ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୁଟେନ ଗାଁରେ ମହାଭାରତ ମହା ପରାୟଣ 

କୁଟେନ ଗାଁରେ ମହାଭାରତ ମହା ପରାୟଣ 

ଜୁନାଗଡ଼ ୩/୫ ( ମନୀସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣି ଜରା ଗ୍ରାମ ପଞ୍ଚାୟତର କୁଟେନ ଗ୍ରାମରେ ଦୂତୀୟ ଥର ପାଇଁ ହାତୀ ନଦୀ ନିକଟସ୍ଥ ଶିବ ମନ୍ଦିର ପ୍ରାଙ୍ଗଣରେ ମହାଭାରତ ମହା ପାରାୟଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଗ୍ରାମର କର୍ତ୍ତା ଭାବେ ସୁରେନ୍ଦ୍ର ଭାଟି ଓ ତାଙ୍କ ପତ୍ନୀ ଉର୍ମିଳା ଭାଟି ଦାୟିତ୍ୱ ନେଇଥିବା ବେଳେ ବ୍ୟାସଦେବ ଭାବେ, ବୈଲୋଚନ ପଣ୍ଡା ଓ ପୁରାଣ ଗାୟକ ଭାବେ ପ୍ରେମାନନ୍ଦ ପଣ୍ଡା ରହିଛନ୍ତି ।ଏଥିରେ ମହାଭାରତ ମହା ପାରାୟଣ କମିଟିର ସଭାପତି ନବ କିଶୋର ନ।ଏକ ,ଉପ ସଭାପତି ପ୍ରଭାକର ରାଉତ ,ସମ୍ପାଦକ କୁମୁଦ ମଶ୍ରା ,ସହ ସମ୍ପାଦକ ଭକ୍ତରାମ ବିହାରୀ ,କୋଷାଧ୍ୟକ୍ଷ ଦିବାକର ବାଗ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ରାମ ପ୍ରସାଦ ବିହାରୀ ,ଉମାକାନ୍ତ ନ।ଏକ ,ବୃଷଭ ମଶ୍ରା ,ହିମାଂଶୁ ଲହଜଳ ,ହରିଶଙ୍କର କାହାଜଳ ,ସୁଶାନ୍ତ ଛତ୍ରିଆ ,ଚେରୁ ସୁନାନୀ ,ଚନ୍ଦ୍ର ଭାନୁ ନ।ଏକ ,ଭାଗିରଥି ରଣା ,ଅଜିତ ନ।ଏକ ,ଧନସିଂ ରଣା ଓ ଜଗବନ୍ଧୁ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ ।ଆସନ୍ତା ୧୨ ତାରିଖ ଦିନ ଏହି ମହାଭାରତ ପାରାୟଣ କାର୍ଯ୍ୟକ୍ରମ ସମାପନ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।ପ୍ରତିଦିନ ଅଞ୍ଚଲର ଶହ ଶହ ଜନସାଧାରଣ ଉପସ୍ଥିତ ରହି ମହାଭାରତ ପୁରାଣ ବିଷୟରେ ବେଶ ଉଛୁକତା ସହିତ ଦିବ୍ୟ ଆନନ୍ଦ ଉପଭୋଗ କରୁଛନ୍ତି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଇସ୍ପାତ ଫିଟନେସ ପାର୍କରେ ରଜଉତ୍ସବ ପାଳନ

Sunil Chandra Nayak

କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳିତ

Sunil Chandra Nayak

ଶ୍ରୀ ହନୁମାନ ଜିୟୁ ମନ୍ଦିର ଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

masiha

Leave a Comment

error: Content is protected !!