ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦୀର୍ଘ 15 ବର୍ଷ ଧରି ହେଇଆସୁଛି ସାରଳା ମେସ ରେ ମା’ସାରଳା ଙ୍କ ମେଳା

ତିର୍ତ୍ତୋଲ :- 11/02/23 :- ଅତି ପ୍ରଭାତରୁ କନକପୁରସ୍ଥିତ ମା’ ସାରଳାଙ୍କମନ୍ଦିରରୁ ଆଜ୍ଞାମାଳ ଓ ଦିବ୍ୟଜ୍ୟୋତିକୁ ସେବାୟତ ଓ ବିଦ୍ୟାର୍ଥୀ ମାନେ ପାଛୋଟି ଆଣି ପୂଜା ମଣ୍ଡପରେ ସ୍ଥାପନ କରାଗଲା ! ଘଣ୍ଟାଘଣ୍ଟା, କାହାଳି ମର୍ଦ୍ଦଳର ଘର୍ଘର ନାଦରେ ପୂଜାମଣ୍ଡପର ଚତୁଃପାର୍ଶ୍ୱ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଉଦ୍ଭାସିତ ହୋଇଉଠିଲା ! ବେଦମନ୍ତ୍ରରେ ଆରମ୍ଭ ହୋଇଗଲା ମା’ ସାରଳାଙ୍କ ମେଳା, ତାହା ପୁଣି ଶିକ୍ଷାର୍ଥୀ ମାନଙ୍କର ମେସ ରେ ! ରଙ୍ଗୀନ କପଡା ଓ ଫୁଲରେ ସଜ୍ଜାମଣ୍ଡପରେ ମା’ ସାରଳାଙ୍କ ଆସ୍ଥାନ ମନୋରମ ଶୋଭାବିଜଡିତ ଦୃଶ୍ୟମାନ ହେଉଥିଲା !!ଆହା !ମାତୃ ଉପାସନାର କି ସୁନ୍ଦର, କି ଅପୂର୍ବ ସମାହାର!! ପିୟ ପାଠକ ବନ୍ଧୁ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁ ଯେ,ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା ର ତିର୍ତୋଲ ସ୍ଥିତ ସାରଳା ମେସ ରେ ପଞ୍ଚଦଶ ବାର୍ଷିକ ମା’ସାରଳାଙ୍କ ମେଳା,ଗତ ଗୁରୁବାର ଦିନ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି ! ଅଧ୍ୟାପକ ଜଗନ୍ନାଥ ଦାସ (ବୁବୁଲା ) ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଆୟୋଜିତ ଏହି ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦେଢ଼ହଜାର ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଅଭିଭାବକ ଓ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗଦେଇ, ମାଆଙ୍କର ଦର୍ଶନ ପୂଜାର୍ଚନା ଓ ପୁଷ୍ପାଞ୍ଜଳୀ ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା! ଏହି ପରିପ୍ରେକ୍ଷୀରେ ଆଦିକବି ସାରଳା ଦାସ କଲେଜ ର ଅଧକ୍ଷ କ୍ୟାପଟେନ ଜ୍ଞାନଜ ରଞ୍ଜନ ସାମନ୍ତରାୟ, ପୂର୍ବତନ ଅଧକ୍ଷ ପ୍ରଭାସଚନ୍ଦ୍ର ପାଣି, ତିର୍ତୋଲ ସରପଞ୍ଚ ପ୍ରିୟମ୍ବଦା ରାୟ, ସମିତିସଭ୍ୟ ପ୍ରବୀର ରାୟ, ରାହାମା ଏସ.ବି.ଆଇ.ବ୍ୟାଙ୍କ ମ୍ୟାନେଜର ପ୍ରଶାନ୍ତ କୁମାର ପଣ୍ଡା ଓ ସାରଳା ସାହିତ୍ୟ ସଂସ୍କୃତି ମହିମା ପ୍ରଚାରକ ରମାକାନ୍ତ ରାଉଳ ଙ୍କ ସମେତ ବହୂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇ, ସାରଳା ମେସ ରେ ଦୀର୍ଘ ପନ୍ଦରବର୍ଷ ଧରି ଚାଲିଆସୁଥିବା ଏହି ମହାନ ମାତୃ ଉପାସନା କାର୍ଯ୍ୟକ୍ରମ ର ଆୟୋଜକ ଓ ସହଯୋଗୀ ମାନଙ୍କୁ ଉଚ୍ଚପ୍ରଂଶସା କରିଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

କନ୍ଧମାଳରେ ମାଆ ପାଟ୍ଟଖଣ୍ଡାଙ୍କ ପ୍ରସିଦ୍ଧ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ

Sunil Chandra Nayak

ସଂପୂର୍ଣ୍ଣ ହେଲା ମାଁ ତାରିଣୀ ଶୈବ ଶକ୍ତି ମନ୍ଦିର ପ୍ରସିଦ୍ଧ ଝାମୁଯାତ୍ରା 

Sunil Chandra Nayak

ରାଇରଙ୍ଗପୁର ଐତିହାସିକ ବାବା ଐଶ୍ବାନେଶ୍ବର ଉଡାପର୍ବରେ ୫୦ ହଜାରରୁ ଉର୍ଦ୍ଧ୍ବ ସମାଗମ,ହର ହର ମହାଦେବ ପ୍ରକମ୍ପିତ 

Sunil Chandra Nayak

Leave a Comment

error: Content is protected !!