ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ 

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧ୍ୟାକରଣ ତରଫରୁ ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ ଆଜି ୧ମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ,ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୧ଟି ଅର୍ଥ ଅସୁଲି ମାମଲାରେ ୬ଲକ୍ଷ ୪୮ହଜାର ୭୦୦ ଟଙ୍କା ଆଦାୟ କରାଯାଇଥିବା ବେଳେ, ୨୦ ଗୋଟି ସ୍ଥାୟୀ ଲୋକ ଅଦାଲତକୁ ନେଇଥିବା ବିବାଦ ମାମଲାରେ ୧ଲକ୍ଷ ୩୮ହଜାର ୨୮୬ ଟଙ୍କା ଆଦାୟ କରାଯାଇଛି ଏବଂ ୧୬ ଗୋଟି ବକେୟା ଟେଲିଫୋନ୍ ବିଲ୍ ଆଦାୟ ବାବଦରେ ୧୬ହଜାର ୨୧୮ ଟଙ୍କା ଆଦାୟ ହୋଇପାରିଛି।

ସେହିପରି କୋର୍ଟରେ ବିଚାରାଧୀନ ଥିବା ୫ ଗୋଟି ଏନ୍. ଆଇ. ଆକ୍ଟ ମାମଲାର ବିଚାର କରାଯାଇ ୯ ଲକ୍ଷ ୭୪ହଜାର ୭୭୮ଟଙ୍କା ଆଦାୟ କରାଯାଇଥିବା ବେଳେ ୭ଗୋଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୨ଲକ୍ଷ ୬୬ହଜାର ୩୩୭ ଟଙ୍କା ଆଦାୟ କରାଯାଇଛି । ୦୭ ଗୋଟି ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାରେ ୪୩ ଲକ୍ଷ ଟଙ୍କା ଆଦାୟ କରାଯାଇଥିବାବେଳେ ୨୪ଗୋଟି ବୈବାହିକ ବିବାଦ ଫଇସଲା କରାଯାଇ ୪ଲକ୍ଷ ୧୬ ହଜାର ଟଙ୍କା ଆଦାୟ କରାଯାଇଛି । ୫୪୬ଗୋଟି ରାଜସ୍ବ ମାମଲାର ବିଚାର କରାଯାଇ ୩୮ହଜାର ୬୬୩ ଟଙ୍କା ଆଦାୟ କରାଯାଇଥିବାବେଳେ ଅନ୍ୟାନ୍ୟ ୧୮ଟି ଅପରାଧିକ ମାମଲାର ବିଚାର କରାଯାଇ ୩ହଜାର ଟଙ୍କା ଆଦାୟ କରାଯାଇଛି । ତେବେ ୧୧ଟି ଅପରାଧୂକ କମ୍ପାଉଣ୍ଡେବଲ୍‌ ଓ ୧ଟି ଶ୍ରମ ବିବାଦ ମାମଲାର ଫଇସଲା କରାଯାଇଛି। ଆଜିର ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୩୭ଟି ମାମଲାର ଫଇସଲା କରାଯାଇଥିବା ବେଳେ କୋର୍ଟରେ ବିଚାରାଧୀନ ଥିବା ମାମଲାଗୁଡ଼ିକ ମଧ୍ୟରୁ ୬୧୯ଟି ମାମଲାର ଫଇସଲା କରାଯାଇଛି।

ଅତିରିକ୍ତ ଜିଲ୍ଲା ଦୌରା ଜଜ୍-ତଥା- ଭିଜିଲାନ୍ସ ଜଜ୍, ପାରିବାରିକ ଅଦାଲତ ଜଜ୍, ଅତିରିକ୍ତ ଜିଲ୍ଲା ଜଜ୍ ଓ ସେସନ୍ ଜଜ୍, ଫୁଲବାଣୀ ସ୍ଥାୟୀ ଲୋକ ଅଦାଲତ(ପି.ୟୁ.ଏସ୍.) ଜଜ୍, ଦେୱାନୀ ଅଦାଲତର ରେଜିଷ୍ଟ୍ରାର, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କନ୍ଧମାଳ, ଫୁଲବାଣୀ, ଏସ୍.ଡି.ଜେ.ଏମ୍, ଫୁଲବାଣୀ, ଜେ.ଏମ୍. ଏଫ୍.ସି., ଫୁଲବାଣୀ, ଜିଲ୍ଲା ବାର ଆସୋସିଏସନ୍‌ର ସଭାପତି ଓ ଅନ୍ୟ ସଦସ୍ୟ ସଦସ୍ୟାମାନଙ୍କ ଇଜ୍‌ଲାସରେ ମାମଲା ଗୁଡ଼ିକର ବିଚାର କରାଯାଇଥିଲା।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଟ୍ରକ ଦୁର୍ଘଟଣାରେ ଵୃଦ୍ଧଙ୍କ ମୃତ୍ୟୁ , କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତା ଅବରୋଧ

Sunil Chandra Nayak

ରାଉରକେଲା ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ପକ୍ଷରୁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଉଦ୍ଘାଟିତ ରାଉରକେଲା ସହରର ନଜର ରଖିବ ୨୨୦ ପୋଲିସ୍ ସିସିଟିଭି କ୍ୟାମେରା

Sunil Chandra Nayak

ଐତିହାସିକ ପୋଡାଗଡ଼ ର ରୂପ ବଦଳିବା ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ

Sunil Chandra Nayak

Leave a Comment

error: Content is protected !!