁ ନେଇ ମହୁରତ୍ ହେଲା ଚଳଚ୍ଚିତ୍ର ‘ପ୍ରଥା’

ଓଡିଆ ଚଳଚ୍ଚିତ୍ର ଜଗତ ପୁଣି ଚଳଚଞ୍ଚଳ ହେଉଛି । ଦର୍ଶକ ମାନେ ନିଜ ମନ ମୁତାବକ ଚଳଚ୍ଚିତ୍ର ଦେଖିବାକୁ ପାଉଥିବାରୁ ପୁଣି ଫେରିଛନ୍ତି ଫିଲ୍ମ ହଲ କୁ ନିଜର ମନପସନ୍ଦ ର ଚଳଚ୍ଚିତ୍ର ଦେଖିବା ପାଇଁ, କାରଣ ଓଡିଆ ଦର୍ଶକ ଖୋଜୁଥିବା ଆମ ରାଜ୍ୟର ପରମ୍ପରା ଓ ରୀତିନୀତିକୁ ନେଇ ହେଉଥିବା କାହାଣୀ ପୁଣି ଦେଖିବାକୁ ପାଇଛନ୍ତି । ନିକଟରେ ସୁପରହିଟ ହୋଇଥିବା ଚଳଚ୍ଚିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ ତା’ର ଉଦାହରଣ । ସେହିପରି ଏକ ନିଛକ ଓଡିଆ କାହାଣୀ କୁ ନେଇ ଆସୁଛି ସାନ୍ଲିସା ସିଗ୍ନେଚର ଫିଲ୍ମ୍ସର ପ୍ରଥମ ଅବଦାନ ‘ପ୍ରଥା’ । ଭୁବନେଶ୍ବରର ଏକ ଘରୋଇ ପଞ୍ଚତରକା ହୋଟେଲରେ ଏହି ଚଳଚ୍ଚିତ୍ର ର ମହୁରତ୍ ହୋଇଯାଇଛି । ଏହି ଅବସରରେ ଓଡିଆ ଚଳଚ୍ଚିତ୍ର ଜଗତର ଭେଟେରାନ୍ ଅଭିନେତା ଉତ୍ତମ ମହାନ୍ତିଙ୍କ ସହ ‘ପ୍ରଥା’ ର ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା ଓ ଅଭିନେତ୍ରୀଙ୍କ ଛଡା ଅନ୍ୟାନ୍ୟ କ୍ରୁ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । 

‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ,ଆମ ଗାଁ’ର କାହାଣୀ । ଯେପରି ଏଇ କାହାଣୀର ନାଁ’ କହୁଚି,ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ସ୍ବରାଜ ବାରିକ, ଶୀତଲ ପାତ୍ର ଓ ମୁମ୍ବାଇ ର ଜଣେ ଅଭିନେତ୍ରୀ ତଥା ମଡେଲ ସିମ୍ରନ କୌର । ସିମ୍ରନ ଲୋକପ୍ରିୟ ଏନିମେସନ୍ ସିରୀଜ ଡୋରେମନ୍ ର ଭଏସ୍ ଆର୍ଟିଷ୍ଟ ଯିଏ ନୋବିତା ପାଇଁ ଭଏସ୍ ଦିଅନ୍ତି । ଏମାନଙ୍କ ଛଡା ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶଃ ଆଲୱାହଟ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଏବଂ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ ପଟେଲ ଓ ଇଲ୍ଲୁ ବାନର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ ଏବଂ ଅସିତା ଶତପଥି ଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ ।

ଆମେ ଯୁଗ ଯୁଗନ୍ତାରୁ ବହୁତ କିଛି ପ୍ରଥା, ପରମ୍ପରା ଓ ରୀତିନୀତି ବିନା ପ୍ରଶ୍ନରେ ମାନି ଆସୁଛେ । ଏଗୁଡିକ ମଧ୍ୟରୁ କିଛି ଭଲ ଆଉ କିଛି କ୍ଷତିକାରକ । ଏମିତି ବି କିଛି ପ୍ରଥା ଓ ରୀତିନୀତି ଅଛି ଯାହା ପୂର୍ବ କାଳରେ ଉପଯୁକ୍ତ ଥିଲା ହେଲେ ଆଜିର ସମୟରେ ମୂଲ୍ୟହୀନ । ଏସବୁ ଜାଣି ମଧ୍ୟ ଆମେ ସେ ସବୁକୁ ଅନୁକରଣ କରି ଅସୁଛେ । କାହାଣୀଟି ସେହିପରି କିଛି ପ୍ରଥା, ପରମ୍ପରା, ରୀତିନୀତି ଏବଂ ଏଥିରେ ଥିବା କିଛି ବିଶ୍ବାସ, ଅବିଶ୍ବାସ ଓ ଏଥିରେ ଆସିଥିବା ପରିବର୍ତ୍ତନକୁ ଆମ ସାଧାରଣ ଲୋକ କିପରି ଅପଣାଇବାକୁ ସକ୍ଷମ ଏବଂ ଅକ୍ଷମ ହେଉଛନ୍ତି, ତାକୁ ହିଁ ବ୍ୟାକ୍ଷା କରୁଛି।

ଗ୍ରାମାଞ୍ଚଳର ଜୀବନ ବଞ୍ଚିବା ଶୈଳୀ ଏବଂ ସହରାଞ୍ଚଳର ଜୀବନ ବଞ୍ଚିବା ଶୈଳୀ କେତେ ଅଲଗା, ସେଇଟା ଆମେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ପାଇବା । ଏକା ଭଳି ପରିସ୍ଥିତିରେ ଥିଲେ ବି ଦୁଇଟା ଲୋକଙ୍କର ଜୀବନ କେତେ ଅଲଗା ହେଇପାରେ ତାହା ଏଇ ଚଳଚ୍ଚିତ୍ର ମାଧ୍ୟମରେ ନିର୍ଦ୍ଦେଶକ କେ. ମୂରଲୀ କ୍ରୀଷ୍ଣା ଆପଣଙ୍କୁ ଦେଖାଇବାର ପ୍ରୟାସ କରିବେ ।

ସ୍ଵରାଜ ଲଭରବୟ ଭୂମିକାରୁ ବାହାରି ଏକ ନୂତନ ଧରଣର ଚରିତ୍ରରେ ଅଭିନୟ କରିବା ପ୍ରଥମ । ଶୀତଲଙ୍କୁ ଜଣେ ଗାଁ ଝିଅର ଭୂମିକାରେ ଆମେ ଦେଖିବାକୁ ପାଇବା । ଏହା ଛଡା ବଲିଉଡ୍ ଅଭିନେତ୍ରୀ ସିମ୍ରନ କୌର ଜଣେ ଆଧୁନିକ, ସ୍ବାଧୀନ ନାରୀର ଚରିତ୍ରରେ ଆସିବେ। 

ଉଭୟ ଶିତଲ ଏବଂ ସିମ୍ରନ ଭିନ୍ନ ଭିନ୍ନ ପରିବେଶରେ ରହି ମଧ୍ୟ କିପରି ଏକା ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଏବଂ ଦୁହେଁ ସେହି ପରିସ୍ଥିତି ସାମ୍ନା କିପରି କରୁଛନ୍ତି, ତାହା ‘ପ୍ରଥା’ କାହାଣୀର ଏକ ମୁଖ୍ୟ ଅଂଶ । ଏହା ଆଜିକା ସମୟରେ ଗ୍ରାମାଞ୍ଚଳର ନାରୀ ଏବଂ ସହରାଞ୍ଚଳର ନାରୀ ମଧ୍ୟରେ ଥିବା ଅନ୍ତରକୁ ପରିବେଷିତ କରିବା । ଚଳଚ୍ଚିତ୍ର ଟି କୋରାପୁଟ, ଦିଲ୍ଲୀ ଏବଂ ରାଜସ୍ଥାନରେ ଶୂଟ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଅଛି l ଚଳଚ୍ଚିତ୍ର ପ୍ରଥା ର ଅନ୍ୟାନ୍ୟ ଦାୟିତ୍ୱ ରେ ଯେମିତି କି ଡିଓପି ନରେନ୍ଦ୍ର ଗୌଡ଼, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ସଂଳାପ ବିଜୟ କୁମାର ରାଉଳ, କରିଓଗ୍ରାଫର ଆରିୟନ ଓ ଲାଇମ ପ୍ରଡୁସର ବିଜୟ ପାତ୍ର ଅଛନ୍ତି l ମହୁରତ ଉତ୍ସବ ର ମଞ୍ଚ ପରିଚାଳନା ଦାୟିତ୍ୱ ରେ ଥିଲେ ଆର.ଯେ ଗୁଡ୍ଡୀ l ଚଳଚ୍ଚିତ୍ର ପ୍ରଥା ର ପ୍ରଚାର ପ୍ରସାର ଦାୟିତ୍ୱ ରେ ଅଛନ୍ତି ଅମୃତ ନନ୍ଦ l

Related posts

“ପ୍ରିୟେ ତୁ ମୋ ସିଏ” ର ଅଡିଓ ଲୋକାର୍ପିତ

Sunil Chandra Nayak

ଜୀ-ସାର୍ଥକ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ’ ର ଶୁଭ ମହୁରତ

Sunil Chandra Nayak

ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରୁପ୍ରା ମୁସ୍କୁଟି ଠାରେ ୫୪ତମ ବାର୍ଷିକ କ୍ରୀଡା ଉଦଯାପିତ  

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort